ETV Bharat / state

ବିକାଶର ରାସ୍ତା ଦେଖିବେ କି କେୟାରବାଙ୍କବାସୀ: ନିର୍ବାଚନ ପୂର୍ବରୁ ମିଳୁଛି ପୁଳା ପୁଳା ପ୍ରତିଶ୍ରୁତି

ନେତାମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଭରି ରହିଛି ମୌଳିକ ଅଭାବ । ଅବହେଳିତ ଗ୍ରାମର ବିକାଶ ଲକ୍ଷ୍ୟ ରଖି ସେମାନେ ଆସନ ହାତେଇବା ପାଇଁ ଲାଗି ପଡ଼ିଥାନ୍ତି । ଏବଂ ନିରୀହ ଜନସାଧାରଣଙ୍କୁ ଦେଇଥାନ୍ତି ଅନେକ ପ୍ରତିଶୃତି। ହେଲେ ଆସନ ଜିତିବାର ପରଦିନ ହିଁ ପାଣିର ଗାର ଭଳି ପ୍ରତିଶୃତି ଗୁଡ଼ିକ ଲିଭିଯାଏ । ଅଧିକ ପଢ଼ନ୍ତୁ

election campaign in kendrapada
ବିକାଶର ରାସ୍ତା ଦେଖିବେ କି କେୟାରବାଙ୍କବାସୀ?
author img

By

Published : Feb 8, 2022, 4:15 PM IST

କେନ୍ଦ୍ରପଡ଼ା: ନେତାମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଭରି ରହିଛି ମୌଳିକ ଅଭାବ। ଅବହେଳିତ ଗ୍ରାମର ବିକାଶ ଲକ୍ଷ୍ୟ ରଖି ସେମାନେ ଆସନ ହାତେଇବା ପାଇଁ ଲାଗି ପଡ଼ିଥାନ୍ତି। ଏବଂ ନିରୀହ ଜନସାଧାରଣଙ୍କୁ ଦେଇଥାନ୍ତି ଅନେକ ପ୍ରତିଶୃତି। ହେଲେ ଆସନ ଜିତିବାର ପରଦିନ ହିଁ ପାଣିର ଗାର ଭଳି ପ୍ରତିଶୃତି ଗୁଡ଼ିକ ଲିଭିଯାଏ।

ନିର୍ବାଚନ ଆସିଲେ ଏହି ଗାଁକୁ ଛୁଟିଥାନ୍ତି ନେତାମନ୍ତ୍ରୀ। ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ ମିଛ ପ୍ରତିଶ୍ରୁତିରେ ବିକାଶର ସ୍ବପ୍ନ ଦେଖି ଜନତା ତାଙ୍କ ମୂଲ୍ୟବାନ ଭୋଟ ଦେଇଥାନ୍ତି। ଦୀପତଳ ଅନ୍ଧାର ଭଳି ପଛୁଆ ହୋଇ ରହିଯାଇଥାଏ ମନ୍ତ୍ରୀଙ୍କ ନିର୍ବାଚନୀ ମଣ୍ଡଳୀ। ଏହି ଗାଁର ଦୃଶ୍ୟ ବିକାଶର ଅନେକ ଦୂରରେ ରହିଥିବା ବିବେଚିତ କରୁଛି। ଏହି ଦୃଶ୍ୟ ହେଉଛି କେନ୍ଦ୍ରାପଡ଼ାର ମହାକାଳପଡ଼ା ପଞ୍ଚାୟତ କେୟାରବାଙ୍କ ନିର୍ବାଚନ ମଣ୍ଡଳୀର। ଯେଉଁଠି ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ଲୋକଙ୍କୁ ନିଜ ପ୍ରତିଶୃତିରେ ବୁଡ଼ାଇ ନିର୍ବାଚନ ଜିତିଥିଲେ। ଜନସଂଖ୍ୟା ଦୃଷ୍ଟିରୁ ନିର୍ବାଚନ ମଣ୍ଡଳୀର ଏହା ସବୁଠୁ ବଡ଼ ଗାଁ ହୋଇଥିବା ବେଳେ ନିତିଦିନିଆ ରାସ୍ତା ଗ୍ରାମବାସୀଙ୍କ ପାଇଁ ସାତସପନ ପାଲଟିଛି। ବର୍ଷାଦିନେ ଏହି ରାସ୍ତାରେ ଯିବା ଆସିବା ଅସମ୍ଭବ ହେଉଥିବା ବେଳେ ପାନୀୟ ଜଳ ମିଶନ ଯୋଜନା ଏମାନଙ୍କ ପାଇଁ ଅଜଣା ହୋଇ ରହିଛି। କେଉଁଠି ଟ୍ୟାପ ଅଧା ଲାଗିଛି ତ ଆଉ କେଉଁଠି ଟ୍ୟାପ ଭୁଶୁଡ଼ି ଗଲାଣି। ଅନ୍ୟ ପଟେ କେୟାରବାଙ୍କବାସୀଙ୍କ ପାଇଁ ଅଧା ବାଟରେ ରହିଛି ସରକାରୀ ଯୋଜନା ।

