ETV Bharat / state

ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ବ ଘର, ପର ଘରେ ଚାଲିଛି ପାଠପଢା

author img

By

Published : Apr 8, 2021, 5:46 PM IST

ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ବ ଘର । ଅନ୍ୟ ଘରେ ଚାଲିଛି ପାଠପଢା । ଅବ୍ୟବସ୍ଥା ଘେରରେ ପାଠ ପଢୁଛନ୍ତି କୁନି କୁନି ପିଲା । ଶୁଣୁନି ପ୍ରଶାସନ । ଅଧିକ ପଢନ୍ତୁ....

Anganwadi Centers does not have its own place to teaching in kendrapada
ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ବ ଘର, ପର ଘରେ ଚାଲିଛି ପାଠପଢା

କେନ୍ଦ୍ରାପଡା : ବାରଣ୍ଡାରେ ରୋଷେଇ, ଘର ଭିତରେ ଚାଲିଛି ଛୁଆଙ୍କ ପାଠପଢା । ଏ କୌଣସି ଅଙ୍ଗନବାଡି କେନ୍ଦ୍ର ନୁହେଁ, ବରଂ ଜଣଙ୍କ ଘର । କାରଣ ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ବ ଘର । ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା କଜଳା ଅଙ୍ଗନବାଡିରେ । ମାସେ କି ଦି ମାସ ନୁହେଁ, ଦୀର୍ଘ 8 ବର୍ଷ ହେବ ଅଞ୍ଚଳର ମିନତି ମଲିକଙ୍କ ଘରେ ପାଠପଢା ଚାଲିଛି । ଉପଯୁକ୍ତ ସ୍ଥାନ ନଥବାରୁ ଗୋଷ୍ଠୀଗତ କାର୍ଯ୍ୟକ୍ରମକୁ ପ୍ରସୂତିମାନେ ଆସୁ ନାହାଁନ୍ତି । ସ୍ଥାନ ଅଭାବରୁ ପାଠପଢାରେ ଅବହେଳା ସହ ପରିଷ୍କାର ପରିଚ୍ଛନ୍ନ ଭାବରେ ଖାଦ୍ୟ ପ୍ରସ୍ତୁତ ହୋଇ ପାରୁନି । ସେପଟେ ବଡ଼ହାଟ ଅଙ୍ଗନବାଡି କେନ୍ଦ୍ରର ଅବସ୍ଥା ନ କହିବା ଭଲ । ବିଦ୍ୟାଳୟ ବନ୍ଦ ଥିବାରୁ 2 କେନ୍ଦ୍ରର ପିଲା ଗୋଟିଏ ସ୍ଥାନରେ ବସି ପାଠ ପଢନ୍ତି । ସ୍କୁଲ ଖୋଲିଲେ ପାଠପଢା କେମିତି ହେବ ତାହା କେହି ଜାଣି ନାହାନ୍ତି । ଯେଉଁ ଚାଳଘରେ କେନ୍ଦ୍ର ଚାଲିଥିଲା ତାହା ଏବେ ଭଗ୍ନ ପ୍ରାୟ । କେନ୍ଦ୍ରର ନିଜସ୍ବ ଘର ନ ଥିବାରୁ ସହାୟିକା ନିଜ ଘରେ ପିଲାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରି ଆଣନ୍ତି ।

ଜିଲ୍ଲାର ୯ଟି ବ୍ଲକ ଓ ଦୁଇଟି ପୌରାଞ୍ଚଳରେ ଖୋଲାଯାଇଛି ୨୧୪୭ଟି ଅଙ୍ଗନବାଡି କେନ୍ଦ୍ର । ସେଥିମଧ୍ୟରୁ ୯୬୦ଟି ନିଜସ୍ଵ ଗୃହ ହୋଇଥିବା ବେଳେ ୧୧୮୭ କେନ୍ଦ୍ରର ନିଜସ୍ଵ ଗୃହ ନାହିଁ। ୭୪୮ଟି କେନ୍ଦ୍ର ସ୍କୁଲ ଘରେ ଚାଲିଥିବା ବେଳେ ୭୯ଟି ଭଡା ଘରେ ଚାଲିଛି । ୩୩୨ଟି କମ୍ୟୁନିଟି କେନ୍ଦ୍ରରେ ଓ ଅନ୍ୟାନ୍ୟ ସ୍ଥାନରେ ୨୮ଟି ଅଙ୍ଗନବାଡି କେନ୍ଦ୍ର ପରିଚାଳନା ହେଉଛି। ୫୨୪ଟି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନାହିଁ। ପୌରାଞ୍ଚଳରେ 60 ପ୍ରତିଶତ ଗୃହ କାର୍ଯ୍ଯ ଶେଷ ହୋଇଛି । ଜାଗା ସମସ୍ୟା ପାଇଁ କେନ୍ଦ୍ର ନିର୍ମାଣରେ ସମସ୍ୟା ରହୁଥିବା କହିଛନ୍ତି ଉପଜିଲ୍ଲାପାଳ । ଶିଶୁର ବୌଦ୍ଧିକ ଓ ମୌଳିକ ଶିକ୍ଷାର ବିକାଶ ପାଇଁ ସରକାର ଖୋଲିଛନ୍ତି ଅଙ୍ଗନବାଡି କେନ୍ଦ୍ର । ହେଲେ ଭିତ୍ତିଭୂମିର ଅଭାବ ଯୋଗଁ ତାହା ଏବେ ବାଟବଣା ପ୍ରାୟ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.