ETV Bharat / state

କାରିଗରଙ୍କୁ କୋରୋନା ମାଡ; ମୂର୍ତ୍ତି ଅଛି, ନାହାଁନ୍ତି ଗ୍ରାହକ - ganesh puja

ଦିନକ ପରେ ବିଘ୍ନବିନାଶକଙ୍କ ପୂଜା । ମୂର୍ତ୍ତି ଗୁଡିକରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର । ହେଲେ କୋରୋନା ପାଇଁ ବିକ୍ରି ହେଉନି ମୂର୍ତ୍ତି । ଅଧିକ ପଢନ୍ତୁ...

ମୂର୍ତ୍ତୀ କାରିଗରଙ୍କୁ କୋରୋନା ମାଡ; ତିଆରି ହୋଇଛି ମୂର୍ତ୍ତୀ ,କିଣୁ ନାହାଁନ୍ତି ଗ୍ରାହକ

author img

By

Published : Sep 8, 2021, 3:11 PM IST

କେନ୍ଦ୍ରାପଡା: ଦିନକ ପରେ ବିଘ୍ନବିନାଶକଙ୍କ ପୂଜା । କାରିଗର ହାତକୁ ତର ନାହିଁ । ସେଇଥିପାଇଁ ତ ମୂର୍ତ୍ତି ଗୁଡିକରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର । ଭଳିକି ଭଲି ରଙ୍ଗର ମୂର୍ତ୍ତି ରହିଛି । କିନ୍ତୁ କୌଣସି ମୂର୍ତ୍ତି ଗୁଡିକର ଉଚ୍ଚତା ୪ ଫୁଟରୁ ଅଧିକ ନାହିଁ । କାରଣ କୋରୋନା ପାଇଁ ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି । କୌଣସି ମୂର୍ତ୍ତି ଗୁଡିକର ଉଚ୍ଚତା ୪ ଫୁଟରୁ ଅଧିକ ହୋଇପାରିବନି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ମୂର୍ତ୍ତି କାରିଗର । କେନ୍ଦ୍ରାପଡାର ମନକରପୁର କୁମ୍ଭାର ସାହିରେ ପ୍ରାୟ ୧୦ରୁ ଉର୍ଦ୍ଧ୍ବ ମୂର୍ତ୍ତି କାରିଗର ପରିବାର ରୁହନ୍ତି । ପ୍ରତିବର୍ଷ ଗ୍ରାହକଙ୍କ ମନଲାଖି ମୂର୍ତ୍ତି ଗଢି ଦି ପଇସା ପାଆନ୍ତି । କିନ୍ତୁ ମହାମାରୀ ସବୁକିଛି ବିଗାଡି ଦେଇଛି । କୋରୋନା ପରଠାରୁ ବେପାର ଏକ ପ୍ରକାର ଠପ ହୋଇପଡିଛି । ଚଳିତ ଥର ମୂର୍ତ୍ତି ଗଢା ହୋଇଥିଲେ ମଧ୍ୟ ଗ୍ରାହକଙ୍କ ଦେଖା ନାହିଁ ।

ମୂର୍ତ୍ତୀ କାରିଗରଙ୍କୁ କୋରୋନା ମାଡ; ତିଆରି ହୋଇଛି ମୂର୍ତ୍ତୀ ,କିଣୁ ନାହାଁନ୍ତି ଗ୍ରାହକ
କେବଳ ସେତିକିରେ ସରିନି ମୂର୍ତ୍ତି କାରିଗରଙ୍କ ସମସ୍ୟା । ମୂର୍ତ୍ତି ନିର୍ମାଣ ପାଇଁ ଦରକାର ପଡିଥାଏ ଛଣ, ସୂତୁଲି, ମାଟି, ରଙ୍ଗ ଓ ସାଜ କପଡା । କିନ୍ତୁ ଏସବୁର ଦର ଏବେ ଆକାଶଛୁଆଁ । କାରିଗରଙ୍କ କଷ୍ଟ ଅନୁସାରେ ପାରିଶ୍ରମିକ ମିଳୁ ନଥିବା ଅଭିଯୋଗ ହୋଇଛି । ପାଠପଢ଼ା ସାଙ୍ଗକୁ କୌଳିକ ବୃତ୍ତିରେ ବାପାଙ୍କୁ ସହଯୋଗ କରିଥିବା ଜଣେ ଛାତ୍ର କହିଛନ୍ତି କୋରୋନା ପାଇଁ ମୂର୍ତ୍ତି ବିକ୍ରି ହେଉନି । ମୂର୍ତ୍ତି ବିକ୍ରିକରି ଗୁଜୁରାଣ ସହ ପାଠପଢ଼ା ପାଇଁ ହେଉଥିବା ଖର୍ଚ୍ଚ ଉଠିଯାଏ । କିନ୍ତୁ ୨ ବର୍ଷ ହେଲା ଦୁଇ ଓଳି ଦୁଇମୁଠା ଠିକରେ ଖାଇବା ସେମାନଙ୍କ ପାଇଁ ସ୍ୱପ୍ନ ପାଲଟିଛି । ସରକାର ମୂର୍ତ୍ତି କାରିଗରଙ୍କ ପାଇଁ ନିୟମରେ ସାମାନ୍ୟ କୋହଳ କଲେ ଆଉ ବିକ୍ରିବଟା ପାଇଁ ବଜାର ସୃଷ୍ଟି କଲେ ସେମାନଙ୍କ ଦୁଃଖ ଦୂର ହୋଇ ପାରନ୍ତା ।କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.