ETV Bharat / state

ଦିନକ ପରେ ରଥଯାତ୍ରା, ବ୍ରହ୍ମ ତାଳଧ୍ଵଜ ରଥରେ ବିରାଜିବେ ଶ୍ରୀବଳଦେବଜୀଉ

author img

By

Published : Jun 18, 2023, 4:47 PM IST

ଆଉ ଦିନକ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏନେଇ ଶ୍ରୀକ୍ଷେତ୍ରଠୁ ନେଇ ତୁଳସୀକ୍ଷେତ୍ର ସବୁଠି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶ୍ରୀବଳଦେବିଜୀଉଙ୍କ ରଥଯାତ୍ରା ପାଇଁ ମଧ୍ୟ ବ୍ରହ୍ମ ତାଳଧ୍ଵଜ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି । ଆସନ୍ତାକାଲି ରଥ ପ୍ରତିଷ୍ଠା ହେବ । ଅଧିକ ପଢନ୍ତୁ

shreebaladevjeeu ratha yatra preparation
ଶ୍ରୀବଳଦେବିଜୀଉଙ୍କ ରଥଯାତ୍ରା

ବ୍ରହ୍ମ ତାଳଧ୍ଵଜ ରଥରେ ବିରାଜିବେ ଶ୍ରୀବଳଦେବଜୀଉ

କେନ୍ଦ୍ରାପଡା: ଦିନକ ପରେ ଅର୍ଥାତ ଜୁନ୍‌ 20 ତାରିଖରେ ବିଶ୍ବ ପ୍ରସିଦ୍ଧ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା । ରଥରେ କାଳିଆ ସାଆନ୍ତେଙ୍କୁ ଦେଖିବାକୁ ଚାତକ ପରି ଚାହିଁଛନ୍ତି ଭକ୍ତ । ଆଉ ଦିନକ ପରେ ଭକ୍ତ ଓ ଭଗବାନଙ୍କ ମିଳନ ହେବ । ରଥାରୂଢ ମହାପ୍ରଭୁଙ୍କୁ ଦେଖି କୃତ୍ୟକୃତ୍ୟ ହେବେ କୋଟିକୋଟି ଶ୍ରଦ୍ଧାଳୁ । ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ସଜେଇ ହେଲାଣି ଶ୍ରୀକ୍ଷେତ୍ରଠୁ ତୁଳସୀକ୍ଷେତ୍ର । କେନ୍ଦ୍ରାପଡ଼ାରେ ଶ୍ରୀବଳଦେବଜୀଉଙ୍କ ରଥଯାତ୍ର ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଛନ୍ତି । ଶ୍ରୀବଳଦେବଜୀଉଙ୍କ ଅପେକ୍ଷାରେ ବ୍ରହ୍ମ ତାଳଧ୍ବଜ ରଥ । ଆଜି ନେତ୍ରୋତ୍ସବ ଆସନ୍ତାକାଲି ବ୍ରହ୍ମ ତାଳଧ୍ବଜ ରଥ ପ୍ରତିଷ୍ଠା ହେବା ସହ ନେତ ବନ୍ଧା କାର୍ଯ୍ୟ ହେବ ।

