ETV Bharat / state

ଖୋଲିବ ଦୁର୍ନୀତି ପେଡି ! ଖେଳପଡିଆ ଉନ୍ନତିକରଣ ନାଁରେ ଅର୍ଥ ଆତ୍ମସାତ

author img

By

Published : Jan 8, 2021, 5:20 PM IST

ଦୁର୍ନୀତିର ପେଣ୍ଠସ୍ଥଳୀ ପାଲଟିଛି କେନ୍ଦ୍ରାପଡାଲ ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ମଧୁଶାସନ ପଞ୍ଚାୟତ । ପଞ୍ଚାୟତର କୁଦାନଗରୀ ଓ ବଡବେତରା ଗାଁରେ ବୃକ୍ଷ ରୋପଣ ନାଁରେ ଅର୍ଥ ହଡପ ଅଭିଯୋଗର ତଦନ୍ତ ପରେ ପୁଣି ଦୁଇଟି ଖେଳ ପଡିଆ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗର ହୋଇଛି । ଏଥିରେ ଗ୍ରାମବାସୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

play ground corruption occurred in garadpur kendrapada
ଦୁର୍ନୀତିର ପେଡି ଖୋଲୁଛି ମଧୁଶାସନ ପଞ୍ଚାୟତରେ

କେନ୍ଦ୍ରାପଡ଼ା: ପୁଣି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅଞ୍ଚଳରେ ପହଞ୍ଚିଛନ୍ତି ଲୋକାୟୁକ୍ତଙ୍କ ନିର୍ଦ୍ଦେଶକ । ଗତ ୧୮ ତାରିଖରେ ମଧୁଶାସନ ପଞ୍ଚାୟତ କୁଦାନଗରୀ ଓ ବଡବେତରା ଗାଁରେ ବୃକ୍ଷ ରୋପଣ ନାଁରେ ଅର୍ଥ ହଡପ ଅଭିଯୋଗର ତଦନ୍ତ ପରେ ପୁଣି ମଧୁଶାସନ ପଞ୍ଚାୟତରେ ଦୁଇଟି ଖେଳ ପଡିଆ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗର ତଦନ୍ତ ଆରମ୍ଭ କରିଛନ୍ତି ଲୋକାୟୁକ୍ତଙ୍କ ୩ଜଣିଆ ଟିମ୍ ।

କେନ୍ଦ୍ରାପଡ଼ା ଜିଲ୍ଲା ମଧୁଶାସନ ପଞ୍ଚାୟତ ଅରଖକୁଦ ଗାଁରେ ଉଦ୍ୟାନ କୃଷି ବିଭାଗ ଦ୍ବାରା କାଜୁ ଗଛ ଲଗାଇବା ନାଁରେ ଲକ୍ଷାଧିକ ଟଙ୍କା ଲୁଟର ତଦନ୍ତ ପରେ ଏବେ ମଧୁଶାସନ ପଞ୍ଚାୟତ ସାନବେତରା ବାଲିଗରଡା ଖେଳପଡିଆ ଓ ଚାଟରା ବାଲିକୁଦା ଖେଳପଡିଆ କାର୍ଯ୍ୟରେ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗର ତଦନ୍ତ ହୋଇଛି ।

ଦୁର୍ନୀତିର ପେଡି ଖୋଲୁଛି ମଧୁଶାସନ ପଞ୍ଚାୟତରେ

ସାନବେତରା ଗାଁର ଗୋଚର ଜମିରେ ଖେଳପଡିଆ ନିମ୍ନମାନର କାର୍ଯ୍ୟ କରି ଅର୍ଥ ଆତ୍ମସାତ କରାଯାଇଛି । ଶରତ ଚନ୍ଦ୍ର ବେହେରାଙ୍କ ନାଁରେ ଏହିତ ପ୍ରକଳ୍ପ ପାଇଁ ୨ଲକ୍ଷ ଟଙ୍କା ମଞ୍ଜୁର କରି କାର୍ଯ୍ୟାଦେଶ ଦିଆଯାଇଥିବା ବେଳେ, ପରବର୍ତ୍ତୀ ସମୟରେ ତାହାକୁ ବାତିଲ କରି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନାମରେ କାର୍ଯ୍ୟାଦେଶ କରାଯାଇଥିଲା । ଆଉ ନିମ୍ନମାନର କାର୍ଯ୍ୟ କରି ୨ଲକ୍ଷ ୭୭ହଜାର ଟଙ୍କା ମିଥ୍ୟା ବିଲ୍ କରି ଲୁଟ୍ କରାଯାଇଥିବା ଅଭିଯୋଗ କରିଛନ୍ତି ସାନବେତରା ଗାଁର ସତ୍ୟାନନ୍ଦ ନାୟକ ।

