ETV Bharat / state

ଠକ ନଂ 420 ସହ କେନ୍ଦ୍ରାପଡା ବିଧାୟକଙ୍କ ଲିଙ୍କ ! ଫଟୋ ଦେଖାଇଲା ନଗର ବିଜେପି - BJP pressmeet

ମହିଳାଙ୍କୁ ଋଣ ଓ ଚାକିରୀ କରାଇଦେବା ନାଁ ରେ ଲକ୍ଷାଧିକ ଟଙ୍କା ଠକେଇ । କେନ୍ଦ୍ରାପଡା ମ୍ୟୁନିସିପାଲିଟିର ପୂର୍ବତନ କର୍ମଚାରୀ ଓ ବିଧାୟକ ଶଶୀଭୂଷଣ ବେହେରାଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଅଧିକ ପଢନ୍ତୁ...

bjp
ଠକ ନଂ420 ସହ କେନ୍ଦ୍ରାପଡ଼ା ବିଧାୟକଙ୍କ ସମ୍ପର୍କ ସମ୍ବନ୍ଧୀୟ ଫଟୋ ଦେଖାଇଲା ନଗର ବିଜେପି
author img

By

Published : Sep 3, 2021, 10:39 PM IST

କେନ୍ଦ୍ରାପଡା: ମହିଳାଙ୍କୁ ଋଣ ଓ ଚାକିରୀ କରାଇଦେବା ନାଁ ରେ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ । କେନ୍ଦ୍ରାପଡା ମ୍ୟୁନିସିପାଲିଟିର ପୂର୍ବତନ କର୍ମଚାରୀ ଗୋଲଖ ପଢିହାରୀ ଓ କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରାଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି।

କେନ୍ଦ୍ରାପଡ଼ା ବିଧାୟକଙ୍କ ସମ୍ପର୍କ ସମ୍ବନ୍ଧୀୟ ଫଟୋ ଦେଖାଇଲା ନଗର ବିଜେପି

ଦୁହୁରିଆସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ନଗର ବିଜେପି ସଭାପତି ଦିଲ୍ଲୀପ ଦାଶ ବିଜେଡିର କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା ଓ ଗୋଲଖଙ୍କ ସମ୍ପର୍କିତ ଫଟୋଚିତ୍ର ପ୍ରଦର୍ଶନ କରିବା ସହ ଗତ ୨୦୧୧-୧୨ ଅଡିଟ ରିପୋର୍ଟରେ ଗୋଲଖ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଉଲ୍ଲେଖ କରିଛନ୍ତି ।

bjp
ଠକ ନଂ420 ସହ କେନ୍ଦ୍ରାପଡ଼ା ବିଧାୟକଙ୍କ ସମ୍ପର୍କ ସମ୍ବନ୍ଧୀୟ ଫଟୋ ଦେଖାଇଲା ନଗର ବିଜେପି

ଏନେଇ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଗୋଲଖଙ୍କୁ ମାତ୍ର ଖଣ୍ଡିଏ ଚିଠି ଲେଖି ବସିଯାଇଥିବା ବେଳେ ବିଧାୟକଙ୍କ ସମ୍ପର୍କୀୟ ଓ ବିଜେଡି ଦଳର ବ୍ୟକ୍ତି ହୋଇଥିବାରୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ କରିଛି ବିଜେପି।

ସେହିପରି କଟକ ସିଡିଏ ସେକ୍ଟର-୭ର ଜଣେ ମହିଳାଙ୍କ ଠାରୁ ଠକେଇ କରି ଆଣିବା ଓ କେନ୍ଦ୍ରାପଡା ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ହେଁ ପୋଲିସ ମାମଲା ରୁଜ୍ଜୁ ନକରିବା ଏବଂ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ମାମଲା ରୁଜ୍ଜୁ କରିବା ପୋଲିସ ପ୍ରଶାସନ ଉପରେ ବିଧାୟକଙ୍କ ଚାପକୁ ପ୍ରମାଣିତ କରୁଛି ବୋଲି ଅଭିଯୋଗ କରିଛନ୍ତି ।

ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହ ମ୍ୟୁନିସିପାଲିଟି ଅର୍ଥ ଆତ୍ମସାତ ମାମଲାରେ ତାଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ ପୋଲିସରେ ଏତଲା ହେଉ ବୋଲି ଦାବି ଉଠିଛି । ବିଜେଡି ପକ୍ଷରୁ ଗତ ଦୁଇଦିନ ତଳେ ଗୋଲଖଙ୍କ ସହ ବିଧାୟକଙ୍କ ସମ୍ପର୍କ ନଥିବା ଯାହା ସଫେଇ ଦିଆଯାଇଥିଲା ତାହା ମିଛ ବୋଲି ଏହି ଫଟୋ ଗୁଡିକ ବୟାନ କରୁଥିବା କହିଛି ବିଜେପି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.