ETV Bharat / state

ପିଲାଙ୍କ ଖାଦ୍ୟ ଥାଳିରେ ମହଙ୍ଗା ମାଡ: ଅନୁଦାନଠୁ ଅଧିକ ରୋଷେଇ ଖର୍ଚ୍ଚ, ଦାୟିତ୍ୱ ଛାଡିବେ SHG !

author img

By

Published : May 20, 2022, 5:27 PM IST

ସ୍କୁଲ ପିଲାଙ୍କ ଖାଇବ ଥାଳିରେ ମହଙ୍ଗା ମାଡ । ଗ୍ୟାସ ଠାରୁ ପନିପରିବା ଯାଏଁ ସବୁକିଛି ଦର ଉଚ୍ଚ ରହିଥିବା ବେଳେ ମଧ୍ୟାହ୍ନ ଭୋଜନ ବାବଦରେ ମିଳୁଥିବା ଅନୁଦାନ ଠାରୁ ବଳି ଯାଉଛି ରୋଷେଇ ଖର୍ଚ୍ଚ । ଫଳରେ କମ୍ ଟଙ୍କାରେ ପିଲାଙ୍କୁ ପୁଷ୍ଟିକର ଖାଇବ ଯୋଗାଇବା ମୁସ୍କିଲ ହେଉଛି । ଯାହାକୁ ନେଇ ମଧ୍ୟାହ୍ନ ଭୋଜନ ଦାୟିତ୍ବ ଛାଡିବାକୁ ବସିଛନ୍ତି ସ୍ବଂୟ ସହାୟକ ଗୋଷ୍ଠୀ । ଅଧିକ ପଢନ୍ତୁ

ପିଲାଙ୍କ ଖାଦ୍ୟ ଥାଳିରେ ମହଙ୍ଗା ମାଡ, ଅନୁଦାନଠୁ ଅଧିକ ରହୁଛି ରୋଷେଇ ଖର୍ଚ୍ଚ

କେନ୍ଦ୍ରାପଡା: ଲୋକଙ୍କୁ କଲବଲ କରୁଛି ମହଙ୍ଗା ମାଡ । ପନିପରିବା ଠାରୁ ଗ୍ୟାସ ଯାଏଁ ସବୁକିଛି ଦର ଆକାଶ ଛୁଆଁ ରହିଛି । ଯାହା ଏବେ ସ୍କୁଲ ପିଲାଙ୍କ ଖାଦ୍ୟ ଥାଳିକୁ ପ୍ରଭାବିତ କରିଛି । ଉଚ୍ଚ ବଜାର ଦର ଯୋଗୁଁ ସ୍କୁଲରେ ମଧ୍ୟାହ୍ନ ଭୋଜନ ବାବଦରେ ଆସୁଥିବା ଅର୍ଥ କମ୍ ପଡୁଛି । ଏପରିସ୍ଥିତିରେ କିପରି ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବ ତାହାକୁ ନେଇ ଚିନ୍ତାରେ ପଡିଛନ୍ତି ସ୍କୁଲ ଏବଂ ସ୍ବଂୟ ସହୟକ ଗୋଷ୍ଠୀ (ଏସଏଚଜି) । ଫଳସୂରୁପ, କମ୍ ଅନୁଦାନରେ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ତୁଲାଇବା ମୁସ୍କିଲ ହେଉଥିବାରୁ ସ୍ବୟଂ ସହୟକ ଗୋଷ୍ଠୀ ଏବେ ଏହି ଦାୟିତ୍ବ ଛାଡିବାକୁ ବସିଛନ୍ତି । ମଧ୍ୟାହ୍ନ ଭୋଜନ ଯୋଜନାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ମୁଣ୍ଡପିଛା ହିସାବରେ 100 ଗ୍ରାମ ଚାଉଳ ସହ 5 ଟଙ୍କା 42 ପଇସା ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ମୁଣ୍ଡପିଛା ୧୫୦ଗ୍ରାମ ଚାଉଳ ଓ 8 ଟଙ୍କା 10 ପଇସା ଆର୍ଥିକ ସହଯୋଗର ବ୍ୟବସ୍ଥା ରହିଛି । କିନ୍ତୁ ସେତିକି ଟଙ୍କାରେ ପିଲାଙ୍କ ମୁହଁରେ ପୁଷ୍ଟିକର ଆହାର ଦେବା ଏବେ କାଠିକର ପାଠ ହୋଇଛି ।

୬-୧୪ ବର୍ଷର ଗରିବ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାଗଣା ବାଧ୍ୟତାମୂଳକ ଶିକ୍ଷା ଓ ପୁଷ୍ଟିକର ଖାଦ୍ୟ ଯୋଗାଣ ଲକ୍ଷ୍ୟରେ ୧୯୯୫ ମସିହାରେ ଆରମ୍ଭ ହୋଇଥିଲା ମଧ୍ୟାହ୍ନ ଭୋଜନ ଯୋଜନା(MDM) । ଗତବର୍ଷ ଠାରୁ କୋଭିଡ ମହାମାରୀ ପାଇଁ ବିଦ୍ୟାଳୟ ବନ୍ଦ ରହିଥିବା କାରଣରୁ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ପାଇ ପାରୁନଥିଲେ । କେବଳ ମୁଣ୍ଡପିଛା ଚାଉଳ ଓ ପର୍ଯ୍ୟାୟକ୍ରମେ ପଇସା ଆସୁଥିବା ବେଳେ ଏଥିରୁ ସେତେବେଳେ ସୁଫଳ ପାଇପାରୁନଥିଲେ ଗରିବ ଶ୍ରେଣୀର ଛାତ୍ରଛାତ୍ରୀ । ଚଳିତ ବର୍ଷ ଶତ ପ୍ରତିଶତ ପାଠ୍ୟକ୍ରମ ସହ ବିଦ୍ୟାଳୟ ଚାଲିବା ପାଇଁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବା ପରେ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ସମସ୍ତ ସରକାରୀ ବିଦ୍ୟାଳୟରେ ପ୍ରସ୍ତୁତ ହେଉଛି । କିନ୍ତୁ ବେଲଗାମ ବଜାର ଦର ଏବେ ସିଧାସଳଖ ପ୍ରଭାବ ପକାଇଛି ଛାତ୍ରଛାତ୍ରୀଙ୍କ ଖାଇବା ଥାଳିରେ।