ସେହିଭଳି ଚାଟରା ବାଲିକୁଦାରେ ଥିବା ୧୪୧୫ ଖାତା ୪୪୦୪ ପ୍ଲଟ ୫ଏକର ୨୭ଡିସିମିଲ ଗୋଚର ଜମିରେ ଗାଈଗୋରୁ ଚରୁଥିଲେ । ଏହାକୁ ଖେଳ ପଡିଆ କରିବା ପାଇଁ ଜାଲ ପଲ୍ଲୀସଭା କରି ନିମ୍ନମାନର କାର୍ଯ୍ୟ ମାଧ୍ୟମରେ ଅର୍ଥ ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ମଧୁଶାସନ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଗରଦପୁର ବ୍ଲକ ଯନ୍ତ୍ରୀଙ୍କ ସହ ଆଲୋଚନା କରି ନଥିପତ୍ର ତନଖି କରିବା ପରେ ଦୁଇଟି ଖେଳ ପଡିଆକୁ ଯାଇ ତଦନ୍ତ କରିବା ସହ ନାଗଣପୁର ରାଜସ୍ବ ନିରୀକ୍ଷକ ଓ ଅମୀନଙ୍କ ଦ୍ବାରା ମାପ କରାଇଛନ୍ତି ଲୋକାୟୁକ୍ତଙ୍କ ନିର୍ଦ୍ଦେଶକ ଓ ବୈଷୟିକ ଅଧିକାରୀ । ତେବେ ଏଭଳି ଅନିୟମିତତା କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବଳକା ଅର୍ଥ ଆଦାୟ କରିବା ପାଇଁ ଦାବି ରଖିଛନ୍ତି ସୂଚନା ଅଧିକାର କର୍ମୀ ।

ଅନ୍ୟପକ୍ଷରେ ପ୍ରଶାସନିକ ନିଷ୍ପତ୍ତି କ୍ରମେ ପଞ୍ଚାୟତରେ 4th SFCରେ ଅନୁଦାନ ଅର୍ଥ କାର୍ଯ୍ୟ ହୋଇଥିଲା । କାର୍ଯ୍ୟ ନିର୍ବାହୀ ଅଧିକାରୀ କାର୍ଯ୍ୟରେ ବିଳମ୍ବ କରିବାରୁ ସେମାନଙ୍କୁ ପରିବର୍ତ୍ତନ କରାଯାଇ ଡିପାର୍ଟମେଣ୍ଟାଲ କାମ କରାଯାଇଛି । ଖେଳପଡିଆ କରିବାକୁ ଯାହା ପ୍ଲାନ୍ ଓ ଏଷ୍ଟିମେଟ୍ ଥିଲା ବ୍ଲକର ଯନ୍ତ୍ରୀ ଓ ବିଡ଼ିଓ ତଦାରଖ କରି ବିଲ୍ କରିଛନ୍ତି । ମାଟି ପଡ଼ିଛି, ପେଣ୍ଡାଲ, ଗୋଲ୍ ପୋଷ୍ଟ ଓ ସିମେଣ୍ଟ ବେଞ୍ଚ ନିର୍ମାଣ ହୋଇଛି । ମାତ୍ର କେତେକ ଲୋକଙ୍କ ବ୍ୟକ୍ତିଗତ ସ୍ୱାର୍ଥ ଓ ହୀନମାନସିକତା ଯୋଗୁଁ ଉନ୍ନୟନ କାର୍ଯ୍ୟ ବାରମ୍ବାର ଆରଟିଆଇରେ ମାଗିବା, ଲୋକାୟୁକ୍ତ ଓ ହାଇକୋର୍ଟରେ ମାମଲା କରି ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି ଆଉ ମିଥ୍ୟା ଅଭିଯୋଗ କରୁଛନ୍ତି । ଯେଉଁଥିପାଇଁ ପଞ୍ଚାୟତରେ କୈାଣସି ଉନ୍ନୟନ କାର୍ଯ୍ୟ ହୋଇ ପାରୁନି ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ ।

ଅନ୍ୟପକ୍ଷରେ କାମ କରିଥିବା ଶରତ ଚନ୍ଦ୍ର ବେହେରାଙ୍କୁ ଆମ ପ୍ରତିନିଧି କେତେଟଙ୍କା ଆପଣ ପାଇଛନ୍ତି ପ୍ରଶ୍ନ କରିବାରୁ ସେ ଥଙ୍ଗମଙ୍ଗ ହୋଇଯାଇଥିଲେ, ଯାହାକି ଏହି ଖେଳ ପଡିଆ ନିର୍ମାଣରେ ହୋଇଥିବା ଦୁର୍ନୀତିକୁ ସ୍ପଷ୍ଟ ପ୍ରମାଣିତ କରୁଛି। ଏନେଇ ଲୋକାୟୁକ୍ତଙ୍କ ତଦନ୍ତକାରୀ ଟିମ୍ କିମ୍ବା ବ୍ଲକର ଅଧିକାରୀମାନେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ।

ତେବେ ଏହି ମଧୁଶାସନ ପଞ୍ଚାୟତରେ ବୃକ୍ଷ ରୋପଣ ହେଉ ବା ବିଭିନ୍ନ ଉନ୍ନୟନ କାର୍ଯ୍ୟ, କିଏ କେତେ ସତ ଆଉ କେତେ ମିଛ କହୁଛି, ବାସ୍ତବରେ କେତେ ଲୁଟ୍ ହୋଇଛି ନାଁ ନାହିଁ, ଲୋକାୟୁକ୍ତଙ୍କ ତଦନ୍ତ ଓ ବିଚାର ପରେ ତାହା ସ୍ପଷ୍ଟ ହୋଇଯିବ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.