ETV Bharat / state

ଅଟୋ ଚାଳକଙ୍କୁ ଅପହରଣ ଓ ହତ୍ୟା ଉଦ୍ୟମ, ଉଦ୍ଧାର କଲା ପୋଲିସ - kendrapara news

ଅଟୋ ଡ୍ରାଇଭରଙ୍କୁ ଅପହରଣ ସହ ମରଣାନ୍ତକ ଆକ୍ରମଣ କରି ମୁର୍ମୁଷୁ ଅବସ୍ଥାରେ ଛାଡିଲେ ଦୁର୍ବୃତ୍ତ। ଉଦ୍ଧାର କରାଯାଇ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅଧିକ ପଢନ୍ତୁ...

ଅଟୋ ଚାଳକଙ୍କୁ ଅପହରଣ ଓ ହତ୍ୟା ଉଦ୍ୟମ, ଉଦ୍ଧାର କଲା ପୋଲିସ

author img

By

Published : Feb 3, 2021, 11:41 AM IST

କେନ୍ଦ୍ରାପଡା: ବିଳମ୍ବିତ ରାତିରେ ଅଟୋ ଡ୍ରାଇଭରଙ୍କୁ ଅପହରଣ ସହ ମରଣାନ୍ତକ ଆକ୍ରମଣ। ଏହାସହ ମୁର୍ମୁଷୁ ଅବସ୍ଥାରେ ଛାଡି ଦେଇ ଗଲେ ଦୁର୍ବୃତ୍ତ। ଗୁରୁତର ବ୍ୟକ୍ତି ଜଣକ ସିଙ୍ଗଡ଼ାପାଳ ଗାଁର ଅମଲ ଗଇନି। ସେ ମଙ୍ଗଳବାର ଅଟୋରେ ଜଣେ ବ୍ୟବସାୟୀଙ୍କ ସହ ଧାନ ନେଇ ରାଜନଗର ଆସିଥିଲେ। ସେଠାରେ ତାଙ୍କ ସହ ଏପରି ଅଘଟଣ ଘଟିଛି।

ଅଟୋ ଚାଳକଙ୍କୁ ଅପହରଣ ଓ ହତ୍ୟା ଉଦ୍ୟମ, ଉଦ୍ଧାର କଲା ପୋଲିସ

ଧାନ ଦେଇ ଫେରିବା ସମୟରେ ଡାକବଙ୍ଗଳା ଛକ ନିକଟରେ ଚାରିଜଣ ଦୁର୍ବୃତ୍ତ ତାଙ୍କ ଅଟୋ ସମ୍ମୁଖରେ ଚାରିଚକିଆ ଗାଡି ଛିଡା କରି ତାଙ୍କୁ ଅମଲଙ୍କୁ ଅପହରଣ କରି ନେଇଯାଇଥିଲେ। ବ୍ୟବସାୟୀ ଜଣଙ୍କ କିଛି ବୁଝିବା ଆଗରୁ ସମସ୍ତେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ପରେ ବ୍ୟବସାୟୀ ଜଣକ ଅମଲଙ୍କ ଘରେ ଖବର ଦେବାରୁ ଘରଲୋକେ ରାଜନଗର ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଅମଲଙ୍କୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରାଯାଇ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ତେବେ ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।କିଏ ଓ କାହିଁକି ଏହି ଅପହରଣ ଓ ହତ୍ୟା ଉଦ୍ୟମ କଲା ସେନେଇ ପୋଲିସ ତଦନ୍ତ ଚଳାଇଛି। ଏପଟେ ଦୁର୍ବୃତ୍ତ ମାନଙ୍କର ମୁହଁରେ ମାସ୍କ ଓ ସ୍କାର୍ପ ଦ୍ୱାରା ଆବଦ୍ଧ ଥିବାରୁ ସେମାନଙ୍କ ପରିଚୟ ଜାଣିବା ଏତେ ସହଜ ନୁହେଁ ବୋଲି ଅମଲଙ୍କ ସହ ଥିବା ବ୍ୟବସାୟୀ ଜଣକ ସୂଚନା ଦେଇଛନ୍ତି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.