କେନ୍ଦ୍ରାପଡା: ଜିଲ୍ଲା ମାର୍ଶାଘାଇ ବ୍ଲକ ସଭାଗୃହରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଖପାଖ ଅଞ୍ଚଳର ଲୋକ ମାନେ ପହଞ୍ଚି ନିଜ ନିଜର ବ୍ୟକ୍ତିଗତ ଏବଂ ସାମୁହିକ ସମସ୍ୟା ଉପରେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।
ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ଆରକ୍ଷୀ ଅଧିକ୍ଷକ ନୀତିଶେଖର 20 ଟି ସାମୂହିକ ଏବଂ 171ଟି ବ୍ୟକ୍ତିଗତ ଅଭିଯୋଗ ଗୁଡ଼ିକ ଶୁଣିବା ସହିତ ଏହାର ସମାଧାନ ପାଇଁ ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଅବସରରେ ମାର୍ଶାଘାଇ ବ୍ଲକ ପରିସରରେ ନୂତନ ଭାବେ ଖୋଲା ଯାଇଥିବା ଡ଼୍ରାଇଭିଙ୍ଗ ଲାଇସେନ୍ସ ସେଣ୍ଟର ଏବଂ ମାର୍ଶାଘାଇ ମେଡ଼ିକାଲ ବୁଲି ଦେଖିଛନ୍ତି ଜିଲ୍ଲାପାଳ । ଏହି ମିଳିତ ଜନଶୁଣାଣୀ ଶିବିରରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହିତ ଏସ୍ପିନିତୀ ଶେଖର ଓ ଜିଲ୍ଲାର ବିଭିନ୍ନ ବିଭାଗର ପଦାଧିକାରୀ ମାନେ ଉପସ୍ଥିତ ରହିଥିଲେ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