ETV Bharat / state

କୁମ୍ଭୀର ଗଣନା ଆରମ୍ଭ, ଆଜିଠୁ ୧୦ ଦିନ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ - ୧୦ ଦିନ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

ଆଜିଠୁ(ରବିବାର) ଅର୍ଥାତ ଜାନୁଆରୀ ୨ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହେବ ବଉଳା କୁମ୍ଭୀର ଗଣନା(crocodile counting)। ଏନେଇ ଆଜିଠୁ ୧୧ ତାରିଖ ଯାଏ ୧୦ ଦିନ ଧରି ଭିତରକନିକା ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଅଧିକ ପଢନ୍ତୁ

କୁମ୍ଭୀର ଗଣନା ଆରମ୍ଭ, ଆଜିଠୁ ୧୦ ଦିନ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

author img

By

Published : Jan 2, 2022, 9:58 AM IST

Updated : Jan 2, 2022, 11:13 AM IST

କେନ୍ଦ୍ରାପଡ଼ା: ଆଜିଠୁ(ରବିବାର) ଅର୍ଥାତ ଜାନୁଆରୀ ୨ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହେବ ବଉଳା କୁମ୍ଭୀର ଗଣନା(crocodile counting)। ତେବେ କୁମ୍ଭୀର ଗଣନା ସମୟରେ ଭିତରକନିକା ଜାତୀୟ ଉଦ୍ୟାନ(Bhitarkanika National Park) ଦେଶ ବିଦେଶର ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ ।

କୁମ୍ଭୀର ଗଣନା ଆରମ୍ଭ, ଆଜିଠୁ ୧୦ ଦିନ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

ଜାନୁଆରି ୨ ତାରିଖରୁ ୧୧ ତାରିଖ ଯାଏ ୧୦ ଦିନ ଧରି କୁମ୍ଭୀରମାନଙ୍କ ଗଣନା କରାଯିବ। ୨ ତାରିଖରୁ ୫ ତାରିଖ ଯାଏ ନଦୀ ଶାନ୍ତ ପଡିପାରେ, ୬ ତାରିଖ ଠାରୁ ଭିତରକନିକାରେ ଥିବା ନଦୀ ଓ ନାଳମାନଙ୍କରେ ହୁଲିଡଙ୍ଗା ସାହାଯ୍ୟରେ କୁମ୍ଭୀର ଗଣନା କରାଯିବ। ଏହି ଗଣନା ୧୦ ଦିନ ଧରି କରାଯିବ ଏବଂ ଏହି ସମୟରେ ଭିତରକନିକାକୁ କୌଣସି ପର୍ଯ୍ୟଟକ ପ୍ରବେଶ କରିପାରିବେ ନାହିଁ ବୋଲି ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ।

ସେପଟେ ଇକୋଟୁର ଓଡିଶା ମାଧ୍ୟମରେ ହେଉଥିବା ବୁକିଙ୍ଗ ମଧ୍ୟ ବନ୍ଦ ରହିବ। କୁମ୍ଭୀର ଗଣନା ପାଇଁ ୨୨ଟି ଟିମ ଗଠନ କରାଯାଇଛି । ଏହି ଗଣନା କୁମ୍ଭୀର ବିଷାରଦ ଡଃ ସୁଧାକର କରଙ୍କ ନେତୃତ୍ବରେ କରାଯିବ । ପ୍ରତିବର୍ଷ କୁମ୍ଭୀର ଗଣନା ହେଉଥିବା ପଦ୍ଧତି ସହିତ ଚଳିତବର୍ଷ ପ୍ରଥମଥର ପାଇଁ ପଲିଗନ ସର୍ଚ୍ଚ ମୋବାଇଲ ଆପରେ କୁମ୍ଭୀର ଗଣନା କରାଯାଉଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Jan 2, 2022, 11:13 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.