କେନ୍ଦ୍ରାପଡା: ପର୍ଯ୍ୟଟକଙ୍କ ପାଇଁ ଆଜିଠୁ(ବୁଧବାର) ବନ୍ଦ ହେଲା ଭିତରକନିକା ଜାତୀୟ ଉଦ୍ୟାନ । ଜାନୁଆରୀ ୧୪ ତାରିଖ ଯାଏଁ ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ । ଭିତରକନିକାରେ କୁମ୍ଭୀର ଗଣନା ପାଇଁ ୧୧ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ଜାତୀୟ ଉଦ୍ୟାନ ।
ଆଜିଠୁ ଅର୍ଥାତ ୪ ତାରିଖରରୁ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହୋଇଛି । ଭିତରକନିକା ଜାତୀୟ ଉଦ୍ୟାନ ୧୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ବନଖଣ୍ଡ ଅଧିକାରୀ । କୁମ୍ଭୀର ଗଣନା ପାଇଁ ୧୧ ଦିନ ବନ୍ଦ ରହିବ ଭିତରକନିକା । ଏହି ବନ୍ଦ ସମୟରେ ଦେଶବିଦେଶର ପର୍ଯ୍ୟଟକମାନଙ୍କୁ ଭିତରକନିକା ମନା । ଭିତରକନିକା ଜାତୀୟ ଉଦ୍ୟାନ କୁମ୍ଭୀର ଗଣନା ପାଇଁ ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ । ବିରଳ ବଉଳା କୁମ୍ଭୀରମାନଙ୍କ ଏନ୍ତୁଡିଶାଳ ଭାବେ ପରିଚିତ ଭିତରକନିକାରେ ପ୍ରତିବର୍ଷ ପରି ଚଳିତବର୍ଷ କୁମ୍ଭୀର ଗଣନା କରାଯିବ । ରାଜନଗର ବନଖଣ୍ଡର ରାଜନଗର, ଗହୀରମଥା, କନିକା ଓ ମହାକାଳପଡ଼ା ଏହି ୪ଟି ରେଞ୍ଜ୍ରେ ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟ ଉଦ୍ୟାନ ବାହାରେ ଥିବା ନଦୀନାଳଗୁଡିକରେ କୁମ୍ଭୀରମାନଙ୍କର ଗଣନା କରାଯିବ ।
କୁମ୍ଭୀର ଗଣନା ସମୟରେ ଭିତରକନିକା ଜାତୀୟ ଉଦ୍ୟାନ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ଜାନୁଆରୀ ୨୦୨୨ ବା ଗତବର୍ଷ ଗଣନା ଅନୁସାରେ ଭିତରକନିକାରେ ୧୭୮୪ଟି ବଉଳା କୁମ୍ଭୀର ଅଛନ୍ତି । କୁମ୍ଭୀର ବିଶାରଦ ଡ଼ଃ ସୁଧାକର କରଙ୍କ ନେତୃତ୍ବରେ ବନ କର୍ମଚାରୀମାନଙ୍କୁ ନେଇ କୁମ୍ଭୀର ଗଣନା କରାଯିବ । ଉଭୟ ଦିନ ଓ ରାତ୍ରି ସମୟରେ କୁମ୍ଭୀର ଗଣନା ଅନୁଷ୍ଠିତ ହେବ । ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି । ଆଜିଠାରୁ ଚାରିଦିନ ପର୍ଯ୍ୟନ୍ତ ପ୍ରଥମେ ବୋଟିଂ ବନ୍ଦ ରହିବା ପରେ ୮ ତାରିଖରୁ ଟିମ୍ ଗଠନ କରାଯାଇ ଗଣନା କାର୍ଯ୍ୟ କରାଯିବ ବୋଲି ସୂଚନା ଦେଇଛନ୍ତି ଡିଏଫଓ ।
ଇଟିଭି ଭାରତ, କେନ୍ଦ୍ରାପଡା