ETV Bharat / state

ମିଶନ ପାଟକୁରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର - ପାଟକୁରା ନିର୍ବାଚନ

ପାଟକୁରା ବିଜୟ ପାଇଁ କେନ୍ଦ୍ରାପଡାରେ ମାରାଥନ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ ମବୀନ ପଟ୍ଟନାୟକ । ସେପଟେ ବିଜେଡି ଭୟଭିତ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଚାର ପାଇଁ ପଠାଇଛି ବୋଲି କହିଛି ବିଜେପି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Jul 18, 2019, 4:57 AM IST

କେନ୍ଦ୍ରାପଡା: ପାଟକୁରା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀନୀ ସାବିତ୍ରୀ ଅଗ୍ରୱାଲଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବା ଲକ୍ଷ ନେଇ ବିଜେଡି ବୁଧବାର ତାର ଶେଷ ଅସ୍ତ୍ର ପ୍ରୟୋଗ କରିଛି । ସେପଟେ ବିଜେପି ଏହି ଶେଷ ଅସ୍ତ୍ରକୁ ପ୍ରଭାବଶୂନ୍ୟ କହିଥିବା ବେଳେ ରାଜନୈତିକ ବାତାବରଣ ସରଗରମ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଡେରାବିଶ୍ ବ୍ଲକ ବାରିମୂଳ ପଡ଼ିଆରେ ପହଞ୍ଚିବା ପରେ ସେଠାରୁ ହାଇଟେକ ବସ ମାଧ୍ୟମରେ ନିର୍ବାଚନ ମଣ୍ଡଳୀ ଗସ୍ତକରି ସ୍ଥାନେସ୍ଥାନେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଚିରାଚରିତ ଢଙ୍ଗରେ କେଇଧାଡ଼ି କଥା ଯାହାକୁ ଶୁଣିବା ପାଇଁ ଅପେକ୍ଷା କରିଥିଲେ ଜନସାଧାରଣ । ଅନ୍ୟପକ୍ଷରେ ମଙ୍ଗବାର ବିଜେପି ନେତା ଦାମୋଦର ରାଉତ ମୁଖ୍ୟମନ୍ତ୍ରୀ ବଳଦେବଜୀଉଙ୍କୁ ଦୁଇକୋଟି ଟଙ୍କା ଲାଞ୍ଚ ଦେବା କହିଥିବା ବେଳେ ଆଜି ପ୍ରଚାର ସମୟରେ ଜଳସେଚନ ମନ୍ତ୍ରୀ ରଘୁନନ୍ଦନ ଦାସ, ଦାମୋଦର ରାଉତ କ'ଣ ବଳଦେବଜୀଉଙ୍କ ପୁଜାପଣ୍ଡା ବୋଲି ପ୍ରଶ୍ନ କରିଥିଲେ ।

ବୁଧବାର ମୁଖ୍ୟମନ୍ତ୍ରୀ ପାଟକୁରା ଗସ୍ତକୁ ନେଇ ତୀବ୍ର ସମାଲୋଚନା କରିଛି ବିଜେପି । ପାଟକୁରାରେ ବିଜେଡି ପରାଜୟ ନିଶ୍ଚିତ ହେବା ଜାଣି ନିଜେ ମୁଖ୍ୟମନ୍ତ୍ରୀ ପ୍ରଚାରକୁ ଆସିଛନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ବିଜେଡି କେତେ ଭୟଭୀତ ବୋଲି କହିଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି କନକ ବର୍ଦ୍ଧନ ସିଂହଦେଓ । ମଙ୍ଗଳବାର ବିଧାନସଭା ପ୍ରଶ୍ନକାଳରେ ପଞ୍ଚାୟତିରାଜ ମନ୍ତ୍ରୀ ସାରା ଓଡ଼ିଶାରେ ପାଟକୁରା ନିର୍ବାଚନ ମଣ୍ଡଳୀର ୬୫୦ଟି ଗାଁକୁ ସବୁଦିନିଆ ରାସ୍ତା ନଥିବା ଉତ୍ତରକୁ ଧରି ଶାସକ ଦଳକୁ କାଉଣ୍ଟର କରିଛି ବିଜେପି ।

