ETV Bharat / state

କେନ୍ଦ୍ରାପଡାରେ ମେଡିକାଲ କଲେଜ ଦାବିରେ କଂଗ୍ରେସର ଆନ୍ଦୋଳନ, ବିଜେଡି ଓ ବିଜେପିର ଭର୍ତ୍ସନା - kendrapada medical college demand

କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ଆନ୍ଦୋଳନ ଡାକରା । ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିକୁ ଜୋରଦାର କରିଛି କଂଗ୍ରେସ। କିନ୍ତୁ କଂଗ୍ରେସ ଏହି ଆନ୍ଦୋଳନକୁ ଉଭୟ ବିଜେପି ଓ ବିଜେଡି ବିରୋଧ କରିଛନ୍ତି । ଅଧିକ ପଢନ୍ତୁ...

medical college in kendrapada
ଜିଲ୍ଲାରେ ମେଡିକାଲ କଲେଜ ପାଇଁ କଂଗ୍ରେସର ଆନ୍ଦୋଳନ,ବିଜେଡି ଓ ବିଜେପିର ଭର୍ସନା
author img

By

Published : Feb 10, 2021, 6:45 PM IST

କେନ୍ଦ୍ରାପଡା: 'ମାଟି ପାଇଁ ପାଟି ଖୋଲ' ସ୍ଲୋଗାନ ଦେଇ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ମହା ଆନ୍ଦୋଳନ ଡାକରା ଦେଇଥିଲା। ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିକୁ ଜୋରଦାର କରିଛି କଂଗ୍ରେସ।

ଜିଲ୍ଲାରେ ମେଡିକାଲ କଲେଜ ପାଇଁ କଂଗ୍ରେସର ଆନ୍ଦୋଳନ,ବିଜେଡି ଓ ବିଜେପିର ଭର୍ସନା

କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ କଂଗ୍ରେସର ଆହ୍ବାନ ଓ ଜିଲ୍ଲା କଂଗ୍ରେସର ଏକ ବିଶାଳ ଶୋଭାଯାତ୍ରା ଦୁହୁରିଆ ଛକ ଠାରୁ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଥିଲେ।ଏ ହି ଆନ୍ଦୋଳନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ,ଜଟଣୀ ବିଧାୟକ ସୁରେଶ ରାଉତରାୟ କଂଗ୍ରେସର ନେତୃତ୍ବ ଉପସ୍ଥିତ ରହି କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କାହା ଦୟା ଉପରେ ନିର୍ଭର କରୁନାହିଁ ଏହା ଜିଲ୍ଲାବାସୀଙ୍କ ହକ ବୋଲି କହିଥିଲେ। ସେହିପରି ମାଟି ପାଇଁ ପାଟି ଖୋଲିବା ଲୋକବର୍ତ୍ତମାନ ମୁକ ତେଣୁ ସ୍ବର ଉଠିବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି ନିରଞ୍ଜନ। ସେହିପରି କଂଗ୍ରେସର ଏକ ନେତୃତ୍ବ ମଣ୍ଡଳୀ ନିରଞ୍ଜନଙ୍କୁ ବିରୋଧ କରୁଥିବା ବେଳେ ଆଜି ସେମାନଙ୍କ ବୈଠକ ବସିଥିବା ଉତ୍ତରରେ ନିରଞ୍ଜନ କିଛି ଜାଣିନଥିବା କହିଛନ୍ତି ଓ ନିରଂଜନଙ୍କ ନେତୃତ୍ବକୁ ସମର୍ଥନ କରି ପିସିସି ସଭାପତି ପରିବର୍ତ୍ତନ କେବଳ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ କରିପାରିବେ ଏବଂ ଆମଭଳି ହଜାର ବସିଲେ କିଛି ଲାଭ ନାହିଁ ବୋଲି କହିଛନ୍ତି ଜଟଣୀ ବିଧାୟକ ତଥା କଂଗ୍ରେସ ନେତା ସୁର ରାଉତରାୟ। ଏଥିସହିତ ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିବା ଲୋକ ପ୍ରତିନିଧି ଜିଲ୍ଲାର ନୁହନ୍ତି ତେଣୁ ସେମାନେ କଣ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସ୍ବର ଉଠାଇବେ ବୋଲି ପ୍ରଶ୍ନ କରିଛନ୍ତି ସୁର।

ସେପଟେ କଂଗ୍ରେସର ଏହି ଆନ୍ଦୋଳନକୁ ଭିନ୍ନ ଭିନ୍ନ ଢଙ୍ଗରେ ଦେଖିଛନ୍ତି ଦୁଇ ରାଜନୈତିକ ଦଳ। ବିଜେପି ଏହାକୁ ସଂକୀର୍ଣ୍ଣ ରାଜନୀତି ଓ କଂଗ୍ରେସ ଦୀର୍ଘଦିନ ଧରି ଶାସନ ଗାଦିରେ ଥିବା ବେଳେ କାହିଁକି କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କଲାନାହିଁ ଏବଂ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ଦିଗରେ କାହିଁକି ହାତ ବଢ଼ାଇଲା ନାହିଁ ବୋଲି ପ୍ରଶ୍ନ କରିଛି। ସେହିପରି ବିଜେଡି ଏହାକୁ କଂଗ୍ରେସର ପଲିଟିକାଲ ଷ୍ଟଣ୍ଟ ଓ ନିର୍ଜୀବପ୍ରାୟ ହୋଇପଡିଥିବା ଦଳକୁ ପାଣି ଛିଞ୍ଚୁଛି ବୋଲି କହିଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଜୋରଦାର ହେଉଥିବା ବେଳେ ୧୫ ଲକ୍ଷରୁ ଉର୍ଦ୍ଧ୍ଵ ଜନସଂଖ୍ୟା ବିଶିଷ୍ଟ ଏହି ନଦୀ ନାଳ ଘେରା ଜିଲ୍ଲାରେ ଖୁବଶୀଘ୍ର ଏକ ମେଡିକାଲ କଲେଜ ପ୍ରତିଷ୍ଠା କରିଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଶଂସାର ପାତ୍ର ହୋଇପାରିବେ ବୋଲି ବୁଦ୍ଧିଜୀବୀ କୁହନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.