ETV Bharat / state

ପୋଲିଓ ବୁନ୍ଦା ଖାଇ ଶିଶୁ ମୃତ୍ୟୁ ଘଟଣା, ମୃତ୍ୟୁ ପାଇଁ ସରକାରକୁ ଦାୟୀ କଲା ପରିବାର - kendrapada Death after taking polio

ପୋଲିଓ ବୁନ୍ଦା ଖାଇ ଶିଶୁ ମୃତ । ଏଭଳି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ରାଜନଗର ଥାନା କଣ୍ଡିରା ପଞ୍ଚାୟତ ଅଧିନ ବଳରାମପୁର ଗାଁରେ ଘଟିଛି । ରବିବାର ଦିନ ପୋଲିଓ ବୁନ୍ଦା ଖୁଆଇ ଘରକୁ ଆଣିବା ପରେ 20 ଦିନର ଶିଶୁପୁତ୍ର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

Death after taking polio
ପୋଲିଓ ବୁନ୍ଦା ଖାଇ ଶିଶୁ ମୃତ୍ୟୁ ଘଟଣା, ମୃତ୍ୟୁ ପାଇଁ ସରକାର ଦାୟୀ କହିଲେ ପରିବାର
author img

By

Published : Feb 2, 2021, 10:43 PM IST

କେନ୍ଦ୍ରାପଡା: ପୋଲିଓ ବୁନ୍ଦା ନେଲା ଜୀବନ । ଏଭଳି ଅଭିଯୋଗ ଆସିଛି ଜଣେ ପୁଅ ହରାଇଥିବା ମା ନିକଟରୁ । ବୁକୁଫଟା କାନ୍ଦରେ ଫାଟି ପଡୁଛି ସାରା ଗାଁ । ଏଭଳି ଦାରୁଣ ଦୁଃଖ ପାଇଥିବା ପରିବାରଟି ହେଉଛି କେନ୍ଦ୍ରାପଡ଼ା ରାଜନଗର ଥାନା କଣ୍ଡିରା ପଞ୍ଚାୟତ ଅଧିନ ବଳରାମପୁର ଗାଁରେ ।

ପୋଲିଓ ବୁନ୍ଦା ଖାଇ ଶିଶୁ ମୃତ୍ୟୁ ଘଟଣା, ମୃତ୍ୟୁ ପାଇଁ ସରକାର ଦାୟୀ କହିଲେ ପରିବାର

ଅଭିଯୋଗ ମୁତାବକ ବଳରାମପୁର ଗାଁର ସଞ୍ଜୟଙ୍କ ୨୦ ଦିନର ପୁଅ ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ୨୯ ତାରିଖ ଦିନ ଚିକିତ୍ସା କରାଯାଇ ଘରକୁ ସୁସ୍ଥ ଅବସ୍ଥାରେ ଅଣାଯାଇଥିଲା । ତେବେ ପରଦିନ ଅର୍ଥାତ ୩୦ତାରିଖ ଦିନ ପଲସ ପୋଲିଓ ଦିବସ ଥିବାରୁ ଗାଁର ଆଶା ତାଙ୍କୁ ପୋଲିଓ ବୁନ୍ଦା ଦେବା ପାଇଁ କହିଥିଲେ। ମନ୍ତ୍ରୀର ମା, ପୁଅ ଦେହ ଖରାପ ଥିବା ଓ ହାତରେ ଭେନ ପୁଲର ଲାଗିଥିବା ଯୋଗୁଁ ପୋଲିଓ ବୁନ୍ଦା ଦେବାପାଇଁ ଅମଙ୍ଗ ହୋଇଥିଲେ ମଧ୍ୟ ଏଏନଏମଙ୍କ ବିଚାର ବିମର୍ଷ ବିନା ଆଶା ଓ ଅଙ୍ଗନବାଡି କର୍ମୀ ମନ୍ତ୍ରୀଙ୍କୁ ପୋଲିଓ ଖାଇବାକୁ ଦେଇଥିଲେ। ତେବେ ଘରେ ପହଞ୍ଚିବା ପରେ ମନ୍ତ୍ରୀର ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ମା ଓ ପରିବାରଲୋକ । ମନ୍ତ୍ରୀର ମୃତ୍ୟୁ ପାଇଁ ସରକାର ଓ ସରକାରୀ ବ୍ୟବସ୍ଥା ଦାୟୀ ବୋଲି ଲୋତକଭରା ଆଖିରେ ଅଭିଯୋଗ କରିଛନ୍ତି ମା ।

ବିବାହର ବହୁ ବର୍ଷ ପରେ ପୁଅଟିଏ ଜନ୍ମ ହୋଇଥିବାରୁ ମା ଯଶୋଦା ପୁଅର ନାମ ମନ୍ତ୍ରୀ ଦେଇଥିଲେ କେବଳ ଅପେକ୍ଷା ଥିଲା ଏକୋଇଶିଆକୁ। ଗାଁ ଚଉଁରାରେ ରଙ୍ଗ ଦିଆ ଠାରୁ ଆରମ୍ଭ କରି ଟେଣ୍ଟ ମଧ୍ୟ ବନ୍ଧା ହୋଇସାରିଥିଲା । ସାହି ଭାଇଙ୍କ ଠାରୁ ଆରମ୍ଭ କରି ବନ୍ଧୁ ବାନ୍ଧବ ଯାଏଁ ଦିଆସରିଥିଲା ନିମନ୍ତ୍ରଣ । ହେଲେ ବିଧିର ବିଡମ୍ବନା,ପରିବାରର ଖୁସିରେ ଲାଗିଗଲା ଦୈଵର ନଜର। ପୁଅ ଜନ୍ମ ହେବାର ମାତ୍ର ୨୦ଦିନ ପରେ ଆଖି ବୁଜିଦେଲା କଅଁଳ ଶିଶୁ । ଏନେଇ ରାଜନଗର ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।ରାଜନଗର ଥାନା ଅଭିଯୋଗକୁ ଭିତ୍ତିକରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅନ୍ୟପଟେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ପୋଲିଓ ନେଇ ମୃତ୍ୟୁ ହୋଇଥିବା ଘଟଣାକୁ ଅସ୍ବୀକାର କରିବା ସହ ଏସମ୍ବନ୍ଧୀୟ ତଦନ୍ତ ହେବ ବୋଲି କହିଛନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.