ETV Bharat / state

ମହିଳାଙ୍କ କାନ୍ଧରେ କେନ୍ଦ୍ରାପଡାର ସ୍ବଚ୍ଛତା ଭାର - କେନ୍ଦ୍ରାପଡା ସ୍ବଚ୍ଛତା

କେନ୍ଦ୍ରାପଡା ପ୍ରଶାସନର ଅଭିନବ ଯୋଜନା । ବ୍ୟାଟେରୀ ଚାଳିତ ଗାଡ଼ିରେ ଆବର୍ଜନା ସଂଗ୍ରହ କରିବେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସସଦ୍ୟା । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

Municipality Battery Vehicle
ମହିଳାଙ୍କ କାନ୍ଧରେ କେନ୍ଦ୍ରାପଡାର ସ୍ବଚ୍ଛତା ଭାର
author img

By

Published : Feb 8, 2020, 10:02 PM IST

କେନ୍ଦ୍ରାପଡା: ପରିବେଶକୁ ସ୍ବଚ୍ଛ ରଖିବା ପାଇଁ କେନ୍ଦ୍ରାପଡା ପୌରପରିଷଦରେ ଆରମ୍ଭ ହେଲା ବ୍ୟାଟେରୀ ଚାଳିତ ଗାଡିରେ ଆବର୍ଜନା ସଂଗ୍ରହ । ଆଉ ବଡକଥା ହେଉଛି, ପୁରୁଷ ନୁହେଁ, ମହିଳା ସମ୍ଭାଳିବେ ପୌରପରିଷଦକୁ ସଫାସୁତୁରା ରଖିବାର ଭାର । ମହିଳାଙ୍କୁ ସ୍ବାବଲମ୍ବୀ ଓ ସହରକୁ ସ୍ବଚ୍ଛ ରଖିବା ପାଇଁ ଏଭଳି ଅଭିଯାନ ଆରମ୍ଭ କରାଯାଇଛି ।

ମହିଳାଙ୍କ କାନ୍ଧରେ କେନ୍ଦ୍ରାପଡାର ସ୍ବଚ୍ଛତା ଭାର

ସ୍ବଚ୍ଛ ଓ ସୁସ୍ଥ କେନ୍ଦ୍ରାପଡା ଗଠନ ଲକ୍ଷ୍ୟରେ ପ୍ରଶାସନର ନିଆରା ପଦକ୍ଷେପ । କେନ୍ଦ୍ରାପଡା ପୌରପରିଷଦରେ ଆରମ୍ଭ ହୋଇଛି ବ୍ୟାଟେରୀ ଚାଳିତ ଯାନରେ ଆବର୍ଜନା ସଂଗ୍ରହ । ଆଉ ଏହାର ମଙ୍ଗ ଧରିଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା । ଘର ଘର ବୁଲି ମହିଳା ସଂଗ୍ରହ କରୁଛନ୍ତି ଅଳିଆ ଆବର୍ଜନା । ତାହା ପୁଣି ପୃଥକ୍ ପୃଥକ୍ ଭାବରେ । ପ୍ରାଥମିକ ପର୍ଯ୍ୟାୟରେ ୱାର୍ଡ ନଂ 1 ଓ 2ରେ ଅଭିଯାନ ଆରମ୍ଭ ହୋଇଛି । ପରେ ଅନ୍ୟ ୱାର୍ଡରେ ଏହି କାର୍ଯ୍ୟକ୍ରମ କରାଯିବ ।

କେନ୍ଦ୍ରାପଡାକୁ ସ୍ବଚ୍ଛ ରଖିବା ଓ ମହିଳାଙ୍କୁ ସ୍ବାବଲମ୍ବୀ କରିବାର ମହାନ ଲକ୍ଷ୍ୟ ନେଇ ଏଭଳି ଆରମ୍ଭ କରିଛି ପ୍ରଶାସନ । ଅଳିଆ ସଂଗ୍ରହ ଠୁ ଗାଡି ଚଳାଇବା ପର୍ଯ୍ୟନ୍ତ ସବୁ ଦାୟିତ୍ବ ସମ୍ଭାଳିବେ ମହିଳା । ଅନ୍ୟପଟେ ପ୍ରଶାସନର ଏଭଳି ପଦକ୍ଷେପ ଯୋଗୁଁ ପରିବେଶ ସ୍ବଚ୍ଛ ରହିବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ଆଉ ପୌରପରିଷଦର ଏଭଳି ପ୍ରୟାସକୁ ଖୋଦ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଶଂସା କରିଛନ୍ତି ।

