ETV Bharat / state

Pallishree Mela: ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା ଉଦଯାପିତ, ୭ ଦିନରେ ୭୦ ଲକ୍ଷର ବେପାର - କେନ୍ଦ୍ରାପଡା ପଲ୍ଲିଶ୍ରୀ ମେଳା

କୋଭିଡ କାଳରେ ବୃହତ ବ୍ୟବସାୟ ଓ ମହିଳାଙ୍କୁ ଆତ୍ମ ସ୍ୱାବଲମ୍ବୀ କରିବା ଦିଗରେ କେନ୍ଦ୍ରାପଡାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା (State level Pallishree Mela in kendrapara) ଉଦଯାପିତ ହୋଇଛି । ଅଧିକ ପଢନ୍ତୁ

ଶେଷ ହେଲା ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା,  ୭୦ଲକ୍ଷର ବ୍ୟବସାୟ କରିଛନ୍ତି ବ୍ୟବସାୟୀ

author img

By

Published : Dec 3, 2021, 3:42 PM IST

କେନ୍ଦ୍ରାପଡା: କେନ୍ଦ୍ରାପଡାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା ଉଦଯାପିତ ହୋଇଯାଇଛି । କୋଭିଡ ମହାମାରୀ ସମୟରେ ବ୍ୟବସାୟ ପାଇଁ ଆଶା ଆଶଙ୍କାରେ ଥିବା ମହିଳାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଦେଇଛି ଉତ୍ସାହଜନକ ବ୍ୟବସାୟ । ସାତଦିନ ବ୍ୟବସାୟରେ ମେଳାରେ ଥିବା ୭୦ଟି ଷ୍ଟଲରେ ବିକ୍ରି ହୋଇଛି ପ୍ରାୟ ୭୦ଲକ୍ଷ ଟଙ୍କାର ସାମଗ୍ରୀ । କେନ୍ଦ୍ରାପଡ଼ା ହାଇସ୍କୁଲ ପଡିଆରେ ଚାଲିଥିବା ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳାରେ ରାଜ୍ୟର ୨୮ଟି ଜିଲ୍ଲାରୁ ଆସିଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ (SSG)ର ସଦସ୍ୟାମାନେ ଜିନିଷ ବିକ୍ରି କରି ଭଲ ଦୁଇପଇସା ରୋଜଗାର କରିଛନ୍ତି ।

ଶେଷ ହେଲା ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା, ୭୦ଲକ୍ଷର ବ୍ୟବସାୟ କରିଛନ୍ତି ବ୍ୟବସାୟୀ

ମେଳାରେ ମୁଖ୍ୟ ଆକର୍ଷଣ ତଥା ଚାହିଦା ରହିଥିଲା ପଶ୍ଚିମ ଓଡିଶାର ସାମଗ୍ରୀ ମୁଖ୍ୟତଃ କଳାହାଣ୍ଡି ଓ କନ୍ଧମାଳର ହଳଦୀ, ଝୁଣା, ଲାଖ, ମହୁ, ମସଲା ଜାତୀୟ ସାମଗ୍ରୀର । ତେବେ ପ୍ରତିବର୍ଷ ହେଉଥିବା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ (Cultural events) ଚଳିତବର୍ଷ କୋଭିଡ କଟକଣାପାଇଁ ସ୍ଥଗିତ ରହିଥିଲା । ମେଳାରେ ହସ୍ତଶିଳ୍ପ ସାମଗ୍ରୀ (Handicrafts)ର ବେଶ ଚାହିଦା ମଧ୍ୟ ରହିଥିଲା । ହସ୍ତଶିଳ୍ପ ସାମଗ୍ରୀ ବିକ୍ରୟ ପାଇଁ ଦୁଇଟି ଷ୍ଟଲ ଦିଆଯାଇଥିଲା ବେଳେ ପ୍ରାୟ ୯ଜଣ ବ୍ୟବସାୟୀଙ୍କୁ ଏହି ଷ୍ଟଲରେ ସାମଗ୍ରୀ ବିକ୍ରୟ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଏମାନେ ଦୈନିକ ୫ହଜାର ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ସାମଗ୍ରୀ ବିକ୍ରି କରିଥିବା ବେଳେ ଜଣେ ଜଣେ କାରିଗର ପ୍ରାୟ ୫୦ହଜାର ଟଙ୍କାର ବ୍ୟବସାୟ କରିଥିବା କହିଛନ୍ତି ହସ୍ତଶିଳ୍ପ ବିଭାଗର ସହକାରୀ ନିର୍ଦ୍ଦେଶକ।

ସେହିପରି ଏହି ପଲ୍ଲିଶ୍ରୀ ମେଳା ପାଇଁ ୧୦ଲକ୍ଷ ଟଙ୍କାର ବଜେଟ ରଖାଯାଇଥିବା ବେଳେ କୋଭିଡ଼ ପାଇଁ ମାସ୍କ ପରିଧାନ ଓ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯିବା ସହ ପ୍ରତ୍ୟେକ ଷ୍ଟଲରେ ସାନିଟାଇଜର ବାଧ୍ୟତାମୂଳକ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବ କମ ଦିନରେ ଏହି କାର୍ଯ୍ୟକ୍ରମ ସମାପ୍ତ ପାଇଁ ନିର୍ଦ୍ଦେଶ ଆସିଥିବା ବେଳେ ସାମୟିକ ସମୟ ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ କରିବା ଏକ ଚ୍ୟାଲେଞ୍ଜ ଥିଲା ଓ ଏଥିରେ ଜିଲ୍ଲା ପ୍ରଶାସନ ସଫଳ ହୋଇଛି ବୋଲି କହିଛନ୍ତି ଓରମାସର ଡେପୁଟି ସିଇଓ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.