ETV Bharat / state

କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜାତୀୟ ପତାକାକୁ ଅସମ୍ମାନ

ସ୍ବାଧୀନତା ଦିବସକୁ ନେଇ ତ୍ରିରଙ୍ଗା ଅଭିଯାନ ଆରମ୍ଭ କରାଯାଉଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜାତୀୟ ପତାକାକୁ ଅସମ୍ମାନ କରାଯାଉଛି । ଅଧିକ ପଢ଼ନ୍ତୁ

author img

By

Published : Aug 5, 2022, 7:57 AM IST

କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜାତୀୟ ପତାକାକୁ ଅସମ୍ମାନ
କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜାତୀୟ ପତାକାକୁ ଅସମ୍ମାନ

କେନ୍ଦ୍ରାପଡ଼ା: ସ୍ବାଧୀନତାର ୭୫ ବର୍ଷ ଅବସରରେ ସାରା ଭାରତ ବର୍ଷ ଆଜାଦୀ କି ଅମୃତ ମହୋତ୍ସବ ପାଳନ କରୁଛି । ସ୍ବାଧୀନତା ଦିବସକୁ ନେଇ ତ୍ରିରଙ୍ଗା ଅଭିଯାନ ଆରମ୍ଭ କରାଯାଉଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜାତୀୟ ପତାକାକୁ ଅସମ୍ମାନ କରାଯାଉଛି । ଜିଲ୍ଲାପାଳ କାର୍ଯ୍ୟାଳୟ କାର୍ଯ୍ୟାଳୟ ଉପରେ ଉଡ଼ୁଛି ତ୍ରିରଙ୍ଗା ।

ପ୍ରତ୍ୟେକ ଦିନ ସକାଳେ ଜାତୀୟ ପତାକା ବନ୍ଧା ଯାଉଛି ଓ ସନ୍ଧ୍ୟାରେ ଅବତରଣ କରାଯାଉଛି । ହେଲେ ଏହି ପତାକାର ରଙ୍ଗ ଛାଡ଼ି ଯାଇଥିବା ବେଳେ ଏଥିପ୍ରତି କାହାରି ନିଘା ନାହିଁ । ଜାତୀୟ ପତାକା ପାଇଁ ଉଦ୍ଦିଷ୍ଟ ନିୟମାବଳୀ ସମ୍ପର୍କରେ ଜାଣି ସୁଦ୍ଧା ଜାତୀୟ ପତାକାକୁ ଅସମ୍ମାନିତ କରିବା ଭଳି ଦୁର୍ଭାଗ୍ୟଜନକ ଦୃଶ୍ୟ କେନ୍ଦ୍ରାପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି । ବରିଷ୍ଠ ଅଧିକାରୀଙ୍କ ନଜରରେ କାର୍ଯ୍ୟାଳୟ ଉପରେ ଉଡୁଥିବା ଜାତୀୟ ପତାକାକୁ ଦେଖିବା ଓ ଏହାକୁ ବଦଳାଇବା ପାଇଁ ଯେମିତି ସମୟ ନାହିଁ ।

କିଛି ବର୍ଷ ପୂର୍ବେ ତତ୍କାଳୀନ DI ଜାତୀୟ ପତାକାକୁ ଅସମ୍ମାନ କରଥିବା ନେଇ ଅଭିଯୋଗ ହୋଇଥିଲା । ପରେ ଉଚ୍ଚ ନ୍ୟାୟାଳୟଙ୍କ ପାଖରେ ଜିଲ୍ଲା ପ୍ରଶାସନ ଜାତୀୟ ପତାକାକୁ ଅସମ୍ମାନ କରିବେ ନାହିଁ ବୋଲି ସତ୍ୟପାଠ ଦାଖଲ କରିଥିଲେ । ଏହାକୁ ନେଇ ତତ୍କାଳୀନ ଅଭିଯୋଗକାରୀ ଆଇନଜୀବୀ ବିଧୁଭୂଷଣ ମହାପାତ୍ର ସୂଚନା ଦେଇଛନ୍ତି । ପୁନର୍ବାର ଜିଲ୍ଲାରେ ଜାତୀୟ ପତାକାକୁ ଅସମ୍ମାନ ହୋଇଥିବାରୁ ସେନେଇ ସେ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି । ଏହାକୁ ନେଇ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନଥିଲା।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.