ETV Bharat / state

ପିଆଜ ଦର ବୃଦ୍ଧି ପ୍ରତିବାଦ; ୨୫ଟଙ୍କାରେ ପିଆଜ କିଲେ ବିକିଲା କଂଗ୍ରେସ - ଅଭିନବ ପ୍ରତିବାଦ କରିଛି କଂଗ୍ରେସ

ରାଜ୍ୟରେ ପିଆଜ ଦର ଅହେତୁକ ବୃଦ୍ଧିର ପ୍ରତିବାଦ କରିଛି କଂଗ୍ରେସ । କେନ୍ଦ୍ରାପଡ଼ାରେ କଂଗ୍ରେସ ନେତା ଗଣେଶ୍ବର ବେହେରାଙ୍କ ନେତୃତ୍ବରେ ଅଭିନବ ଉପାୟରେ ପ୍ରତିବାଦ କରି ପିଆଜ କିଲୋ ପ୍ରତି ୨୫ ଟଙ୍କାରେ ସାଧାରଣ ଲୋକଙ୍କୁ ବିକିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

୨୫ ଟଙ୍କାରେ ପିଆଜ କିଲେ ବିକିଲା କଂଗ୍ରେସ
୨୫ ଟଙ୍କାରେ ପିଆଜ କିଲେ ବିକିଲା କଂଗ୍ରେସ
author img

By ETV Bharat Odisha Team

Published : Nov 7, 2023, 8:45 PM IST

୨୫ ଟଙ୍କାରେ ପିଆଜ କିଲେ ବିକିଲା କଂଗ୍ରେସ

କେନ୍ଦ୍ରାପଡ଼ା: ବଜାରରେ ହୁ ହୁ ହୋଇ ବଢି ଚାଲିଛି ପିଆଜ ଦର । ପିଆଜ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ଆଜି କେନ୍ଦ୍ରାପଡ଼ା ପୁରୁଣା ବସ ଷ୍ଟାଣ୍ଡ୍‌ଠାରେ ଅଭିନବ ପ୍ରତିବାଦ କରିଛି କଂଗ୍ରେସ । ପ୍ରତିବାଦ ସ୍ବରୂପ ପିଆଜ ବିକ୍ରି କରିଛନ୍ତି କଂଗ୍ରେସ ନେତା ଓ କର୍ମୀ । ଏହି ଅଭିନବ ପ୍ରତିବାଦ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ଗଣେଶ୍ବର ବେହେରାଙ୍କ ନେତୃତ୍ବରେ ହୋଇଥିଲା । ଦରଦାମ ନିୟନ୍ତ୍ରଣରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କିପରି ବିଫଳ ହୋଇଛନ୍ତି ସେନେଇ ବର୍ଷିଛନ୍ତି ଗଣେଶ୍ବର ।

ଆଜି ପୂର୍ବାହ୍ନରୁ ଅପରାହ୍ନ ପର୍ଯ୍ୟନ୍ତ ପିଆଜ କିଲୋ ପିଛା ୨୫ ଟଙ୍କାରେ ବିକ୍ରି କରି କଂଗ୍ରେସ ସାଧାରଣ ଖାଉଟିଙ୍କ ସହ ରହିଛି ବୋଲି କହିଥିବାବେଳେ ସାଧାରଣ ଲୋକଟିର ପଖାଳ କଂସା ପାଖରୁ ପିଆଜ ଉଭେଇଯିବା ଓ ପିଆଜ କନ୍ଦାଇବା ଭଳି ପରିସ୍ଥିତି ଯୋଗୁଁ ସରକାର ଦାୟୀ ବୋଲି କହିଛନ୍ତି କଂଗ୍ରେସ ନେତା । ଏହି ୨୫ ଟଙ୍କାରେ ପିଆଜ କିଣିବା ପାଇଁ ସାଧାରଣ ଲୋକେ ଦୀର୍ଘ ସମୟ ଧରି ଧାଡି ବାନ୍ଧି ଛିଡ଼ା ହେଇଥିବାର ଦେଖିବାକୁ ମିଳିଥିଲା । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଅପାରଗ ବ୍ୟବସ୍ଥା ଓ ଚାଷୀ ମାରଣ ନୀତି ଯୋଗୁଁ ଏହି ଅବସ୍ଥା ସୃଷ୍ଟି ହୋଇଥିବା କଂଗ୍ରେସ ନେତା ଗଣେଶ୍ବର ବେହେରା କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Onion Price Hike: ରାଜ୍ୟରେ ପିଆଜ ଦର ବୃଦ୍ଧି, 30ଟଙ୍କାରେ ପିଆଜ ବିକିଲା ଯୁବ କଂଗ୍ରେସ

ଗଣେଶ୍ବର ଆହୁରି କହିଛନ୍ତି, "କଂଗ୍ରେସ ଗରିବ ଲୋକମାନଙ୍କ ସହିତ ରହିଛି । ଚଢା ଦରରେ ପିଆଜ କିଣି ଖାଇବା ପାଇଁ ଅସମର୍ଥ ଗରିବ ଲୋକମାନଙ୍କ ପାଇଁ ଏହି ୨୫ ଟଙ୍କିଆ ପିଆଜ ସାମାନ୍ୟ ଆଶ୍ବସ୍ତି ଆଣିଦେବ । କେନ୍ଦ୍ର ସରକାର ପିଆଜ ଉତ୍ପାଦ ସମୟରେ ରପ୍ତାନୀକୁ ନିୟନ୍ତ୍ରଣ କରି ନପାରିବା ଓ ଆମଦାନୀ ନବଢ଼ାଇବା କାରଣରୁ ଏଭଳି ସ୍ଥିତି ଉପୁଜିଛି ।" ଆଦାନୀ, ଅମ୍ବାନୀ ପ୍ରତି ନିଘା ରଖିଥିବା କେନ୍ଦ୍ର ସରକାର ସେମାନଙ୍କ ଦ୍ବାରା ଉପକୃତ ହେଉଥିବାରୁ ସେମାନଙ୍କ ପ୍ରତି ଯଥେଷ୍ଟ ଯତ୍ନବାନ ହେଉଛନ୍ତି । ହେଲେ ଗରିବ ଲୋକଙ୍କ କଥା ଭୁଲି ଯାଇଛନ୍ତି ବୋଲି କହି ଗଣେଶ୍ବର କଟାକ୍ଷ କରିଛନ୍ତି । ରାଜ୍ୟରେ ବାର୍ଷିକ ୩ ଲକ୍ଷ ୯୫ ହଜାର ଟନ ପିଆଜ ଉତ୍ପାଦନ ହେଉଥିବା ବେଳେ ଆବଶ୍ୟକତା ୨ ଲକ୍ଷ ୯୫ ହଜାର ଟନ ରହିଛି । ହେଲେ ବଳକା ୧ ଲକ୍ଷ ଟନ ପିଆଜର ସଂରକ୍ଷଣ କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସର ଏହି ହାଲ୍ଲାବୋଲ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା କହିଛନ୍ତି ଗଣେଶ୍ବର ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.