ETV Bharat / state

ବୁଡିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ 30 ଛାତ୍ରଛାତ୍ରୀ

କେନ୍ଦ୍ରାପଡାରେ ପୁଣି ବୁଡ଼ିଲା ଡଙ୍ଗା । ଭାରସାମ୍ୟ ହରାଇ ଡ଼ଙ୍ଗା ବୁଡିବା ପରେ ଅଳ୍ପକେ ରକ୍ଷା ପାଇଛନ୍ତି ୩୦ ଛାତ୍ରଛାତ୍ରୀ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Aug 14, 2019, 2:06 PM IST

Updated : Aug 14, 2019, 2:48 PM IST

କେନ୍ଦ୍ରାପଡା: ପୁଣି ବୁଡ଼ିଲା ଡଙ୍ଗା । ଭାରସାମ୍ୟ ହରାଇ ଡ଼ଙ୍ଗା ବୁଡିବା ପରେ ଅଳ୍ପକେ ରକ୍ଷା ପାଇଛନ୍ତି ୩୦ ଛାତ୍ରଛାତ୍ରୀ । ସୂଚନାନୁଯାୟୀ ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲାର ବି.ସି.ଜେ ହାଇସ୍କୁଲରେ ପଢ଼ୁଥିବା ଅନ୍ୟୁନ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ଧରି ଡଙ୍ଗାଟି ବାହାରିଥିଲା ।

ଆଳି ଥାନା ଅନ୍ତର୍ଗତ ମଧୁବନ ଘାଟରେ ଡଙ୍ଗାଟି ବୁଡିଯାଉଥିବା ଆଶଙ୍କା କରି କିଛି ଛାତ୍ରଛାତ୍ରୀ ଡଙ୍ଗାରୁ ଡେଇଁ ପଡ଼ିଥିଲେ । ପିଲାମାନଙ୍କର ପାଟିଶୁଣି ଲୋକମାନେ ଦୌଡ଼ି ଆସି ଅନ୍ୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଥିଲେ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

ସୂଚନାଯୋଗ୍ୟ, ଚଳିତ ବର୍ଷ ମହାକାଳପଡ଼ା ଜମ୍ବୁ ଥାନା ଅନ୍ତର୍ଗତ ନିପାଣିଆ ଠାରେ ଡ଼ଙ୍ଗାବୁଡ଼ି ୧୨ଜଣଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ପ୍ରଶାସନର ଦୃଷ୍ଟି ଆଢୁଆଳରେ ଏଭଳି ହେଉଥିବା ନେଇ ସମସ୍ତଙ୍କୁ ଚକିତ କରିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:ଝରଶୁଗୁଡା ଜିଲ୍ଲାପାଳ ଙ୍କୁ ନିଲମ୍ବନ ପାଇଁ ହାଇକୋର୍ଟ ଙ୍କ ନିର୍ଦ୍ଧେଶ।ହାଇକୋର୍ଟଙ୍କ ନିର୍ଦ୍ଧେଶ ଉଲଂଘନ ଅଭିଯୋଗ ର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ କେ ଏସ ଜାଭେରୀ ଓ ଜଷ୍ଟିସ କେ ଆର ମହାପାତ୍ର ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ନିର୍ଦ୍ଧେଶ ଦେଇଛନ୍ତି।ତେବେ ହାଇକୋର୍ଟ ଙ୍କ 2019,ମାର୍ଚ୍ଚ 19 ର ଅନ୍ତରୀଣ ନିର୍ଦ୍ଧେଶ ଉଲଂଘନ ସ୍ପଷ୍ଟ ହେବା ପରେ ଜିଲ୍ଲାପାଳ ଙ୍କୁ ନିଲମ୍ବନ ପାଇଁ ପାଇଁ ପଦକ୍ଷେପ ନେବାକୁ ସରକାର ଙ୍କୁ ହାଇକୋର୍ଟ ନିର୍ଦ୍ଧେଶ ଦେଇଛନ୍ତି। ସୁଚନା ଯୋଗ୍ୟ ଆବେଦନକାରୀ ଙ୍କୁ ମଦ ଦୋକାନ ପାଇଁ ଲାଇସେନ୍ସ ମଞ୍ଜୁର ହୋଇଥିବା ବେଳେ ସ୍ଥାନୀୟ ବାସିନ୍ଦା ଙ୍କ ବିରୋଧ ଯୋଗୁଁ ଦୋକାନ ଖୋଲି ପାରି ନ ଥିଲେ।ଦୋକାନ ଖୋଲି ନ ଥିବା ଅବଧି ପାଇଁ ତାଙ୍କ ନିକଟରୁ କିନ୍ତୁ ଅବକାରୀ ବିଭାଗ ଦେୟ ଦାବି କରିଥିଲା।ଅବକାରୀ ବିଭାଗର ଏପରି ପଦକ୍ଷେପକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।2019,ମାର୍ଚ୍ଚ 19 ରେ ହାଇକୋର୍ଟ ମାମଲାର ଶୁଣାଣି କରି ସରକାରଙ୍କୁ ନୋଟିସ ଜାରି କରିବା ସହ ଆବେଦଙ୍କରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ଅନ୍ତରୀଣ ଅଙ୍କୁଶ ଜାରି କରିଥିଲେ।ଏହାପରେ ଆବେଦନକାରୀ ଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ତାଙ୍କ ଲାଇସେନ୍ସ ବାତିଲ ପାଇଁ ପଦକ୍ଷେପ ନିଆଯାଇଥିଲା।ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଧେଶ ଉଲଂଘନ କରି ଝରଶୁଗୁଡା ଜିଲ୍ଲାପାଳ 2019, ଏପ୍ରିଲ 25 ରେ ସାନି ନିର୍ଦେଶନାମା ଜାରି କରିଥିଲେ।ତେବେ ଏହାକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ପୁନର୍ବାର ହାଇକୋର୍ଟ ଙ୍କ ଦ୍ୱାରସ୍ଥ ହୋଇଥିଲେ।ଜୁଲାଇ 30 ଏହି ରେ ମାମଲାର ଶୁଣାଣି କରି ହାଇକୋର୍ଟ ଜିଲ୍ଲାପାଳ ଙ୍କ ଏପ୍ରିଲ 25 ନିର୍ଦେଶନାମା ଉପରେ ରହିତାଦେଶ ଜାରି କରିବା ସହ ଅଗଷ୍ଟ 13 ତାରିଖରେ ଜିଲ୍ଲାପାଳ ଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଧେଶ ଦେଇଥିଲେ।ଏଥିସହ ମାମଲାର ଶୁଣାଣି ହାଇକୋର୍ଟ ,କୋର୍ଟଙ୍କ ନିର୍ଦ୍ଧେଶ ଉଲଂଘନ ଅଭିଯୋଗ ରେ ଝରଶୁଗୁଡା ଜିଲ୍ଲାପାଳ ଙ୍କୁ ନିଲମ୍ବନ ପାଇଁ ସରକାରଙ୍କୁ ନିର୍ଦ୍ଧେଶ ଦେଇଛନ୍ତି।

Body:no need

Conclusion:no need
Last Updated : Aug 14, 2019, 2:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.