ସ୍ବଚ୍ଛ ଭାରତ ଗଠନ କରିବାକୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ଏପଟେ ପ୍ରଶାସନର ଏଭଳି ପଦକ୍ଷେପ ନିହାତି ପ୍ରଶଂସାଯୋଗ୍ୟ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:08.02.2020
Radhakanta Mohanty, Kendrapada
Slug-od_kpr_women empower_script_7204459
Anchor-ପୌର ପରିଷଦ ପକ୍ଷରୁ ଅଭିନବ ଯୋଜନା।ବ୍ୟାଟେରୀ ଚାଳିତ ଗାଡ଼ିରେ ଆବର୍ଜ୍ଜନା ସଂଗ୍ରହ କରିବେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ।
Body:VO1-କେନ୍ଦ୍ରାପଡ଼ା ହେବ ସ୍ୱଚ୍ଛ ଏବଂ ଏଠାକାର ପରିବେଶ ହେବ ସୁସ୍ଥ।ସ୍ୱଚ୍ଛତା ଓ ମହିଳା ସଶକ୍ତୀକରଣ ଦିଗରେ ଆଉ ଏକ ପଦକ୍ଷେପ ଏଭଳି ଏକ ଅଭିନବ ଯୋଜନା ଆରମ୍ଭ କରିଛି କେନ୍ଦ୍ରାପଡ଼ା ପୌର ପରିଷଦ।ପୌର ପରିଷଦ ଅଧୀନରେ ଥିବା ୨୧ଟି ୱାର୍ଡରେ ବୁଲିବ ବ୍ୟାଟେରୀ ଚାଳିତ ଆବର୍ଜ୍ଜନା ସଂଗ୍ରହ ଗାଡି ଆଉ ଏହି ଗାଡି ଚଳାଇବେ ପୌର ପରିଷଦ ଅଧିନରେ ଥିବା ତାଲିମପ୍ରାପ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା।ପୁର୍ବରୁ ଘରେ ବାହାରୁଥିବା ଆବର୍ଜ୍ଜନା ଗୁଡିକ ଏଣେତେଣେ ପଡୁଥିବା ବେଳେ ଏହାର ସଫେଇ ପାଇଁ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଉନଥିଲା।ଯେଉଁଥିପାଇଁକି ଅସୁସ୍ଥ ପରିବେଶ ସୃଷ୍ଟି ହେବା ସହିତ ଅନେକ ରୋଗବ୍ୟାଧି ସାଧାରଣରେ ବ୍ୟାପୁଥିଲା।ପରେ ପୌର ପରିଷଦ ପକ୍ଷରୁ ଏକ ଠେଲାଗାଡି ଯୋଗେ ଅଳିଆ ସଫେଇ ହେଉଥିଲେ ମଧ୍ୟ ଘରର ମହିଳା ରାସ୍ତା ଉପରକୁ ଆସି ଅଳିଆ ପକାଇବା ସମ୍ଭବ ହେଉନଥିଲା।ଏଣୁ ଆଜି ପ୍ରାଥମିକ ଭାବେ ୱାର୍ଡ ନମ୍ବର ୧ ଓ ୨ରେ ଆରମ୍ଭ ହୋଇଥିବା ବ୍ୟାଟେରୀ ଚାଳିତ ଗାଡି ପ୍ରତ୍ୟେକ ଗଳିକନ୍ଦିରେ ବୁଲି ଆବର୍ଜ୍ଜନା ସଂଗ୍ରହ କରିବ ଯେଉଁଥିରେ ମହିଳା ମାନେ ନିଜ ଘରର ସମସ୍ତ ଶୁଖିଲା ଓ ଓଦା ଆବର୍ଜ୍ଜନା ପକାଇ ପାରିବେ।ଦୁଇଟି ଭିନ୍ନ ଭିନ୍ନ ଯୋଜନାର ସଫଳ ରୂପାୟନ ଦିଗରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଆତ୍ମନିର୍ଭରଶୀଳ କରାଇବା ଓ କେନ୍ଦ୍ରାପଡ଼ାକୁ ସ୍ୱଚ୍ଛ ଏବଂ ସୁସ୍ଥ ରଖିବା ଦିଗରେ କାର୍ଯ୍ୟ ଆରମ୍ଭ କରିଛି ପ୍ରଶାସନ।
