ETV Bharat / state

କୋଭିଡ ନିୟମର ଧଜିଆ ଉଡାଇଲେ BJD ନେତା, ଚେତାବନୀ ଦେଲା କଂଗ୍ରେସ

author img

By

Published : Jan 21, 2022, 10:54 AM IST

ନାମାଙ୍କନ ଦାଖଲ ସମୟରେ କୋଭିଡ ନିୟମକୁ ଉଲ୍ଲଘନ କେନ୍ଦ୍ରାପଡାର ବିଜେଡି ପ୍ରାର୍ଥୀ ଓ କର୍ମୀ । ଦଳ ଦଳ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପ୍ରବେଶ ସହ ଭରିଲେ ନାମାଙ୍କନ । ନିୟମ ଉଲ୍ଲଘନକୁ ନେଇ କଂଗ୍ରେସର ଚେତାବନୀ । ଅଧିକ ପଢନ୍ତୁ

କୋଭିଡ ନିୟମ ଭାଙ୍ଗୁଛନ୍ତି ବିଜେଡି ପ୍ରାର୍ଥୀ , ଚେତାବନୀ ଦେଲେ କଂଗ୍ରେସ ନେତା

କେନ୍ଦ୍ରାପଡା: ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କଲେ ବିଜେଡି ପ୍ରାର୍ଥୀ । ଦଳ ଦଳ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଶିବା ସହ ନାମାଙ୍କନ ଭରିଲେ କେନ୍ଦ୍ରାପଡା ବିଜେଡି ଦଳର ପ୍ରାର୍ଥୀ ଭୀଷ୍ମ ମହାନ୍ତି । ଗତ ସୋମବାର ପଞ୍ଚାୟତ ନିର୍ବାଚନ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଥିବା ବେଳେ କୋରୋନା ନିୟମ ଉଲ୍ଲଂଘନ କରି ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ୨ ନମ୍ବର ଜୋନର ବିଜେଡି ପ୍ରାର୍ଥୀ ।

ଗୋଟିଏ ପଟେ କୋରୋନାକୁ ଦୃଷ୍ଟିରେ ରଖି ନିର୍ବାଚନ ଆଚରଣ ବିଧି ଜାରି କରାଯାଇ ପ୍ରାର୍ଥୀପତ୍ର ଦାଖଲ ସମୟରେ ଶୋଭାଯାତ୍ରାରେ ନକରିବା ପାଇଁ କୁହାଯାଇଥିବା ବେଳେ ଅନ୍ୟପଟେ ଏହାର କିନ୍ତୁ ଧଜିଆ ଉଡାଇଛନ୍ତି ବିଜେଡି କର୍ମୀ । ଅନ୍ୟ ସମସ୍ତ ରାଜନୈତିକ ଦଳ ବିନା ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସମସ୍ତ କଟକଣାକୁ ମାନି ନାମାଙ୍କନପତ୍ର ଦାଖଲ କରୁଥିବା ବେଳେ ବିଜୁ ଜନତା ଦଳର ପ୍ରାର୍ଥୀ ଓ କର୍ମୀ ଗାଡିରେ ବ୍ୟାନର ଲଗାଇ ଦଳ ଦଳ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରେ ପ୍ରବେଶ କରିଥିଲେ । ଯାହା ସମ୍ପୂର୍ଣ୍ଣ କୋରୋନା କଟକଣାକୁ ଫୁ କରି ଉଡାଇ ଦେଇଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଏନେଇ ଆରକ୍ଷୀ ବାହିନୀ ମୁତୟନ ହୋଇ ଚୁପବସିଥିବା ବେଳେ ଏହାକୁ ରୋକିବାରେ ବିଫଳ ହୋଇଥିଲା ଜିଲ୍ଲା ପ୍ରଶାସନ ।

ଜଣେ ପ୍ରାର୍ଥୀଙ୍କୁ ପଚାରିବାରୁ ସେ ମାତ୍ର ୬ଜଣ ସମର୍ଥକ ଓ ପ୍ରସ୍ତାବକଙ୍କୁ ନେଇ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଆସିଥିବା କହୁଥିବା ବେଳେ ଏତେ ସଂଖ୍ୟକ ଲୋକ କେଉଁଠାରୁ ଆସିଲେ ତାହା ଜଣାନାହିଁ ବୋଲି ଉତ୍ତର ରଖିଥିଲେ । କଂଗ୍ରେସର ବରିଷ୍ଠ ନେତା ଗଣେଶ୍ବର ବେହେରା ଅନ୍ୟ ଦଳର ପ୍ରାର୍ଥୀ ନିୟମ ଭଙ୍ଗ କଲେ ସେମାନେ ତିନିଗୁଣ ନିୟମ ଭାଙ୍ଗିବେ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଏଭଳି ପରିସ୍ଥିତିରେ ଜିଲ୍ଲାରେ କୋଭିଡ ଭୟାବହକୁ ନେଇ ଆଶଙ୍କା ପ୍ରକାଶ ପାଇଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.