କେନ୍ଦ୍ରାପଡା: ଚାଲିଛି ମା’ ଦୁର୍ଗତି ନାସିନୀ ଦୁର୍ଗାଙ୍କ ନବରାତ୍ରୀ ପୂଜା। କେନ୍ଦ୍ରାପଡା ବସୁପୁରରେ ବାସନ୍ତୀ ଦୁର୍ଗା ପୂଜାରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଥାଏ । ଗାଁର ଧନୁର୍ଜ୍ଜୟ ଚାରିଟେବୁଲ ଟ୍ରଷ୍ଟ ଗଠନ କରାଯାଇ ସାମାଜିକ କାମରେ ନିୟୋଜିତ ବିଭିନ୍ନ ବର୍ଗର ଲୋକଙ୍କୁ ଏହି କାର୍ଯ୍ଯକ୍ରମରେ ସମ୍ବର୍ଦ୍ଧିତ କରାଯାଏ । ୧୯୮୦ ମସିହାରୁ ଆରମ୍ଭ ହୋଇଥିବା ଏହି ପୂଜା ଓ ପରମ୍ପରା ଅଦ୍ୟାବଧି ଚାଲି ଆସୁଥିବା ବେଳେ ଏହାକୁ ଭୁୟସୀ ପ୍ରଶଂସା କରିଛନ୍ତି ଜିଲ୍ଲାର ବୁଦ୍ଧିଜୀବୀ। କେନ୍ଦ୍ରାପଡ଼ା ବସୁପୁରରେ ଜଗତ ଜନନୀ ମା'ବାସନ୍ତୀ ଦେବୀଙ୍କର ୪୪ତମ ପୂଜା ଅନୁଷ୍ଠିତ ହେଉଛି। ଗାଁ ଲୋକଙ୍କ ପ୍ରତ୍ୟକ୍ଷ ସାହାଯ୍ୟରେ ଏହି ପୂଜା ୧୯୮୦ ମସିହାରୁ ଆରମ୍ଭ ହୋଇଛି। ତେବେ ୨୦୨୦ ଓ ୨୦୨୧ ମସିହାରେ ଏହି ପୂଜା ନିରାଡ଼ମ୍ବର ଭାବେ ଅନୁଷ୍ଠିତ ହୋଇଥିବା ବେଳେ ଗତବର୍ଷ ଠାରୁ ଏହି ପୂଜାକୁ ଧୁମଧାମରେ ପାଳନ କରୁଛନ୍ତି ଗ୍ରାମବାସୀ ।
ତେବେ ଏହି ଗାଁର ଯୁବପିଢି ତଥା ବିଶିଷ୍ଟ ଶିଳ୍ପପତି ଇଞ୍ଜିନିୟର ଭଗବାନ ବିଶ୍ୱାଳ ନିଜ ପିତାଙ୍କ ନାମରେ ୨୦୧୨ ମସିହାରୁ ଆରମ୍ଭ କରିଥିବା ଧନୁର୍ଜ୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ଆରମ୍ଭ କରିଥିଲେ। ଏହି ଟ୍ରଷ୍ଟ ମାଧ୍ୟମରେ ଗାଁର ଅସହାୟ ନିଷ୍ପେସିତ ଓ ଗରିବ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ଆସୁଛନ୍ତି । ସମାଜର ବିଭିନ୍ନ ବର୍ଗର କୃତ୍ତିତ୍ୱ ଅର୍ଜ୍ଜନ କରି ଜିଲ୍ଲାର ନାମକୁ ସାରା ଦେଶରେ ପରିଚିତ କରାଇଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ ଏହି କାର୍ଯ୍ଯକ୍ରମରେ ସମ୍ବର୍ଦ୍ଧିତ କରାଯାଉଛି ।
ଅଧିକ ପଢ଼ନ୍ତୁ: IPL 2023: ଉଦଘାଟନୀ ଉତ୍ସବରେ ମୁଖ୍ୟ ଆକର୍ଷଣ ରଶ୍ମିକା, ପ୍ରଥମ ମ୍ୟାଚରେ ଗୁଜୁରାଟକୁ ଭେଟିବ ଚେନ୍ନାଇ
ଗତକାଲି(ଗୁରୁବାର) ସନ୍ଧ୍ୟାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ପ୍ରଫେସର ନନ୍ଦକିଶୋର ପରିଡାଙ୍କୁ "କେନ୍ଦ୍ରାପଡ଼ା ରତ୍ନ" ଉପାଧିରେ ଭୂଷିତ କରାଯାଇଛି । ଏହାସହ ଅଦରକାରୀ ପଲିଥିନରୁ ଘରକରଣା ସାମଗ୍ରୀ ତିଆରି କରି ପ୍ରଧାନମନ୍ତ୍ରୀଙ୍କ ମନ କି ବାତରେ ସ୍ଥାନ ପାଇଥିବା କମଳା ମହାରଣାଙ୍କୁ ସମ୍ମାନିତ କରିବା ସହ ୧୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ମୋଟ ୮ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ତେବେ ଏହି ଚ୍ୟାରି ଟେବୁଲ ଟ୍ରଷ୍ଟ କଟକ ବଡ଼ ମେଡ଼ିକାଲର କର୍କଟ ୱାର୍ଡରେ ପ୍ରତି ରବିବାର ଦିନ ଖାଦ୍ୟ ଓ ଔଷଧ ବାଣ୍ଟିଥାଏ ବୋଲି କହିଛନ୍ତି ଟ୍ରଷ୍ଟର ସଭାପତି।
ଇଟିଭି ଭାରତ, କେନ୍ଦ୍ରପଡା