ETV Bharat / state

ବନ୍ୟାର ଅଢେଇ ବର୍ଷ ପରେ ବି ହୋଇପାରୁନି ମରାମତି, ନାହିଁ ନାହିଁରେ ଚାଲିଛି ବେଣୀପୁର ହାଇସ୍କୁଲ - ଶିକ୍ଷକ ଅଭାବରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ

ଅବହେଳିତ ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ବେଣୀପୁର ହାଇସ୍କୁଲ । ୨୦୨୦ ମସିହାରେ ହୋଇଥିବା ବନ୍ୟାରେ ବିଦ୍ୟାଳୟର ପାଚେରୀ ସମେତ ଶ୍ରେଣୀଗୃହ ଭାଙ୍ଗି ଯାଇଥିବାବେଳେ ଏବେ ପର୍ଯ୍ୟନ୍ତ ମରାମତି ହୋଇପାରୁନଥିବା ଅଭିଯୋଗ ହୋଇଛି । ଶିକ୍ଷକ ଅଭାବରୁ ସ୍ଥାନୀୟ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରୁ ମୁହଁ ଫେରାଇ ଅନ୍ୟ ସ୍କୁଲକୁ ପଢ଼ିବାକୁ ଯାଉଛନ୍ତି । ଅଧିକ ପଢ଼ନ୍ତୁ

ବନ୍ୟା ପରେ ଜରାଜୀର୍ଣ୍ଣ ଅବସ୍ଥାରେ ବେଣୀପୁର ହାଇସ୍କୁଲ

author img

By

Published : Jan 5, 2023, 11:52 AM IST

ବନ୍ୟା ପରେ ଜରାଜୀର୍ଣ୍ଣ ଅବସ୍ଥାରେ ବେଣୀପୁର ହାଇସ୍କୁଲ

କେନ୍ଦ୍ରାପଡ଼ା: ୨୦୨୦ ମସିହାରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟାରେ ଛାରଖାର ହୋଇଥିଲା ବିଦ୍ୟାଳୟ । ତତ୍କାଳୀନ ଜିଲ୍ଲାପାଳ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟାଳୟ ମରାମତି କାର୍ଯ୍ୟ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସମୟ ଗଡି ଯାଇଥିବାବେଳେ ଏବେ ମଧ୍ୟ ଜରାଜୀର୍ଣ୍ଣ ହୋଇ ପଡ଼ିରହିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅଞ୍ଚଳର ସର୍ବପୁରାତନ ଶିକ୍ଷାନୁଷ୍ଠାନ ବେଣୀପୁର ହାଇସ୍କୁଲ । ଏହା ସହିତ ଶିକ୍ଷକ ଅଭାବରୁ ସ୍ଥାନୀୟ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରୁ ମୁହଁ ଫେରାଇ ଅନ୍ୟ ସ୍କୁଲକୁ ପଢ଼ିବାକୁ ଯାଉଛନ୍ତି ।

ନାହିଁ ନାହିଁରେ ଚାଲିଛି ବିଦ୍ୟାଳୟ: କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ବେଣୀପୁର ହାଇସ୍କୁଲ ୨୦୨୦ ମସିହାରେ ହୋଇଥିବା ବନ୍ୟା ପରେ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲି ଆସିଛି । ଏହି ବନ୍ୟା ବିତ୍ପାତ ପର ଠାରୁ ଏହି ବିଦ୍ୟାଳୟରେ ସୁରକ୍ଷା ପାଇଁ ପାଚେରୀ ନାହିଁ, ଛାତ୍ରଛାତ୍ରୀଙ୍କ ପାଇଁ ଶୌଚାଳୟ ନାହିଁ, ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି ଏବଂ ପାଠପଢା ପାଇଁ ଭଲ ଘରଟିଏ ମଧ୍ୟ ନାହିଁ । ଏମିତି ନାହିଁ ନାହିଁରେ ଚାଲିଛି ରାଜ୍ୟ ତଥା କେନ୍ଦ୍ରାପଡ଼ା ଜିଲ୍ଲାର ଏହି ପୁରାତନ ଶିକ୍ଷାନୁଷ୍ଠାନ । ଏହି ବିଦ୍ୟାଳୟକୁ ୫୦ ବର୍ଷ ପୂରିଥିଲେ ମଧ୍ୟ ଏଭଳି ଅବ୍ୟବସ୍ଥା ଭିତରେ ଏଠାରେ ବର୍ତ୍ତମାନ ୫୧ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ସେମାନଙ୍କ ମଧ୍ୟରୁ ଚଳିତ ବର୍ଷ ୩୦ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ ।