ବିଜେଡି ବିଜେପି କାଦୁଅ ଫିଙ୍ଗାରେ କଂଗ୍ରେସର ନେତା ଦେଖିବାକୁ ମିଳୁନଥିବା ବେଳେ ଗୁରୁବାର ପ୍ରଚାରର ଶେଷଦିନ ସବୁଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:17.07.2019
Radhakanta Mohanty, Kendrapada
Slug-od_kpr_05_cm visit_script_7204459
Anchor-ପାଟକୁରା ଗସ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଦଳୀୟ ପ୍ରାର୍ଥୀନୀ ସାବିତ୍ରୀ ଅଗ୍ରୱାଲଙ୍କୁ ବହୁ ଭୋଟରେ ବିଜୟୀ କରାଇବା ଲକ୍ଷନେଇ ବିଜେଡି ଆଜି ତାର ଶେଷଅସ୍ତ୍ର ପ୍ରୟୋଗ କରିଛି।ବିଜେପି ଏହି ଶେଷ ଅସ୍ତ୍ରକୁ ପ୍ରଭାବଶୂନ୍ୟ କହିଥିବା ବେଳେ ରାଜନୈତିକ ବାତାବରଣ ଉଷ୍ମ ହୋଇଛି।
Body:VO1-ଚାରିଆଡେ ଉତ୍ସାହ।ଆବାଳବୃଦ୍ଧବନିତା ଧାଡିକରି ନିର୍ବାଚନ ମଣ୍ଡଳୀର ପଥପାର୍ଶ୍ଵରେ ଛିଡ଼ା ହୋଇ ରହିଛନ୍ତି କେତେବେଳେ ତାଙ୍କ ପାଖରେ ପହଞ୍ଚିବେ ନବୀନ।ଡେରାବିଶ୍ ବ୍ଲକ ବାରିମୂଳ ପଡ଼ିଆରେ ପୂର୍ବାହ୍ନ ୧୦ଘଟିକା ସମୟରେ ପହଞ୍ଚିବା ପରେ ସେଠାରୁ ହାଇଟେକ ବସ ମାଧ୍ୟମରେ ନିର୍ବାଚନ ମଣ୍ଡଳୀ ଗସ୍ତକରି ସ୍ଥାନେସ୍ଥାନେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଉଛନ୍ତି ମୁଖ୍ୟମନ୍ତ୍ରୀ।ଚିରାଚରିତ ଢଙ୍ଗରେ କେଇଧାଡ଼ି କଥା ଯାହାକୁ ଶୁଣିବା ପାଇଁ ଅପେକ୍ଷାରତ ଜନସାଧାରଣ।ଅନ୍ୟପକ୍ଷରେ ଗତକାଲି ବିଜେପି ନେତା ଦାମୋଦର ରାଉତ ମୁଖ୍ୟମନ୍ତ୍ରୀ ବଳଦେବଜୀଉଙ୍କୁ ଦୁଇକୋଟି ଟଙ୍କା ଲାଞ୍ଚ ଦେବା କହିଥିବା ବେଳେ ଆଜି ପ୍ରଚାର ସମୟରେ ଜଳସେଚନ ମନ୍ତ୍ରୀ ରଘୁନନ୍ଦନ ଦାସ,ଦାମୋଦର ରାଉତ କ'ଣ ବଳଦେବଜୀଉଙ୍କ ପୁଜାପଣ୍ଡା ବୋଲି ପ୍ରଶ୍ନ କରିଛନ୍ତି।
Byt-ଅରୁଣ ସାହୁ(କୃଷିମନ୍ତ୍ରୀ,ଓଡିଶା)
Byt-ରଘୁନନ୍ଦନ ଦାସ(ଜଳସେଚନ ମନ୍ତ୍ରୀ, ଓଡିଶା)
VO2-ଆଜିର ମୁଖ୍ୟମନ୍ତ୍ରୀ ଗସ୍ତକୁ ନେଇ ତୀବ୍ର ସମାଲୋଚନା କରିଛି ବିଜେପି।ପୂର୍ବତନ ରାଜ୍ୟ ବିଜେପି ସଭାପତି କନକ ବର୍ଦ୍ଧନ ସିଂହଦେଓ ପାଟକୁରାରେ ବିଜେଡିର ପରାସ୍ତ ଜାଣି ନିଜେ ମୁଖ୍ୟମନ୍ତ୍ରୀ ପ୍ରଚାରକୁ ଆସିଛନ୍ତି।ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ବିଜେଡି କେତେ ଭୟଭୀତ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।ଗତକାଲି ବିଧାନସଭା ପ୍ରଶ୍ନକାଳରେ ପଞ୍ଚାୟତିରାଜ ମନ୍ତ୍ରୀ ସାରା ଓଡ଼ିଶାରେ ପାଟକୁରା ନିର୍ବାଚନ ମଣ୍ଡଳୀର ୬୫୦ଟି ଗାଁକୁ ସବୁଦିନିଆ ରାସ୍ତା ନଥିବା ଉତ୍ତରକୁ ଧରି ଶାସକ ଦଳକୁ କାଉଣ୍ଟର କରିଛି ବିଜେପି।
Byt-କନକ ବର୍ଦ୍ଧନ ସିଂହଦେଓ(ପୂର୍ବତନ ରାଜ୍ୟ ସଭାପତି, ବିଜେପି)
FVO-ବିଜେଡି ବିଜେପି କାଦୁଅ ଫିଙ୍ଗାରେ କଂଗ୍ରେସର ନେତା ଦେଖିବାକୁ ମିଳୁନଥିବା ବେଳେ ଆସନ୍ତାକାଲି ପ୍ରଚାରର ଶେଷଦିନ ସବୁଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ।Conclusion:
FVO-ବିଜେଡି ବିଜେପି କାଦୁଅ ଫିଙ୍ଗାରେ କଂଗ୍ରେସର ନେତା ଦେଖିବାକୁ ମିଳୁନଥିବା ବେଳେ ଆସନ୍ତାକାଲି ପ୍ରଚାରର ଶେଷଦିନ ସବୁଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.