ETV Bharat / state

କେନ୍ଦ୍ରାପଡାରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ

ନିର୍ବାଚନୀ ପ୍ରଚାର ପାଇଁ ଜିଲ୍ଲାରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ । ମହାକଳାପଡା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ଆୟୋଜିତ ବିଶାଳ ରୋଡ଼ ଶୋରେ ଭାଗ ନେଇଥିଲେ ପୀୟୂଷ । ଯେଉଁଥିରେ ବିଜେପି ସାଂସଦ ପ୍ରାର୍ଥୀ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ମହାକଳାପଡା ବିଧାୟକ ପ୍ରାର୍ଥୀ ବିଜୟ ପ୍ରଧାନଙ୍କ ପାଇଁ ପ୍ରଚାର କରିଥିଲେ ସେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Apr 22, 2019, 6:10 AM IST

କେନ୍ଦ୍ରାପଡା: ନିର୍ବାଚନୀ ପ୍ରଚାର ପାଇଁ ଜିଲ୍ଲାରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ । ରବିବାର ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ମାର୍ଶାଘାଇ ଥାନା ହଜାରି ପଡିଆରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡ଼ରେ ଅବତରଣ କରିଥିଲେ । ଏହାପରେ ମହାକଳାପଡା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ଆୟୋଜିତ ବିଶାଳ ରୋଡ଼ ଶୋରେ ଭାଗ ନେଇଥିଲେ ପୀୟୂଷ । ଯେଉଁଥିରେ ବିଜେପି ସାଂସଦ ପ୍ରାର୍ଥୀ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ମହାକଳାପଡା ବିଧାୟକ ପ୍ରାର୍ଥୀ ବିଜୟ ପ୍ରଧାନଙ୍କ ପାଇଁ ପ୍ରଚାର କରିଥିଲେ ସେ ।

ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ରୋଡ଼ ଶୋ’ରେ ଯୋଗ ଦେଇ କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏବଂ ମହାକାଳପଡ଼ା ବିଧାୟକ ପ୍ରାର୍ଥୀ ବିଜୟ ପ୍ରଧାନଙ୍କ ପାଇଁ ପ୍ରଚାର କରିଥିଲେ ପୀୟୂଷ । ଏଥିସହ ସିନେ ତାରକା ଶ୍ରୀତମ ଦାସ ଏବଂ ବାବୁସାନ ମଧ୍ୟ ଯୋଗ ଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଏହି କାର୍ଯ୍ୟକ୍ରମ ମାର୍ଶାଘାଇ ବ୍ଲକ ହଜାରି ଛକରୁ ଆରମ୍ଭ ହୋଇ ମାର୍ଶାଘାଇ ବଜାର ଅଙ୍ଗୁଳାଇ ବଜାର ଦେଇ ବିଜୟନଗର ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ହଜାର ହଜାର ସଂଖ୍ୟାରେ ବିଜେପି ସମର୍ଥକ ଯୋଗ ଦେଇଥିଲେ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.