କେନ୍ଦ୍ରାପଡା: କେନ୍ଦ୍ରାପଡାରେ ବାଉଁଶ ମୁଦା ମୁଳରୁ କୁମ୍ଭୀର ଉଦ୍ଧାର । ମହାକାଳପଡା ତନ୍ତିଆପାଳ ଥାନା ଅଧିନ ଅରଡ ଗାଁରୁ ଏକ 10 ଫୁଟ ଲମ୍ବର ମାଇ କୁମ୍ଭୀର ସହ 59ଟି କୁମ୍ଭୀର ଅଣ୍ଡା ଉଦ୍ଧାର କରାଯାଇଛି । କୁମ୍ଭୀରଟି ଉକ୍ତ ଗାଁର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ନଦୀ କୂଳ ବାଡିରେ ଥିବା ବାଉଁଶ ବୁଦା ମୁଳରେ ରହୁଥିବା ଜଣାପଡିଛି ।
ଗାଁର ପୁର୍ଣ୍ଣଚନ୍ଦ୍ର ପାତ୍ର ଏବଂ ବାବାଜି ପାତ୍ର ବାଉଁଶ ହାଣିବାକୁ ଯାଇଥିବା ବେଳେ କୁମ୍ଭୀର ତାଙ୍କୁ ଗୋଡାଇ ଥିଲା । ସେମାନେ ପାଟି କରିବାରୁ ଗ୍ରାମବାସୀ ମାନେ ପହଞ୍ଚି ବନ ବିଭାଗକୁ ଖବର ଦେଇଥିଲେ । ଖବରପାଇ ବନବିଭାଗ କର୍ମଚାରୀ ମାନେ ଆସି ଉଦ୍ଧାର କୁମ୍ଭୀର ସହ 59ଟି ଅଣ୍ଡା ଉଦ୍ଧାର କରିଥିଲେ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