ETV Bharat / state

ଅବକାରୀ ବିଭାଗର ଅତର୍କିତ ଚଢ଼ାଉ, ୨୪ ପେଟି ମାଦକ ଦ୍ରବ୍ୟ ଜବତ

author img

By

Published : Feb 26, 2022, 1:22 PM IST

ରାଜ୍ୟରେ ନିର୍ବାଚନୀ ମାହୋଲ ବେଳେ କେନ୍ଦ୍ରାପଡ଼ାରେ ନିଶା ଦ୍ରବ୍ୟ କାରବାରର ଏକ ଚିତ୍ର ସାମନାକୁ ଆସିଛି । ପୋଲିସ ଜିଲ୍ଲାର ନହୁଲିଆ ଅଞ୍ଚଳରୁ ପେଟି ପେଟି ମଦ ଜବତ କରିଛି । ଅଧିକ ପଢନ୍ତୁ

ଅବକାରୀ ବିଭାଗର ଅତର୍କିତ ଚଢ଼ାଉ, ୨୪ ପେଟି ମାଦକ ଦ୍ରବ୍ୟ ଜବତ
ଅବକାରୀ ବିଭାଗର ଅତର୍କିତ ଚଢ଼ାଉ, ୨୪ ପେଟି ମାଦକ ଦ୍ରବ୍ୟ ଜବତ

କେନ୍ଦ୍ରାପଡ଼ା: ନହୁଲିଆ ଅଞ୍ଚଳର ରାସ୍ତାକଡ଼ରେ ଥିବା ଏକ କ୍ୟାବିନରୁ ଜବତ ହୋଇଛି ପେଟି ପେଟି ଚୋରା ମଦ । ଅବକାରୀ ବିଭାଗ ପଞ୍ଝାରେ ପଡ଼ିଛନ୍ତି ଚୋରା ମଦ ବ୍ୟବସାୟୀ । ଉକ୍ତ କ୍ୟାବିନରୁ ୧୯ ପେଟି ବିଅର, ୫ ପେଟି ବିଦେଶୀ ମଦ ସମେତ ୪୭ ପିସ ବିଦେଶୀ ମଦ ଜବତ ହୋଇଥିବା ଜଣାପଡ଼ିଛି ।

ଶୁକ୍ରବାର ରାତିରେ ଅବକାରୀ ମୋବାଇଲ ୟୁନିଟ ପକ୍ଷରୁ କେନ୍ଦ୍ରାପଡା ରାଜକନିକା ଅଞ୍ଚଳରେ ପାଟ୍ରୋଲିଂ ଚାଲୁଥିବା ସମୟରେ କୌଣସି ସୂତ୍ରରୁ ସୂଚନା ପାଇଥିଲା ବିଭାଗ । ଏହାପରେ ମୋବାଇଲ ୟୁନିଟ ନହୁଲିଆ ଅଞ୍ଚଳର ରାସ୍ତା କଡରେ ଥିବା ଏକ କ୍ୟାବିନ ଉପରେ ଅତର୍କିତ ଚଢ଼ାଉ କରିଥିଲା । ଏହି ସମୟରେ ଉକ୍ତ କ୍ୟାବିନରୁ ୧୯ ପେଟି ବିୟର, ୫ ପେଟି ବିଦେଶୀ ମଦ ସମେତ ୪୭ ପିସ ବିଦେଶୀ ମଦ ଜବତ କରିଥିଲେ ।

ଏହି ଚୋରା ମଦ ବ୍ୟବସାୟରେ ସମ୍ପୃକ୍ତ ଆଳି ଅଞ୍ଚଳର ଅରୁପ କୁମାର ରାଉତଙ୍କୁ ଗିରଫ କରାଯାଇଥିବା ବେଳେ ଶନିବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ମୋବାଇଲ ୟୁନିଟ ଅଧିକାରୀ ବାପି ସାହୁ। ଜବତ ମଦର ପରିମାଣ ଯଥାକ୍ରମେ ୧୭୩.୪୦୦ ଲି ବିୟର ଓ ୧୪୩.୧୦୦ଲି ବିଦେଶୀ ମଦ ବୋଲି କହିଛନ୍ତି ଅଧିକାରୀ । ଅରୁପ ନାମରେ ଆଗରୁ କେଉଁଠି ମାମଲା ରହିଛି କି ନାହିଁ ସେ ନେଇ ଅଧିକ ତଦନ୍ତ ଚାଲୁ ରହିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.