କେନ୍ଦ୍ରାପଡ଼ା ବ୍ଲକ ସରସ୍ବତୀ ଉଚ୍ଚ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଦାୟିତ୍ବରେ ଦୀର୍ଘ ୨୦୦୮ ମସିହାରୁ ରହିଥିବା ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନେ ଅଧୁନା ମହରଗ ବଜାର ଦରରେ ଛାତ୍ରଛାତ୍ରୀଙ୍କୁ କିପରି ପୌଷ୍ଟିକ ଆହାର ଯୋଗାଇବେ ସେନେଇ ଚିନ୍ତାରେ ରହିଛନ୍ତି । ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟରେ ଯେଉଁ ପ୍ରୟାସ ଆରମ୍ଭ କରିଥିଲେ ଏବେ ଉଚ୍ଚ ବଜାର ଦର ଏବଂ କମ୍ ସରକାରୀ ଅନୁଦାନ ସେମାନଙ୍କୁ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ଛାଡିବାକୁ ବାଧ୍ୟ କରୁଛି ବୋଲି କହିଛନ୍ତି ।

ଅନ୍ୟପଟେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ କହିବା ଅନୁଯାୟୀ, ଏହି ବିଦ୍ୟାଳୟରେ ପାଠ ପଢୁଥିବା ପିଲାମାନଙ୍କ ମଧ୍ୟରୁ ୫୦%ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଦଳିତ ଓ ଗରିବ ଶ୍ରେଣୀର ଅଟନ୍ତି । ତେଣୁ ସେମାନଙ୍କୁ ଉପଯୁକ୍ତ ଖାଦ୍ୟ ଯୋଗାଇବା ଓ ଖାଦ୍ୟର ମାନରେ କୌଣସି ଅଭିଯୋଗ ନ ଆସିବା ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ତାଗିଦ କରାଯାଇଛି । ଗତ କିଛିମାସ ହେଲା ଖାଇବା ତେଲ, ଡାଲି, ଆଳୁ, ପନିପରିବା ଓ ସର୍ବୋପରି ଜାଳେଣି ପାଇଁ ଗ୍ୟାସର ମୂଲ୍ୟବୃଦ୍ଧି ଏବେ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଗୋଷ୍ଠୀଙ୍କ ପାଇଁ ଏବଂ ବିଦ୍ୟାଳୟ ପାଇଁ ଚିନ୍ତାର କାରଣ ପାଲଟିଛି ।

ଜିଲ୍ଲାରେ ମୋଟ ୧,୭୧୮ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଥିବା ବେଳେ ପ୍ରଥମରୁ ପଞ୍ଚମ ୮୭,୪୮୧ ଜଣ ଏବଂ ଉଚ୍ଚ ପ୍ରାଥମିକ ଅର୍ଥାତ ଷଷ୍ଠରୁ ଅଷ୍ଟମ ୫୫,୨୬୯ଜଣ ମୋଟ ୧,୪୨,୭୫୦ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ଗତ ଶିକ୍ଷାବର୍ଷରେ ରେକର୍ଡ କରାଯାଇଥିଲା । କୋଭିଡ ଦ୍ଵିତୀୟ ଏବଂ ତୃତୀୟ ଲହର ସମୟରେ ବିଦ୍ୟାଳୟ ବନ୍ଦ ରହିଥିବା ବେଳେ ପାଞ୍ଚଟି ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କୁ ଚାଉଳ ଦିଆଯାଇଥିଲା ଏବଂ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ମଧ୍ୟ ପଠାଯାଇଥିଲା । ବର୍ତ୍ତମାନ ବଜାର ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରୋଷେଇ ଦେୟ(Cooking Cost) ବଢାଇବା ପାଇଁ ଉଭୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ପ୍ରଧାନ ଶିକ୍ଷୟିତ୍ରୀ ଦାବି କରିଛନ୍ତି । ପିଲାଏ ପଢିବେ, ବଢ଼ିବେ ଏବଂ ସୁସ୍ଥ ରହିବେ ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନାରା ଦେଉଛନ୍ତି । ବର୍ତ୍ତମାନ ସମୟରେ କୋଭିଡ ବିପତ୍ତିରୁ ମାନବ ସମାଜ ସମ୍ପୂର୍ଣ୍ଣ ମୁକୁଳି ନଥିବା ବେଳେ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ଆହାର ପ୍ରଦାନ ଉଦ୍ଦେଶ୍ୟରେ ମଧ୍ୟାହ୍ନ ଭୋଜନ ପାଇଁ ସହାୟକ ରାଶି ବୃଦ୍ଧି କରିବାର ଆବଶ୍ୟକତା ରହିଛି ବୋଲି ଦାବି ହୋଇଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.