Byt-ଗୀତାଞ୍ଜଳି ମେକାପ(ସ୍ଥାନୀୟ ମହିଳା)
Byt-ସ୍ମୃତିରେଖା ଦାସ(ବ୍ୟାଟେରୀ ଚାଳିତ ଗାଡି ଚଳାଉଥିବା ମହିଳା)
VO2-ମହିଳା ମାନଙ୍କୁ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସାମିଲ କରାଇବା ସହ ଆତ୍ମ ନିର୍ଭରଶୀଳ ହେବା ପାଇଁପ୍ରଶାସନ ଆରମ୍ଭ କରିଥିବା ଉଦ୍ୟମକୁ ପ୍ରସଂଶା କରିଛନ୍ତି ମହିଳା ଗୋଷ୍ଠୀ।ଆଜି ଆରମ୍ଭ ହୋଇଥିବା ଏହି ଭିନ୍ନ ଧରଣର କାର୍ଯ୍ୟକ୍ରମରେ ଦୁଇଜଣ ମହିଳା ବ୍ୟାଟେରୀ ଚାଳିତ ଏହି ଗାଡିର ଡ୍ରାଇଭର ଭାବେ କାର୍ଯ୍ୟରମ୍ଭ କରିଛନ୍ତି।ଗତକାଲି ପରୀକ୍ଷାମୂଳକ ଭାବେ ଗାଡିରେ ଆବର୍ଜ୍ଜନା ବୁହାଇବା ଫଟୋ ଜିଲ୍ଲାପାଳଙ୍କ ଟ୍ୱିଟର ପେଜରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହେବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାକୁ ରିଟ୍ୱିଟ କରି କେନ୍ଦ୍ରାପଡ଼ା ପ୍ରଶାସନର ଏଭଳି କାର୍ଯ୍ୟକୁ ଭୁୟସୀ ପ୍ରସଂଶା କରିଛନ୍ତି।ସେହିପରି ଆଗାମୀ ଦିନରେ ସମସ୍ତ ୱାର୍ଡ ପାଇଁ ଗାଡି ଯୋଗାଇଦେବା ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୁ ଏଥିରେ ସାମିଲ କରାଇବା ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ପୌର ପରିଷଦ ନିର୍ବାହୀ ଅଧିକାରୀ।ହ୍ବିସିଲ ବାଜିଲେ ଆବର୍ଜ୍ଜନା ସଂଗ୍ରହ କରାଯିବ ବୋଲି ଯୋଜନା ରହିଛି।
Byt-ମମତା ସେଠୀ(ସ୍ୱଚ୍ଛତା ସାଥି)
Byt-ଦେବପ୍ରସାଦ ବଳ(କେନ୍ଦ୍ରାପଡ଼ା ପୌର ପରିଷଦ ଅଧିକାରୀ)
Conclusion:FVO-ଏଭଳି ଏକ ଯୋଜନା ପୌର ପରିଷଦ ପକ୍ଷରୁ ଆରମ୍ଭ କରାଯିବାକୁ ଜନସାଧାରଣ ସ୍ୱାଗତ କରୁଥିବା ବେଳେ ଏହା କେତେଦିନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁଛି ତାହା ସମୟ କହିବ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.