କେନ୍ଦ୍ରାପଡା: କୋରୋନାର ମୁକାବିଲା ପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ହେଉଛି । ଜିଲ୍ଲାର ଛତା ସ୍ଥିତ ପଲିଟେକ୍ନିକ କଲେଜରେ ସମ ହସ୍ପିଟାଲ ପକ୍ଷରୁ ସ୍ବତନ୍ତ୍ର କୋରୋନା ହସପିଟାଲ କରାଯାଉଛି । ଏନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ 5ଟି ସଚିବ ଭିକେ ପାଣ୍ଡିୟାନ ।
୧୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଉଭୟ ବୁଝିଛନ୍ତି । ବିଭିନ୍ନ ବ୍ୟବସ୍ଥାର ତଦାରଖ କରିବା ସହ ବିଭିନ୍ନ ଯନ୍ତ୍ରାଂଶର ଆବଶ୍ୟକତା ସେମାନେ ଆଲୋଚନା କରିଛନ୍ତି ।
ଅପରାହ୍ନରେ ମୁଖ୍ୟ ଶାସନ ସଚିବ ଓ 5ଟି ସଚିବ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ଆଲୋଚନା କରିଛନ୍ତି । ତେବେ ଏହି ସ୍ବତନ୍ତ୍ର କୋରୋନା ଡାକ୍ତରଖାନାକୁ ୪ ଦିନ ମଧ୍ୟରେ କାର୍ଯ୍ୟକ୍ଷମ କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