ETV Bharat / state

ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଗଞ୍ଜେଇ ଗଛ, କାର୍ଯ୍ୟାନୁଷ୍ଠାନ ଦାବି

author img

By

Published : Jul 19, 2022, 9:49 AM IST

ଗଞ୍ଜେଇ ବଗିଚା ପାଲଟିଛି କେନ୍ଦ୍ରାପଡ଼ା ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ ପରିସର । ରାଜନଗର ତହସିଲ ତାଳଚୁଆ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଗଞ୍ଜେଇ ଗଛ କେହି ଲଗାଇଥିବା ଭଳି ମନେ ହେଉଛି । ଅଧିକ ପଢ଼ନ୍ତୁ

ତାଳଚୁଆ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଗଞ୍ଜେଇ ଗଛ, ଉଠିଲା କାର୍ଯ୍ୟାନୁଷ୍ଠାନ ଦାବି

କେନ୍ଦ୍ରାପଡ଼ା: ଗଞ୍ଜେଇ ବଗିଚା ପାଲଟିଛି କେନ୍ଦ୍ରାପଡ଼ା ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ ପରିସର । ରାଜନଗର ତହସିଲ ତାଳଚୁଆ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଗଞ୍ଜେଇ ଗଛ କେହି ଲଗାଇଥିବା ଭଳି ମନେ ହେଉଛି । ରାଜ୍ୟ ଅବକାରୀ ଆଇନ ଅନୁଯାୟୀ କୌଣସି ସ୍ଥାନରେ ଗଞ୍ଜେଇ ଗଛ ଲାଗିଥିଲେ ଏହାକୁ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ନଷ୍ଟ କରାଯିବା ନିୟମ ରହିଛି ।

ଗଞ୍ଜେଇ ଗଛ ଲଗାଇଥିବା କିମ୍ବା ଏହାର ଦେଖାରଖା କରୁଥିବା ବ୍ୟକ୍ତି ଆଇନ ଅନୁଯାୟୀ ଦଣ୍ଡିତ ହେବା ପ୍ରାବଧାନ ରହିଛି । ହେଲେ ଏଠାରେ ଖୋଦ୍‌ ସରକାରୀ କାର୍ଯ୍ୟାଳୟ ପରିସର ଗଞ୍ଜେଇ ଗଛରେ ଭର୍ତ୍ତି ହେବା ଭିନ୍ନ ଏକ ଦିଗକୁ ସୂଚାଉଛି । ସରକାରୀ କାର୍ଯ୍ୟାଳୟ ପରିସରରେ କିଏ ଏହି ଗଛ ଲଗାଇଛି ତାହା ତଦନ୍ତ ସାପେକ୍ଷ ହୋଇଛି ।

ସ୍ଥାନୀୟ ଜନସାଧାରଣ ଏହାକୁ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ତେବେ ଘଟଣା ଯାହା ହେଉନା କାହିଁକି ଏସମ୍ପର୍କରେ ଅବଗତ ହୋଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ଓ ଦୋଷୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ହୋଇ ପଡ଼ିଛି ।

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.