ETV Bharat / state

କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି, ଆନ୍ଦୋଳନ କରିବ କଂଗ୍ରେସ

author img

By

Published : Feb 7, 2021, 6:31 PM IST

କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ତାତିଲା କଂଗ୍ରେସ । ଆସନ୍ତା 10 ତାରିଖରେ ମହାଆନ୍ଦୋଳନ ନେଇ ଦଳର ଚେତାବନୀ । ଅଧିକ ପଢନ୍ତୁ...

କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି, ଆନ୍ଦୋଳନ କରିବ କଂଗ୍ରେସ
କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି, ଆନ୍ଦୋଳନ କରିବ କଂଗ୍ରେସ

କେନ୍ଦ୍ରାପଡା: ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ତାତିଲା କଂଗ୍ରେସ । କେନ୍ଦ୍ରାପଡାକୁ ସବୁ କ୍ଷେତ୍ରରେ ଅବହେଳା କରାଯାଉଛି । ଜିଲ୍ଲାରେ ଡାକ୍ତର ଅଭାବ ଓ ସାମାନ୍ୟ ରୋଗ ପାଇଁ କଟକ ବଡ ମେଡିକାଲ ଉପରେ ନିର୍ଭର ହେବାକୁ ପଡୁଛି । ଏଣୁ ଜିଲ୍ଲାରେ ମେଡିକାଲ କଲେଜ ଦାବିରେ ଆନ୍ଦୋଳନ କରିବା ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛି କଂଗ୍ରେସ । ଆସନ୍ତା 10 ତାରିଖରେ ଦଳ ପକ୍ଷରୁ ଆନ୍ଦୋଳନ ସହ ଜିଲ୍ଲାପାଳ ଅଫିସ ଘେରାଉ କରାଯିବ । ଏହି ମହାଆନ୍ଦୋଳନରେ ପିସିସି ସଭାପତି ସମେତ ରାଜ୍ୟସ୍ତରୀୟ ନେତାମାନେ ଯୋଗ ଦେବା ନେଇ ସୂଚନା ମିଳିଛି ।

ଦୀର୍ଘ ଦିନ ହେବ ଜିଲ୍ଲାରେ ମେଡିକାଲ କଲେଜ ନିର୍ମାଣ ପାଇଁ ଦାବି ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ନିକଟରେ ଅନ୍ୟ ଜିଲ୍ଲାଗୁଡିକରେ ମେଡିକାଲ କଲେଜ ହେବା ନେଇ ଘୋଷଣା କରାଯାଇଥିବାବେଳେ ଏଥିରୁ ବାଦ୍ ପଡିଛି କେନ୍ଦ୍ରାପଡା । ଏଣୁ ପ୍ରତି କ୍ଷେତ୍ରରେ ଜିଲ୍ଲା ଅବହେଳିତ ଥିବା କଂଗ୍ରେସ ଅଭିଯୋଗ କରିଛି ।

ଜିଲ୍ଲାରେ ଏକ ମେଡିକାଲ କଲେଜ ଦାବି କରି 10 ତାରିଖ ଦିନ ଆନ୍ଦୋଳନ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା । ଏହି ସମ୍ମିଳନୀରେ ଜିଲ୍ଲା ସଭାପତି ଚିନ୍ମୟ ବେହୁରାଙ୍କ ସମେତ କଂଗ୍ରେସର ପ୍ରମୁଖ ନେତା ଓ କର୍ମୀମାନେ ଯୋଗ ଦେଇଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.