ରଥଯାତ୍ର ପାଇଁ ଚଳଚଞ୍ଚଳ ହୋଇଛି ତୁଳସୀକ୍ଷେତ୍ର । ତୁଳସୀକ୍ଷେତ୍ର ବଡ଼ ବାଡ଼ ମଣିମା ମହାପ୍ରଭୁ ବଳଦେବଜୀଉଙ୍କ ରଥାରୂଢ ଦର୍ଶନ ଅପେକ୍ଷାରେ ଭକ୍ତ । ଗତବର୍ଷ ବ୍ରହ୍ମ ତାଳଧ୍ଵଜ ରଥରେ ମହାପ୍ରଭୁଙ୍କ ଦର୍ଶନ ପାଇଥିଲେ ହେଁ କିଛିଟା ବିଭ୍ରାଟ ଯୋଗୁଁ ରଥ ମାଉସୀ ମାଙ୍କ ଚକଡ଼ା ଲାଗିବାରେ ବିଳମ୍ବ ହୋଇଥିଲା । ତେବେ ଚଳିତବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରାକୁ ମନଭରି ଉପଭୋଗ କରିବା ପାଇଁ ଚାତକ ଭଳି ଚାହିଁ ରହିଛନ୍ତି ଭକ୍ତ । ଅନ୍ୟପଟେ ରଥ ପ୍ରସ୍ତୁତ ପାଇଁ ଦିନରାତି ଲାଗି ପଡିଛନ୍ତି ଦେବଶିଳ୍ପୀ ବିଶ୍ୱକର୍ମା କାରିଗର ସେବାୟତ ଓ କମାର ସେବାୟତ ଏବଂ ରଙ୍ଗ କାରିଗର । ନିଜ ନିଜ କାମକୁ ଜୋରଦେଇ ଏକମନ ହୋଇ ଲାଗିଛନ୍ତି ବଢ଼େଇ, କମାର ଓ ରଙ୍ଗ ଶିଳ୍ପୀ ।

ଚଳିତବର୍ଷର ନୂଆ ପୁରୁଣା କାଠକୁ ନେଇ ଆରମ୍ଭ ହୋଇଥିବା ରଥ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦେବସ୍ନାନ ପୂର୍ଣ୍ଣିମାର ୧୫ଦିନ ପୂର୍ବରୁ ଅର୍ଥାତ ଅକ୍ଷୟ ତୃତୀୟାରୁ ମହାପ୍ରଭୁ ବଳଦେବଜୀଉଙ୍କ "ବ୍ରହ୍ମ ତାଳଧ୍ଵଜ" ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ବେଳେ ଦେବସ୍ନାନ ପୂର୍ଣ୍ଣିମାରେ ଚକରେ ଅଖ ସଂଯୋଗ କରାଯାଇ ସେହିଦିନ ଠାରୁ ନିୟମିତ କାମ ଚାଲୁ ରିହିଛି । ବ୍ରହ୍ମ ତାଳଧ୍ଵଜ ରଥର ଅଖ ସଂଖ୍ୟା ୭ ରହିଥିବା ବେଳେ ଚକ ସଂଖ୍ୟା ୧୪ଟି। ୧୦୨୪ଖଣ୍ଡ ନୂଆପୁରୁଣା କାଠରେ ବ୍ରହ୍ମ ତାଳଧ୍ଵଜ ରଥ ନିର୍ମାଣ ହେଉଥିବା ବେଳେ ପରମ୍ପରା ଅନୁଯାୟୀ ରଥର ଉଚ୍ଚତା ଶ୍ରୀକ୍ଷେତ୍ରର ନନ୍ଦିଘୋଷ ରଥଠାରୁ ମାତ୍ର କେଇ ହାତ ଉଚ୍ଚ ବା ୬୫ଫୁଟ ରହିଛି । ଚକରେ ଅଖ ପଶିବା ପରେ ବରାଣ, ପାରିଣୀ, ପାସ୍ତା ପରେ ପତର ବାଡ଼ିଆ କାମ ଶେଷ ହୋଇଛି । ଅନ୍ୟପଟେ ନାହାକା ଉଠିବା ପରେ ଏବେ ଉପର ନାହାକା କାମ ଆରମ୍ଭ ହୋଇଛି ।

