ETV Bharat / state

କୋଭିଡ ପାଇଁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ମକଡ୍ରିଲ

author img

By

Published : Dec 28, 2022, 12:21 PM IST

ଆରମ୍ଭ ହେଲା କୋଭିଡ ମୁକାବିଲା ପାଇଁ ମକଡ୍ରିଲ । ଏଥର ଯେପରି କୌଣସି ବି ପରିସ୍ଥିତିରେ କୋଭିଡ ରାଜ୍ୟରେ ଅଣାୟତ୍ତ ନହୁଏ ସେଥିପାଇଁ ସଜାଗ ରହିଛନ୍ତି ରାଜ୍ୟ ସରକାର । ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପ୍ରତ୍ୟେକ ହସ୍ପିଟାଲରେ ଆଜିଠୁ ଆରମ୍ଭ ହେଲା କୋଭିଡ ମକଡ୍ରିଲ । ଅଧିକ ପଢ଼ନ୍ତୁ

Mock Drill for covid
କୋଭିଡ ପାଇଁ ମକଡ୍ରିଲ
କୋଭିଡ ପାଇଁ ମକଡ୍ରିଲ

କେନ୍ଦ୍ରାପଡ଼ା : ବିଶ୍ୱରେ ଚିନ୍ତା ବଢ଼ାଇଲାଣି ମହାମାରୀ କୋଭିଡର ପରବର୍ତ୍ତୀ ଲହର । ଚୀନରେ ମହାମାରୀ ଦିନକୁ ଦିନ ଅଣାୟତ ହେଉଥିବା ବେଳେ ଭାରତ ସରକାର ସମ୍ଭାବ୍ୟ କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି । ଏହି କ୍ରମରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଛି କୋଭିଡ ମକଡ୍ରିଲ ।

ନୂତନ ଭାବେ ପ୍ରତିଷ୍ଠିତ ଏହି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ କୋଭିଡ ଆକ୍ରାନ୍ତ ପହଞ୍ଚିବା ପରେ ସେଠାରେ ତାଙ୍କର ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । କୋଭିଡ ଆକ୍ରାନ୍ତ ଜଣଙ୍କ ଗୁରୁତର ଥିଲେ ତାଙ୍କୁ ଆଇସିୟୁ ଏବଂ ସାମାନ୍ୟ ଆକ୍ରାନ୍ତ ରହିଥିଲେ ତାଙ୍କୁ ସାଧାରଣ ୱାର୍ଡକୁ ସ୍ଥାନାନ୍ତର କରାଯିବ । ଏନେଇ ମତ ଦେଇଛନ୍ତି ମେଡ଼ିକାଲର ADMO ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର ।

ସେହିପରି ଅକ୍ସିଜେନ ପାଇପଲାଇନ ସପ୍ଲାଏରୁ ଆକ୍ରାନ୍ତଙ୍କୁ ଭେଣ୍ଟିଲେଟରରେ ରଖି ଅକ୍ସିଜେନ ଲେବୁଲକୁ ସ୍ଥିର ରଖିବା ପାଇଁ ବ୍ୟବସ୍ଥା କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୭୦ଟି ଶଯ୍ୟା ରହିଥିବା ବେଳେ ୨୦ଟି ଆଇସିୟୁ ରହିଛି । ତନ୍ମଧ୍ୟରୁ ୭ଟି ଭେଣ୍ଟିଲେଟର ଆଇସିୟୁ ରହିଛି । ଅବଜର୍ଭେସନରେ ଆକ୍ରାନ୍ତଙ୍କୁ ରଖିବା ପାଇଁ ୨୦ଟି ଶଯ୍ୟା ରହିଥିବା କହିଛନ୍ତି ADMO । ଆଜି ମକଡ୍ରିଲ ସମୟରେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟକର୍ମୀ କେହି ଜଣେ ହେଲେ ପ୍ରାକ ପ୍ରସ୍ତୁତି ପୂର୍ବକ ପିପିଇ କିଟ ପିନ୍ଧିନଥିବା ବେଳେ ଜିଲ୍ଲାରେ କୋଭିଡ ମୁକାବିଲା ପାଇଁ ମକଡ୍ରିଲ ଏକ ଭେଳିକି ବୋଲି କହିଛନ୍ତି ବୁଦ୍ଧିଜୀବୀ ।

ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମଓ ଡଃ ସଚ୍ଚିଦାନନ୍ଦ ମିଶ୍ର କହିଛନ୍ତି "ଏବେ ସାରା ବିଶ୍ବରେ କୋଭିଡର ୪ର୍ଥ ଲହର ଚାଲିଛି । ତେଣୁ ଏହି ମହାମାରୀକୁ କିପରି ମାତ୍ ଦେଇ ହେବ ସେନେଇ ହସ୍ପିଟାଲ ପରିସରରେ ଏକ ମକଡ୍ରିଲ କରାଯାଇଛି । କିଭଳି ଜଣେ କୋଭିଡ ରୋଗୀଙ୍କୁ ଚିକିତ୍ସା କରାଯିବ ତାହା ମକଡ୍ରିଲ ମାଧ୍ୟମରେ ବୁଝାଯାଇଥିଲା । ଏହି ପରିପ୍ରେକ୍ଷୀରେ ଜଣେ ରୋଗୀଙ୍କୁ ନେଇ ଆମେ ମକଡ୍ରିଲ କରିଥିଲୁ । ଏଥିରେ ରୋଗୀ ଜଣକ ଏକ ଟ୍ରାଏଜରିଆ ମାଧ୍ୟମରେ ହସ୍ପିଟାଲରେ ପହଞ୍ଚିବା ପରେ ପ୍ରଥମେ ତାର ସ୍ବାସ୍ଥ୍ୟପରୀକ୍ଷା କରିଥିଲୁ । କାରଣ ରୋଗୀ ଜଣକର ସ୍ବାସ୍ଥ୍ୟଅବସ୍ଥା କିପରି ରହିଛି। ଏଥିରେ ଯଦି ରୋଗୀର ଅବସ୍ଥା ସେତେଟା ଗୁରୁତର ନାହିଁ ତେବେ ତାକୁ ସାଧାରଣ କୋଭିଡ ଓ୍ବାର୍ଡରେ ରଖି ତାର ଟ୍ରିଟମେଣ୍ଟ କରାଯାଇପାରିବ ।"

ସେ ଆହୁରି ମଧ୍ୟ କହିଛନ୍ତି, "କିନ୍ତୁ ଯଦି ରୋଗୀର ଅବସ୍ଥା ସଙ୍କଟାପନ୍ନ ରହିଛି ତେବେ ତାକୁ କୋଭିଡ ଆଇସିୟୁକୁ ପଠାଯାଉଛି । ଆଇସିୟୁରେ କିଭଳି ରୋଗୀକୁ ଅକ୍ସିଜେନ ଦିଆଯିବ, ଭେଣ୍ଟିଲେଟର କିଭଳି ୨୪ ଘଣ୍ଟା ଚାଲିବ ଏନେଇ ଏକ ପ୍ରସ୍ତୁତି ପ୍ରକ୍ରିୟା ସରିଛି । ଏପର୍ଯ୍ୟନ୍ତ ସୁଦ୍ଧା ଆମେ ଏଠାରୁ ୭୦ ସଂଖ୍ୟା ବିଶିଷ୍ଟ ବେଡ ବ୍ୟବସ୍ଥା କରିଛୁ । ଏଥିମଧ୍ୟରୁ ୨୦ଟି ବେଡ ଆଇସିୟୁ ପାଇଁ ରହିଛି । ଆଉ କିଛିଟା ବେଡ ସାଧାରଣ ଓ୍ବାର୍ଡରେ ରହିଛି । ଯେଉଁଥିରେ ରୋଗୀ ସୁସ୍ଥ ହେଲାପରେ ସେଠାରେ କିଛିଦିନ ରହି ଘରକୁ ଯିବ ।" ରାଜ୍ୟରେ କୋଭିଡ ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ତଥାପି ରାଜ୍ୟରେ ସର୍ଭେଲାନ୍ସ , ଟେଷ୍ଟିଂକୁ ଜୋରଦାର କରାଯିବ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.