ETV Bharat / state

ଦଳିତ ପରିବାରକୁ ନ୍ୟାୟ ଦାବି: 7ଦିନରେ ବିଜେପିର ଧାରଣା, ରାଜ୍ୟସାରା ଆନ୍ଦୋଳନ ଚେତାବନୀ

author img

By

Published : Jul 21, 2021, 10:45 PM IST

ଦଳିତ ପରିବାରକୁ ହୋଇଥିବା ଆକ୍ରମଣର ନ୍ୟାୟ ଦାବିରେ ବିଜେପି ଚଳାଇଥିବା ଗଣଧାରଣା ଆଜି(ବୁଧବାର) ସପ୍ତମ ଦିନରେ ପହଞ୍ଚିଥିବା ବେଳେ ଧାରଣା ସ୍ଥାନରେ ପହଞ୍ଚିଛନ୍ତି ବିଜେପି ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ସଭାପତି ବିଭୁ ତରାଇ। ଅଧିକ ପଢନ୍ତୁ...

ଦଳିତ ପରିବାରକୁ ନ୍ୟାୟ ଦାବିରେ ସପ୍ତମ ଦିନରେ ବିଜେପିର ଗଣଧାରଣା, ରାଜ୍ୟସାରା ଆନ୍ଦୋଳନ ଚେତାବନୀ

କେନ୍ଦ୍ରାପଡ଼ା: ଦଳିତ ପରିବାରକୁ ହୋଇଥିବା ଆକ୍ରମଣର ନ୍ୟାୟ ଦାବିରେ ବିଜେପି ଚଳାଇଥିବା ଗଣଧାରଣା ଆଜି(ବୁଧବାର) ସପ୍ତମ ଦିନରେ ପହଞ୍ଚିଥିବା ବେଳେ ଧାରଣା ସ୍ଥାନରେ ପହଞ୍ଚିଛନ୍ତି ବିଜେପି ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ସଭାପତି ବିଭୁ ତରାଇ । ଅଭିଯୋଗ ଅନୁଯାୟୀ, ଆଳି ଥାନା ଅନ୍ତର୍ଗତ ବାଳକାଟି ଗାଁର ନବକିଶୋର ମଲ୍ଲିକଙ୍କୁ ପୁଅ ହରିଶ ମଲ୍ଲିକ ବାଳକାଟି ପଞ୍ଚାୟତରେ ହୋଇଥିବା ବିଭିନ୍ନ ଦୁର୍ନୀତି ସମ୍ପର୍କରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସ୍ଥାନୀୟ ସରପଞ୍ଚ ଦେବ ନାୟକଙ୍କ ସମେତ ୫ରୁ ଉର୍ଦ୍ଧ୍ବ ସହଯୋଗୀ ଗତ ୧ ତାରିଖ ଦିନ ନବକିଶୋରଙ୍କ ସମେତ ତାଙ୍କ ସ୍ତ୍ରୀ, ଭାଇ, ବୋହୂ ଓ ଦୁଇ ନାତିଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ।

ଏହି ଆକ୍ରମଣ ଫଳରେ ନବକିଶୋର ଓ ପରିବାର ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ଅଦ୍ୟାବଧି ନବକିଶୋରଙ୍କ ଜୀବନ ସଙ୍କଟାପନ୍ନ ରହିଛି। ଅନ୍ୟପଟେ ଏନେଇ ଆଳି ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ଥାନା ଅଧିକାରୀ ସଲିଲ ପ୍ରଧାନ ଅଭିଯୋଗ ରଖିବା ପ୍ରତିବଦଳରେ ଓଲଟି ନବକିଶୋରଙ୍କ ପରିବାର ନାମରେ ମାମଲା ରୁଜ୍ଜୁ କରିଥିଲେ। ତେବେ ଘଟଣାକୁ ୨୧ ଦିନ ବିତିଯିବା ଏବଂ ଶାସକ ଦଳ ବିଧାୟକ ପ୍ରତାପ ଦେବଙ୍କ ଚାପରେ ଅଭିଯୁକ୍ତ ମାନଙ୍କୁ ଗିରଫ କରାନଯିବା ସହ ନିଜ ଦାୟିତ୍ୱ ଭୁଲି ଅପରାଧି ମାନଙ୍କୁ ସହଯୋଗ କରିଥିବା ଆଇଆଇସି ସଲିଲ ପ୍ରଧାନଙ୍କୁ ବଦଳି କରାଯିବା ଦାବିରେ ଗତ ୧୫ ତାରିଖରୁ ବିଜେପି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଛନ୍ତି । ହେଲେ ଏପର୍ଯ୍ୟନ୍ତ ଏସପି ସେମାନଙ୍କ ଦାବିକୁ ପୂରଣ କରିବା ତ ଦୂରର କଥା ଥରୁଟିଏ କଥା ମଧ୍ୟ ହେଲେ ନାହିଁ ବୋଲି ଅଭିଯୋଗ କରିଛନ୍ତି ବିଜେପି ଅନୁସୂଚିତ ଜାତି ଓ ଜନଜାତି ପ୍ରମୁଖ ବିଭୁ ତରାଇ।

ଦଳିତ ବିରୋଧି ରାଜ୍ୟ ସରକାରଙ୍କ ଏହି ନୀତି ବିରୋଧରେ ସାରା ରାଜ୍ୟରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯାଇ ମାନନୀୟ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଘେରାଉ କରିବ ବୋଲି ଚେତାବନୀ ଦିଆଯାଇଛି । ସାରା ରାଜ୍ୟରେ ଅମଲାତନ୍ତ୍ର ଶାସନ ଚାଲିଛି ଏବଂ ପୋଲିସ ପ୍ରଶାସନ ଶାସକ ଦଳର କର୍ମୀ ଭଳି କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରି ଆଳି ବିଧାୟକ ପ୍ରତାପ କେଶରୀ ଦେବଙ୍କ ପ୍ରୋତ୍ସାହନରେ ସରପଞ୍ଚ ଓ ତାଙ୍କ ସାଥି ଆକ୍ରମଣ କରି ଆତ୍ମଗୋପନ କରିଥିବା ଓ ପୋଲିସ ଜାଣିଶୁଣି ସେମାନଙ୍କୁ ଗିରଫ କରୁନଥିବା କହିଛନ୍ତି ବିଜେପି ବରିଷ୍ଠ ସଦସ୍ୟ ସଲିମ ଖାନ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.