ETV Bharat / state

ରାସନ ସାମଗ୍ରୀ ନଦେଇ ଠକୁଛି ଡିଲର, ବ୍ଲକ ଆଗରେ ହିତାଧିକାରୀଙ୍କ ଅନଶନ

author img

By

Published : Feb 8, 2023, 2:16 PM IST

ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । 8 ମାସ ହେବ ରାସନ ଜିନିଷ ପାଇ ନଥିବାରୁ ବ୍ଲକ ଅଫିସ ଆଗରେ ଅନଶନରେ ବସିଛନ୍ତି ହିତାଧିକାରୀ । ଅଧିକ ପଢନ୍ତୁ

corruption in ration distribution
ରାସନ ସାମଗ୍ରୀ ନଦେଇ ଠକୁଛି ଡିଲର

କେନ୍ଦ୍ରାପଡା: ସରକାର ଗରିବ ଲୋକମାନଙ୍କୁ ମାଗଣା ରାସନ ଯୋଗାଇ ଦେଇ ଗରିବ ମୁହଁରେ ହସ ଫୁଟାଇବାକୁ ବ୍ୟବସ୍ଥା କରିଛନ୍ତି । କିନ୍ତୁ କିଛି ଅସାଧୁ ଡିଲରଙ୍କ ଯୋଗାଣ ବିଭାଗର ମନମାନି ପାଇଁ ଗରିବ ଲୋକମାନେ ରାସନ ପାଇବାରୁ ବଞ୍ଚିତ ହେଉଛନ୍ତି । ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଫଳରେ ଶତାଧିକ ଗ୍ରାମବାସୀ ନ୍ୟାୟ ପାଇଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଛନ୍ତି । ଯେ ପର୍ଯ୍ୟନ୍ତ ରାସନ ଚାଉଳ ମିଳିନାହିଁ ସେ ପର୍ଯ୍ୟନ୍ତ ଆମେ ଅନଶନରୁ ଉଠିବୁ ନାହିଁ ବୋଲି କହିଛନ୍ତି ସାତଭାୟା ପଞ୍ଚାୟତବାସୀ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସାତଭାୟା ପଞ୍ଚାୟତରେ ଦୀର୍ଘ ୮ ମାସ ହେବ ରାସନ ସାମଗ୍ରୀ ବଣ୍ଟନ ହୋଇନଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି ।

ରାସନ ସାମଗ୍ରୀ ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଶେଷରେ ହିତାଧୀକାରୀ ବ୍ଲକ ସମ୍ମୁଖରେ ଧାରଣାରେ ବସିଛନ୍ତି । ସୂଚନା ମୁତାବକ ସାତଭାୟା ରିଟେଲର ବିଣାକର ରାଉତ ୮ମାସର ରାସନ ସାମଗ୍ରୀ ଚାଉଳ ଗହମ ହିତାଧିକାରୀମାନଙ୍କୁ ବଣ୍ଟନ କରିନଥିବା ଅଭିଯୋଗ ହୋଇଛି । ଏହାର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ । ଏତେ ବଡ ଦୁର୍ନୀତି କିପରି ହେଲା କେହି ଜାଣି ପାରିଲେ ନାହିଁ । ଏନେଇ ଗ୍ରାମବାସୀ ମାନେ ରିଟେଲରଙ୍କୁ ପଚାରିବାରୁ ରିଟେଲର ହିତାଧିକାରୀଙ୍କୁ କୌଣସି ସଠିକ୍ ସୂଚନା ଦେଇ ନଥିଲେ ।

ଫଳରେ ଗ୍ରାମବାସୀ ମାନେ ରାଜନଗର ବିଡିଓ ଏବଂ ବ୍ଲକ ଯୋଗାଣ ଅଧିକାରୀଙ୍କ ସହ କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ସେମାନଙ୍କ ରାସନ ସାମଗ୍ରୀ ଯୋଗାଇ ଦେବା ପାଇଁ ଦାବି କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ହିତାଧିକାରୀ । ଫଳରେ ହିତାଧିକାରୀ ନିରାଶ ହୋଇ ତୁରନ୍ତ ରାସନ ସାମଗ୍ରୀ ପ୍ରଦାନ କରାଯାଉ ଦାବି କରି ବ୍ଲକ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ରାସନ ସାମଗ୍ରୀ ନମିଳିବା ଯାଏ ଏହି ଧାରଣା ଜାରି ରହିବ ବୋଲି ହିତାଧିକାରୀ ମାନେ ଚେତାବନୀ ଦେଇଛନ୍ତି । ସରକାରୀ ରାସନ ଉପରେ ନିର୍ଭରକରି ଏହି ଅଭାବୀ ପରିବାର ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । କିନ୍ତୁ ଦିର୍ଘ ୮ମାସ ଧରି ରିଟେଲର ହିତାଧିକାରୀଙ୍କୁ ଯୋଗାଣ ସାମଗ୍ରୀ ବଣ୍ଟନ ନକରି ହଡପ କରିଥିଲେ ମଧ୍ୟ ଯୋଗାଣ ବିଭାଗ ଜାଣି ପାରିଲା ନାହିଁ କେମିତି ? ପୂର୍ବରୁ ରାଜନଗର ବ୍ଲକରେ ଏହିଭଳି ଦୁର୍ନୀତି କରି ୪ ଜଣ ରିଟେଲର ନିଲମ୍ବିତ ହୋଇଥିବା ବେଳେ, କେମିତି ଓ କେଉଁ ପରିସ୍ଥିତିରେ ଏଭଳି ଦୁର୍ନୀତି ଚାଲିଛି ?

ଏହି ଘଟଣାରେ ଡିଲରଙ୍କ ସହିତ ବିଭାଗୀୟ ଅଧିକାରୀ ମାନଙ୍କର ସଂପୃକ୍ତି ନାହିଁ ତ ? ସରକାରଙ୍କ ସଫଳ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ଏହି ଭଳି ଡିଲରଙ୍କ ଉପରେ ସରକାର କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ? ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ବିଭାଗୀୟ ଅଧିକାରୀ ମାନେ କ୍ୟାମେରା ସମ୍ମୁଖରେ ମୁହଁ ଖୋଲୁ ନାହାଁନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.