ETV Bharat / state

ହାଇଦର ଶୁଦ୍ଧିକ୍ରିୟା ପାଇଁ ପୁଅକୁ ମିଳିଲାନି ଜାମିନ

author img

By

Published : Jul 28, 2021, 3:30 PM IST

ଗ୍ୟାଙ୍ଗଷ୍ଟାର ହାଇଦର ପୁଅର ଜାମିନ ଖାରଜ କଲେ କେନ୍ଦ୍ରାପଡା ଦୌରାଜଜ କୋର୍ଟ । ବାପାଙ୍କ ଶୁଦ୍ଧିରେ ଯୋଗ ଦୋବାକୁ କରିଥିଲା ଜାମିନ ଆବେଦନ । ଅଧିକ ପଢନ୍ତୁ...

ଗ୍ୟାଙ୍ଗଷ୍ଟାର ହାଇଦର ପୁଅର ଜାମିନ ଖାରଜ, ବାପାଙ୍କ ସୁଦ୍ଧି କ୍ରିୟା ପାଇଁ କରିଥିଲା ଆବେଦନ

କେନ୍ଦ୍ରାପଡ଼ା: ଏନକାଉଣ୍ଟରରେ ପ୍ରାଣ ହରାଇଥିବା ଗ୍ୟାଙ୍ଗଷ୍ଟର ହାଇଦରର ବଡ ପୁଅ ସେକ କାଦିର ଓରଫ ମୁନ୍ନାର ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଦୌରାଜଜ। ଏକ ମାମଲାରେ ଚୌଦ୍ୱାର ଜେଲରେ ବନ୍ଦୀ ଥିବା ମୁନ୍ନା ପିତା ହାଇଦରର ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ଗତ ୨୬ ତାରିଖରେ ୪୦ ଦିନିଆ ଅନ୍ତରୀଣ ଜାମିନ ଆବେଦନ କରିଥିଲା । ତେବେ ସେ ଜେଲରୁ ସାମୟିକ ମୁକ୍ତ ହେଲେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଏବଂ ତାର ଜୀବନ ପ୍ରତି ବିପଦ ସୃଷ୍ଟି ହେବା ଆଶଙ୍କା କରି ଜିଲ୍ଲା ଦୌରାଜଜ ଏହି ଆବେଦନକୁ ଖାରଜ କରି ଦେଇଥିବା ଜଣାପଡିଛି । ଏନେଇ ମୁନ୍ନାର ଓକିଲ ରବି ନାରାୟଣ ମହାନ୍ତି ସୂଚନା ଦେଇଛନ୍ତି ।

ଗାଙ୍ଗଷ୍ଟର ହାଇଦରର ବଡ ପୁଅ ମୁନ୍ନା ୨୦୧୧ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ଜଣେ ସିମେଣ୍ଟ ବ୍ୟବସାୟୀଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିଲ ।ମୁନ୍ନା ନାଁରେ କେନ୍ଦ୍ରାପଡା ଟାଉନ ଥାନାରେ ୯ ଗୋଟି ମାମଲା ସମେତ ରାଜ୍ୟର ବିଭିନ୍ନ ଥାନାରେ ୧୯ ଗୋଟି ମାମଲା ରହିଛି । ସିମେଣ୍ଟ ବ୍ୟବସାୟୀ ହତ୍ୟା ମାମଲା ସମେତ ଅନ୍ୟ କେତେକ ମାମଲାରେ ମୁନ୍ନା ଦୋଷୀ ସାବ୍ୟସ୍ତ ହୋଇ ୨୦୧୧ ମସିହାରୁ ଚୌଦ୍ୱାର ଜେଲରେ ବନ୍ଦୀ ଜୀବନ କାଟୁଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.