ବିକାଶର ରାସ୍ତା ଦେଖିବେ କି କେୟାରବାଙ୍କବାସୀ?

ଆଉ କିଛି ଦିନ ଗଲେ ଚାଲିବ ପଞ୍ଚାୟତ ନିର୍ବାଚନ। ଏନେଇ ଗାଁ ଗହଳିରେ ନେତାମନ୍ତ୍ରୀଙ୍କ ସୁଅ ଛୁଟିବାରେ ଲାଗିଲାଣି। ଏହି ଆସନରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ଲଢ଼ୁଥିବା ବିଜେଡି ପ୍ରାର୍ଥୀ ସୁବୋଧ ଲେଙ୍କା ଅଞ୍ଚଳର ବିକାଶ ଏବଂ ରାଜ୍ୟ ସରକାରଙ୍କ ବିକାଶମୁଖୀ କାର୍ଯ୍ୟକୁ ମୁଖ୍ୟ ଲକ୍ଷ୍ୟ ରଖି ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ସେ ବିଜୟୀ ହେଲେ ଏହି ଗାଁର ସମସ୍ୟାକୁ ପ୍ରଥମେ ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପଟେ ଏହି ଜୋନରୁ ବିଜେପି ପ୍ରାର୍ଥୀ ଭାବେ ଲଢ଼ୁଥିବା ଡ଼ଃ ସୌଭାଗ୍ୟ ପରିଡା ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଓ ଲୋକଙ୍କ ଦୁର୍ଦ୍ଦଶାକୁ ନେଇ ଲଢ଼ୁଥିବା ଏବଂ ଲୋକମାନଙ୍କୁ ସେମାନଙ୍କ ହକ ଦେବା ପାଇଁ ନିର୍ବାଚନ ଲଢୁଥିବା କହିଛନ୍ତି।

ନିର୍ବାଚନ ପୂର୍ବରୁ ଏଭଳି ମାଳ ମାଳ ପ୍ରତିଶୃତି ଦେଇ ଲୋକଙ୍କ ଠାରୁ ଜିତିଥିବା ନେତାମାନେ ଗାଁକୁ ମୁହଁ ବୁଲାଇ ଚାହୁଁ ନଥିବା କହିଛନ୍ତି ଗ୍ରାମବାସୀ। ତେବେ ଆସନ୍ତା 24 ତାରିଖରେ ହେବାକୁ ଥିବା ନିର୍ବଚନ ସମରରେ କାହା ପ୍ରତିଶୃତିକୁ କେୟାରବାଙ୍କବାସୀ ଭରସା କରିବେ ତାହା ଦେଖିବାକୁ ବାକି ରହିଲା।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.