ବନ୍ୟା ଭାଙ୍ଗି ଦେଇଛି ସ୍କୁଲ: ସ୍କୁଲ ମରାମତି ସହ ବିଭିନ୍ନ ମୌଳିକ ସମସ୍ୟା ନେଇ ଅଭିଭାବକ ଓ ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏନେଇ ଏବେ ଅଭିଭାବକ ଓ ପୁରାତନ ଶିକ୍ଷକଙ୍କ ମଧ୍ୟରେ ଆନ୍ଦୋଳନ ଦାନା ବାନ୍ଧୁଛି । ଗତ ବନ୍ୟା ବିତ୍ପାତ ଭିତରେ ଏହି ବିଦ୍ୟାଳୟର ପାଚେରୀ, କମ୍ପ୍ୟୁଟର ଲ୍ୟାବ, ସାଇନ୍ସ ଲ୍ୟାବ ଆଦି ଭାଙ୍ଗିରୁଜି ଯାଇଛି । ଏହାର ମରାମତି ପାଇଁ ପ୍ରଶାସନ ପକ୍ଷରୁ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ କରିଛନ୍ତି ପୂର୍ବତନ ଶିକ୍ଷକ । ସେହିପରି ହାଇସ୍କୁଲ ଠାରୁ ମାତ୍ର ୩୦୦ ମିଟର ଦୂରରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ଏଠାରେ ମିଶ୍ରଣ କରିବା ପାଇଁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ଶିକ୍ଷା ବିଭାଗର ଉଦାସୀନତା ଯୋଗୁଁ ଏହା ସମ୍ଭବ ହୋଇ ପାରୁନଥିବା କୁହାଯାଉଛି ।

ଶିକ୍ଷକ ଅଭାବରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ: ତୃତୀୟ ପର୍ଯ୍ୟାୟ 5T ସ୍କୁଲ ନିର୍ମାଣ ପାଇଁ ବିଦ୍ୟାଳୟ ନାମ ଅନ୍ତର୍ଭୁକ୍ତ କରାଯାଇଥିବାବେଳେ ସ୍ମାର୍ଟ କ୍ଲାସରୁମ ନିର୍ମାଣ ବ୍ୟତୀତ ଏହି ଯୋଜନାରେ ପାଚେରୀ ନିର୍ମାଣ କାର୍ଯ୍ୟ ଅନ୍ତର୍ଭୁକ୍ତ ନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ସେହିପରି ହାଇସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ହିନ୍ଦୀ କିମ୍ବା ସଂସ୍କୃତ ଶିକ୍ଷକ ନଥିବାରୁ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଥିବା ଛାତ୍ରଛାତ୍ରୀ ଅଭିଯୋଗ ଆଣିଛନ୍ତି । ଯେଉଁଥିପାଇଁ ଏହି ବିଦ୍ୟାଳୟରୁ ମୁହଁ ଫେରାଇ ସ୍ଥାନୀୟ ଛାତ୍ରଛାତ୍ରୀ ଅନ୍ୟ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯାଉଛନ୍ତି ବୋଲି ସ୍ବୀକାର କରିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ।

ଖୁବ୍‌ଶୀଘ୍ର ହେବ ସମାଧାନ:ଏନେଇ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, "ବନ୍ୟା ପରେ ସ୍କୁଲ ମରାମତି କରାଯାଇଛି । ତେବେ ଖୁବଶୀଘ୍ର ପାଚେରୀ ଓ ଅନ୍ୟ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ । ଆବଶ୍ୟକ ଅନୁଯାୟୀ ହିନ୍ଦୀ, ସଂସ୍କୃତ ଶିକ୍ଷକଙ୍କ ଅଭାବ ରହିଛି । ତେବେ ଏହି ଭାଷା ଶିକ୍ଷକଙ୍କ ସହ ଜଣେ ପିଇଟି ଶିକ୍ଷକଙ୍କୁ ଡେପୁଟେସନରେ ପଠାଇବା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ଆଲୋଚନା କରି ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ।"

୧୯୭୨ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟର ଅଭାବ ଅସୁବିଧାକୁ ଜିଲ୍ଲା ପ୍ରଶାସନ ହୃଦୟଙ୍ଗମ କରି ମୌଳିକ ସମସ୍ୟାର ସମାଧାନ ଦିଗରେ ଯତ୍ନବାନ ହେଲେ ଏହି ଅଞ୍ଚଳର ଛାତ୍ରଛାତ୍ରୀ ଉପକୃତ ହୋଇପାରନ୍ତେ । ଏହାସହ ଏହି ପୁରାତନ ବେଣୀପୁର ହାଇସ୍କୁଲ ତାର ପୂର୍ବ ଗୌରବ ଫେରିପାଆନ୍ତା ବୋଲି ଆଶା ରଖିଛନ୍ତି ଗ୍ରାମବାସୀ ଓ ବୁଦ୍ଧିଜୀବୀ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.