କେନ୍ଦ୍ରାପଡା: ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହେଲେ କେନ୍ଦ୍ରାପଡା ବ୍ଲକ ଭରତପୁର ସମିତି ସଭ୍ୟ ହେମନ୍ତ ବିଶ୍ବାଳ । ବିଜେଡି ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା ଏକ ଚିଠିରେ ଉଲ୍ଲେଖ କରି ଦସ୍ତଖତ କରିଥିବା ଏକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ସୂଚନାଯୋଗ୍ୟ, ଆଜି କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ପଦବୀ ନିର୍ବାଚନ ଥିବାବେଳେ ହେମନ୍ତ ଅଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ସହ ନିର୍ବାଚନ ଲଢ଼ୁଛନ୍ତି । ସେପଟେ ଭାଇରାଲ ଫଟୋକୁ ନେଇ ସ୍ପଷ୍ଟତା କରିବାକୁ ଜିଲ୍ଲା ସଭାପତି ଉତ୍କଳ କେଶରୀଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ଯୋଗାଯୋଗ ହୋଇପାରିନାହିଁ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