୪୦ଜଣ ବଢ଼େଇ ,୨୦ ଜଣ ଶ୍ରମିକ, କମାର ୨ଜଣ, ଧୋବା ୨ ଜଣ, ଶଗଡ଼ିଆ ୨ ଜଣ କାମ କରୁଥିବା ବେଳେ ୨ କମାର ରଥ ପାଇଁ ଆବଶ୍ୟକୀୟ ବରାନ୍ଦ,ନୋଥରୀ,ତାରିଣୀ,ମୁଣ୍ଡାକଣ୍ଟା ଓ ଛତିକଣ୍ଟା ପ୍ରସ୍ତୁତ କରନ୍ତି କମାର ସେବକ। ମହାପ୍ରଭୁ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ଵଜ ରଥ ନିର୍ମାଣ ଶେଷ ପର୍ଯ୍ଯାୟରେ ପହଞ୍ଚିଥିବାବେଳେ ଆଜି (ରବିବାର) ନେତ୍ରୋତ୍ସବ ଅନୁଷ୍ଠିତ ହେବ । ଆସନ୍ତାକାଲି (ସୋମବାର) ବ୍ରହ୍ମ ତାଳଧ୍ବଜ ରଥ ପ୍ରତିଷ୍ଠା ହେବା ସହ ନେତ ବନ୍ଧା କାର୍ଯ୍ୟ ହେବ ।

ମହାପ୍ରଭୁ ବଳଦେବଜୀଉଙ୍କ ରଥର ନାମ "ବ୍ରହ୍ମ ତାଳଧ୍ଵଜ" କୁହାଯିବା ପଛରେ ରହିଛି ଅନେକ କିମ୍ବଦନ୍ତୀ ଏବଂ ସ୍ୱତନ୍ତ୍ରତା । ପ୍ରଭୁ ବଳଦେବଜୀଉଙ୍କ ବିଗ୍ରହ ମଣିଶିଳା(ବ୍ରହ୍ମ,ଯାହା ପରିବର୍ତ୍ତନ ବା ନବକଳେବର ହୁଏନାହିଁ) ହୋଇଥିବାରୁ ବଳଦେବଜୀଉଙ୍କୁ ବ୍ରହ୍ମ ବିଗ୍ରହ, କ୍ଷେତ୍ରକୁ ବ୍ରହ୍ମକ୍ଷେତ୍ର, ରଥରେ ବ୍ରହ୍ମ ବିଗ୍ରହ ବିଜେ କରୁଥିବାରୁ ରଥକୁ "ବ୍ରହ୍ମ ତାଳଧ୍ଵଜ" ରଥ ବୋଲି କୁହାଯାଏ । ଗଙ୍ଗବଂଶୀୟ ଶାସକ ତୃତୀୟ ଅନଙ୍ଗଭୀମଦେଵ ୧୨୨୦ ଖ୍ରୀଷ୍ଟାବ୍ଦରେ ବଳଗଣ୍ଡିଠାରେ ମହାପ୍ରଭୁଙ୍କ ପାଇଁ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯାଇଥିବାର ଲୋକଶୃତିରୁ ଜଣାଯାଏ । କେବଳ ଏତିକି ନୁହେଁ, ବଳଦେବଜୀଉଙ୍କୁ ଉତ୍ତର ତୋଷାଳି ମଧ୍ୟ ଘୋଷଣା କରିଥିବା କିମ୍ବଦନ୍ତୀ କହେ ।

ପୂର୍ବରୁ ତୁଳସୀକ୍ଷେତ୍ରରେ ଅନୁଷ୍ଠିତ ରଥଯାତ୍ରାକୁ ଉତ୍କଳର ଗଜପତି ରାଜାମାନେ ଆୟୋଜନ କରାଉଥିବାରୁ ପୁରୀ ରଥଯାତ୍ରା ପରଦିନ ହାତୀ ଓ ସୈନ୍ୟଦଳ ଆସିବା ପରେ ରଥଯାତ୍ରା ସମ୍ପନ୍ନ ହେଉଥିଲା ଯେଉଁଥିପାଇଁ କି ଆଜି ମଧ୍ୟ କେନ୍ଦ୍ରାପଡ଼ା ପ୍ରଭୁ ବଳଦେବଜୀଉଙ୍କ ରଥଯାତ୍ରା ଦୁଇଦିନ ଧରି ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କ ରଥାରୂଢ ଦର୍ଶନ ପାଇଁ ଭକ୍ତମାନେ ଚାହିଁ ବସିଛନ୍ତି । ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ସମେତ ଦେବୋତ୍ତର ବିଭାଗ ଜୋରସୋର୍‌ରେ ପ୍ରସ୍ତୁତି ଚଳାଇଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.