ETV Bharat / state

ମିଶନ ଶକ୍ତି ଦୁର୍ନୀତି ଉପରେ ଘଣ୍ଟ ଘୋଡାଇଲେ ବିଡିଓ ! ତାତ୍ସଲ୍ୟ କଲେ ପୂର୍ବତନ ବିଧାୟକ - ରାଜକନିକା ବିଡ଼ିଓଙ୍କୁ ସମାଲୋଚନା କଲେ କଂଗ୍ରେସ ନେତା

ମିଶନ ଶକ୍ତିରେ ବ୍ୟାପକ ଘୋଟାଲାକୁ ନେଇ ବିଡିଓଙ୍କ ଉପରେ ବର୍ଷିଲେ ପୂର୍ବତନ ଆଳି ବିଧାୟକ । ଶାସକ ଦଳର ହାତ ବାରିଶି ସାଜି କାମ କରୁଥିବା ଅଭିଯୋଗ କଲେ । ଅଧିକ ପଢନ୍ତୁ

ବିଡିଓଙ୍କ ଉପରେ ବର୍ଷିଲେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା

author img

By

Published : Feb 8, 2023, 1:48 PM IST

Updated : Feb 8, 2023, 2:20 PM IST

କେନ୍ଦ୍ରାପଡାରେ ମିଶନ ଶକ୍ତି ଦୁର୍ନୀତି

କେନ୍ଦ୍ରାପଡା: ରାଜକନିକା ବ୍ଲକ ମିଶନ ଶକ୍ତି ବିଭାଗ ଅଧୀନରେ ଥିବା ବିଭିନ୍ନ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ଆସିଛି । ସବୁ ଜାଣିଶୁଣି ବ୍ଲକ ପ୍ରଶାସନ ଦୁର୍ନୀତି ଉପରେ ଘଣ୍ଟ ଘୋଡାଉଥିବା ଅଭିଯୋଗ ହୋଇଛି । ମିଶନ ଶକ୍ତିରେ ଏପରି ଘୋଟାଲାକୁ ନେଇ ତାତିଛନ୍ତି ପୂର୍ବତନ ଆଳି ବିଧାୟକ ଦେବେନ୍ଦ୍ରନାଥ ଶର୍ମା । ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ବିଧାୟକ ରାଜକନିକା ବିଡ଼ିଓଙ୍କୁ ତାତ୍ସଲ୍ୟ କରିଛନ୍ତି । ବିଡିଓ ଶାସକ ଦଳର ହାତ ବାରିଶି ସାଜି କାମ କରୁଥିବା କହିବା ସହ ବ୍ଲକ କାର୍ଯ୍ୟାଳୟ ଉପରେ ବିଜେଡି ଦଳର ପତାକା ଲଗାଇ ଦେବାକୁ କଡା ଭାଷାରେ କହିଛନ୍ତି ।

ଅଭିଯୋଗ ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଆଖୁଳିପଡା ପଞ୍ଚାୟତରେ ମିଶନ ଶକ୍ତି ମହାସଂଘ କର୍ମକର୍ତ୍ତା ନିଯୁକ୍ତିରେ ଚଞ୍ଚକତା ଅଭିଯୋଗ କରି ଗତ ସପ୍ତାହରେ ମହିଳାମାନଙ୍କ ଦ୍ୱାରା ବ୍ଲକ ମିଶନ ଶକ୍ତି କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଏହି ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଡ଼ିଓଙ୍କୁ ଦାବିପତ୍ର ମାଧ୍ୟମରେ ସପ୍ତାହେ ମହଲତ ଦିଆଯାଇଥିଲା । ବିଡ଼ିଓ ଚଳିତ ସପ୍ତାହରେ ତଦନ୍ତ କରି ପଦକ୍ଷେପ ନେବେ ବୋଲି ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ତେବେ ସପ୍ତାହେରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ବିଡ଼ିଓ କୌଣସି ପଦକ୍ଷେପ ନନେବା କାରଣରୁ ପୁନର୍ବାର ମହିଳାମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ।

ଏହି ସମୟରେ ପୂର୍ବତନ ବିଧାୟକ ପହଞ୍ଚି ମିଶନ ଶକ୍ତି ଯୋଜନା ଘୋଟାଲା ଘଟଣାରେ କ'ଣ ପଦକ୍ଷେପ ନିଆଯାଇଛି ସେନେଇ ବିଡିଓଙ୍କୁ ପ୍ରଶ୍ନ କରିଥିଲେ । କିନ୍ତୁ ବିଡିଓଙ୍କ କଥାରେ ତାଳମେଳ ନରହିବାରୁ ଏଥିରେ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥଶର୍ମା ଉତ୍ତେଜିତ ହୋଇ ବ୍ଲକ କାର୍ଯ୍ୟାଳୟ ଉପରେ ବିଜେଡି ଦଳୀୟ ପତାକା ଲଗାଇ ଦିଅନ୍ତୁ ବୋଲି କହିବା ସହ ଯେ ପର୍ଯ୍ୟନ୍ତ ସଠିକ ତଦନ୍ତ ନହୋଇ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବା ପାଇଁ ମହିଳାଙ୍କୁ ପରାମର୍ଶ ଦେଇଛନ୍ତି ।

ଜଣେ ସରକାରୀ ଅଧିକାରୀଙ୍କ ପ୍ରତି ବିଧାୟକଙ୍କ ଏଭଳି ଆଚରଣର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ବିଡିଓ ମିଶନ ଶକ୍ତି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ହୋଇଥିବା ଦୁର୍ନୀତିକୁ ଘଣ୍ଟ ଘୋଡାଇବା ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜକନିକା ବ୍ଲକ ମିଶନ ଶକ୍ତି ବିଭାଗ ଅଧୀନରେ ଥିବା ବାଘବୁଦା, ଆଖୁଳିପଡା ଭଳି ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହେଉଥିବାର ଅଭିଯୋଗ ଆସିଛି । ହେଲେ ବ୍ଲକ ଅଧିକାରୀ ଏସବୁକୁ ଆଖି ବୁଜି ସମର୍ଥନ କରୁଥିବା ବାରମ୍ବାର ଅଭିଯୋଗ ହେଉଛି ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Feb 8, 2023, 2:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.