ETV Bharat / state

କୁମ୍ଭୀର ଝାମ୍ପିନେବା ଘଟଣା; ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର - kendrapara news

ନଦୀପାର ହେଉଥିବା ବେଳେ ମହିଳାଙ୍କୁ କୁମ୍ଭୀର ଝାମ୍ପିନେବା ଘଟଣା । ଗ୍ରାମବାସୀ ଓ ବନବିଭାଗ କର୍ମଚାରୀ ଖୋାଜାଖୋଜି ପରେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର। ଅଧିକ ପଢନ୍ତୁ...

crocodile attack a women in river at kendrapara
ନଦୀପାର ହେଉଥିବା ବେଳେ ମହିଳାଙ୍କୁ ଝାମ୍ପିନେଲା କୁମ୍ଭୀର
author img

By

Published : Jun 12, 2021, 1:19 PM IST

Updated : Jun 12, 2021, 8:28 PM IST

କେନ୍ଦ୍ରାପଡା: କୁମ୍ଭୀର ଝାମ୍ପିନେବା ଘଟଣାରେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର । ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ମହିଷମୁଣ୍ଡା ଫରେଷ୍ଟ ବ୍ଲକ ନିକଟରୁ ଆଜି (ଶନିବାର) ସକାଳେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣିନେବା ଘଟଣାରେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ଜଣଙ୍କ ହେଉଛନ୍ତି ସ୍ଥାନୀୟ ଭେକ୍ଟା ଗାଁର ଉମାରାଣୀ ପରିଡା ଓ ତାଙ୍କ ବୟସ ୪୦ ବର୍ଷ ।

କୁମ୍ଭୀର ଝାମ୍ପିନେବା ଘଟଣା; ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

ମହିଷାମୁଣ୍ଡା ଫରେଷ୍ଟ ବ୍ଲକ ନିକଟ ନଦୀରେ ମାଛ ଧରିବାକୁ ଯାଇ ନଦୀପାର ହେଉଥିବାବେଳେ ଆଜି ସକାଳେ ଉମାରାଣୀଙ୍କୁ କୁମ୍ଭୀର ଟାଣିନେଇଥିଲା। ଖବର ପାଇ ଗ୍ରାମବାସୀ ଓ ବନବିଭାଗ କର୍ମଚାରୀ ମାନେ ହୁଲି ଡଙ୍ଗା ସାହାଯ୍ୟରେ ଖୋଜାଖୋଜି କରୁଛନ୍ତି । ମହିଳା ଜଣକ ଭେକ୍ଟା ଗାଁର ଉମାରାଣୀ ପରିଡା ବୋଲି ଜଣାପଡିଛି । କୁମ୍ଭୀର ମଣିଷର ଲଢେଇ ଭିତରେ କେତେବେଳେ ମଣିଷ ବିଜୟୀ ହୋଇ ପୁରସ୍କୃତ ହେଉଥିବା ବେଳେ ଅନେକ ସମୟରେ କୁମ୍ଭୀର ପାଖରେ ପରାସ୍ତ ହୋଇ ମଣିଷର ଜୀବନ ଯାଉଛି । ଯାହାକି ସ୍ଥାନୀୟ ବନବିଭାଗର ସଚେତନତା ଅଭାବରୁ ଘଟୁଛି ବୋଲି ଅଭିଯୋଗ ହୋଇଛି ।

ଗତ ୨୦୧୧ ମସିହାରୁ ଏଯାବତ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟଦେଇ ପ୍ରବାହିତ ନଦୀ ମାନଙ୍କରେ କୁମ୍ଭୀର-ମଣିଷର ଲଢେଇ ଭିତରେ ମୋଟ ୨୩ ଜଣଙ୍କ ପ୍ରାଣହାନୀ ଘଟିଥିବା ସୂଚନା ରହିଥିବା ବେଳେ ବନବିଭାଗ କର୍ମଚାରୀଙ୍କ କୁମ୍ଭୀର ପୂର୍ଣ୍ଣ ନଦୀକୂଳରେ ବସବାସ କରୁଥିବା ଲୋକମାନଙ୍କୁ ସଚେତନତାର ପ୍ରହସନ ଓ ପାଟ୍ରୋଲିଂ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Jun 12, 2021, 8:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.