କେନ୍ଦ୍ରାପଡ଼ା: ମହିଳା ମହାସଂଘ ଦ୍ବାରା ପ୍ରଶଂସନୀୟ କାର୍ଯ୍ୟ । ସାରା ବିଶ୍ବ କୋରୋନା ମହାମାରୀ ଯୋଗୁଁ ଦୁର୍ଦ୍ଦଶାରେ ଥିବା ବେଳେ ବିଭିନ୍ନ କାର୍ଯ୍ୟ ଯୋଗୁଁ ଓଡିଶା ଆସି ଫସି ରହିଥିବା ଶ୍ରମିକ ମାନଙ୍କର ଦୁଃଖ କହିଲେ ନସରେ । ଆଉ ଏପରି ସମୟରେ ଏମାନଙ୍କ ପାଖରେ ଆଶାର ଆଲୋକ ହୋଇ ଛିଡା ହୋଇଛନ୍ତି ଡେରାବିଶ୍ ବ୍ଲକ ଗୋଲରାହାଟ ପଞ୍ଚାୟତର ମହିଳା ମହାସଂଘର ସଦସ୍ୟାମାନେ ।
ମହାସଂଘର ମହିଳା ମାନେ ବିଭିନ୍ନ ଅଞ୍ଚଳ ବୁଲି ଏଠାରେ ବହୁଦିନରୁ ରହି ଆସୁଥିବା ଗୁପଚୁପ ବ୍ୟବସାୟୀ,ଇଟାଭାଟି ଶ୍ରମିକ ମାନଙ୍କ ପାଖରେ ପହଞ୍ଚି ଏମାନଙ୍କୁ ଚୁଡା, ବିସ୍କୁଟ ଭଳି ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତିି । ଯଦିଓ ଓଡିଶା ସରକାର ଏମାନଙ୍କ ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା କରିଛନ୍ତି ତଥାପି ଦୁଇ ଓଳି ଖାଦ୍ୟ ଏମାନଙ୍କ ପାଇଁ ପର୍ଯ୍ୟାପ୍ତ ନହେବା ଏବଂ ଏଠାରେ କାମଧନ୍ଦା ନପାଇ ଭୋକଯନ୍ତ୍ରଣା ବହୁଗୁଣିତ ହୋଇଛି । ମହିଳା ମହାସଂଘର କାର୍ଯ୍ୟକୁ ଅଞ୍ଚଳରେ ପ୍ରଶଂସା କରାଯାଇଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