କେନ୍ଦ୍ରାପଡା: ଗାଁ ଦାଣ୍ଡରେ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ ସହ ଉଲଗ୍ନ କରି ମାଡ଼। ଏପରି ଅମାନୁଷିକ ଘଟଣା ଘଟିଛି ରାଜକନିକା ଡାଲିକାଇନ୍ଦା ଗ୍ରାମରେ। ମାଡମରାର ଭିଡିଓ ସ୍ଥାନୀୟ ଅଞ୍ଚଳରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହା ସଭ୍ୟସମାଜ ପାଇଁ ଲଜ୍ଜ୍ୟାର ବିଷୟ ପାଲଟିଛି ।
ଜlଗା ବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା । ତେବେ ବିବାଦର ମାତ୍ରା ଏତେ ବଢିଯାଇଛି ଯେ, ଏହା ହିଂସାର ରୂପ ନେଇଛି । ସର୍ବସମ୍ମୁଖରେ ଗାଁ ଦାଣ୍ଡରେ ଜଣେ ମହିଳାଙ୍କୁ ମାଡ ମାରିବା ଭଳି ଅଭାବନୀୟ ଘଟଣା ଘଟିଛି ।
ଆଗରୁ ରାଜକନିକା ଥାନାରେ ଅଭିଯୋଗ କରିଥିଲେ ପୀଡିତା ମହିଳା। ତେବେ ପୋଲିସର ଦ୍ବାରସ୍ଥ ହେଲାପରେ ମଧ୍ୟ, ପୋଲିସ କୌଣସି ପଦକ୍ଷେପ ନେଇନଥିବାରୁ ମହିଳାଙ୍କ ସହିତ ଏପରି ଘଟିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଏବେ ରାଜକନିକା ଅଞ୍ଚଳରେ ଲଜ୍ଜ୍ୟାର ବିଷୟ ପାଲଟିଛି । ତେବେ ଏନେଇ ରାଜକନିକା ପୋଲିସ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ପୀଡିତା ମହିଳା ଜଣଙ୍କ ଉକ୍ତ ଘଟଣାର ଭିଡିଓ ରାଜକନିକା ଥାନାରେ ଦେଇଥିବା ଜଣାପଡିଛି। ଏହି ଘଟଣାରେ ରାଜକନିକା ପୋଲିସର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଉପରେ ସମସ୍ତଙ୍କ ନଜର ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