ETV Bharat / state

କଂଗ୍ରେସ ପ୍ରାର୍ଥୀଙ୍କୁ ମାଡ ପ୍ରତିବାଦରେ ରାସ୍ତାରୋକ, ମନ୍ତ୍ରୀ ପ୍ରତାପ ଦେବଙ୍କ କୁଶପୁତ୍ତଳିକା ଦାହ - ବିଜେଡିର ଦୁର୍ନୀତି ଅଭିଯୋଗ

ଶାସକ ଦଳର ଦୁର୍ନୀତି, ଅତ୍ୟାଚାର ଓ ଗୁଣ୍ଡାଗିରି ପ୍ରତିବାଦରେ କଂଗ୍ରେସ ଦଳ ପକ୍ଷରୁ କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ନିଆଳ ହାଟ ନିକଟରେ ରାସ୍ତାରୋକ କରାଯାଇଛି । ଅଧିକ ପଢ଼ନ୍ତୁ

road block by congress in kendrapada
ବିଜେଡିର ଦୁର୍ନୀତି ବିରୋଧରେ ରାସ୍ତାରୋକ କଲା କଂଗ୍ରେସ
author img

By

Published : Jun 13, 2022, 2:16 PM IST

କେନ୍ଦ୍ରାପଡ଼ା: ଶାସକ ଦଳର ଦୁର୍ନୀତି, ଅତ୍ୟାଚାର ଓ ଗୁଣ୍ଡାଗିରି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ରାସ୍ତାରୋକ । କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ନିଆଳ ହାଟ ନିକଟରେ ରାସ୍ତାରୋକ କରିଛନ୍ତି କଂଗ୍ରେସ କର୍ମୀ । ଗତ ୬ ତାରିଖ ଦିନ ଆଳି ବ୍ଲକର କଣ୍ଟିପୁର ସମବାୟ ସମିତିରେ ନିର୍ଦ୍ଦେଶକ ପଦବୀ ପାଇଁ କଂଗ୍ରେସ ଦଳର କିଛି ପ୍ରାର୍ଥୀ ନାମାଙ୍କନ ଦାଖଲ କରିବାକୁ ଯାଇଥିଲେ । ସେଠାରେ ବିଜେଜିର ନେତାମାନେ ମାଡ଼ମାରି ନାମାଙ୍କନ କରାଇ ଦେଇନଥିବା ଅଭିଯୋଗ ହୋଇଥିଲା ।

ବିଜେଡିର ଦୁର୍ନୀତି ବିରୋଧରେ ରାସ୍ତାରୋକ କଲା କଂଗ୍ରେସ

ଏହି ଘଟଣା ନେଇ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ସେ କହିଛନ୍ତି । ଯାହାଫଳରେ ଆଜି ସକାଳ ୯ ରୁ ଦିନ ୨ଟା ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଅବରୋଧ କରି କଂଗ୍ରେସ ଧାରଣାରେ ବସିଛି । କଣ୍ଟିପୁର ସମବାୟରେ ପୁନଃ ନିର୍ବାଚନ ଦାବି କରିବା ସହିତ ମନ୍ତ୍ରୀ ପ୍ରତାପ ଦେବଙ୍କ କୁଶପୁତଳିକା ଦାହ କରାଯାଇଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.