ETV Bharat / state

ଅଙ୍ଗନବାଡି ସାମଗ୍ରୀ କିଣାରେ ମହାଦୁର୍ନୀତି: ଡେରାବିଶ୍ ସିଡିପିଓଙ୍କ ବିରୁଦ୍ଧରେ ଚଞ୍ଚକତା ଅଭିଯୋଗ

author img

By

Published : Aug 2, 2022, 10:06 PM IST

ଅଙ୍ଗନବାଡି କେନ୍ଦ୍ର ପାଇଁ ମେଡିକାଲ କିଟ୍ ଓ ଖେଳନା ସାମଗ୍ରୀ କିଣାରେ ମହାଦୁର୍ନୀତି । କେନ୍ଦ୍ରାପଡା ଡେରାବିଶ ବ୍ଲକର ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ(ସିଡିପିଓ) ନିମ୍ନମାନର ସାମଗ୍ରୀ ଯୋଗାଇ ସରକାରୀ ଅର୍ଥ ଚଞ୍ଚକତା କରୁଥିବା ଅଭିଯୋଗ । ଅଭିଯୋଗ ଆଣିଲେ ଅଙ୍ଗନବାଡି କର୍ମୀ । ଅଧିକ ପଢନ୍ତୁ

ଅଙ୍ଗନବାଡି ସାମଗ୍ରୀ କିଣାରେ ମହାଦୁର୍ନୀତି: ଡେରାବିଶ୍ ସିଡିପିଓଙ୍କ ବିରୁଦ୍ଧରେ ଚଞ୍ଚକତା ଅଭିଯୋଗ
ଅଙ୍ଗନବାଡି ସାମଗ୍ରୀ କିଣାରେ ମହାଦୁର୍ନୀତି: ଡେରାବିଶ୍ ସିଡିପିଓଙ୍କ ବିରୁଦ୍ଧରେ ଚଞ୍ଚକତା ଅଭିଯୋଗ

କେନ୍ଦ୍ରାପଡା: ପୁଣିଥରେ ବିବାଦରେ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍‌ର ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ(ସିଡିପିଓ) । ପୂର୍ବରୁ ଦୁଇବର୍ଷ ଧରି ଅଙ୍ଗନବାଡି ବନ୍ଦ ରହିଥିବା ବେଳେ କର୍ମୀଙ୍କୁ ପୁନଃନିଯୁକ୍ତି ଦେଇ ସମାଲୋଚନାର ଶରବ୍ୟ ହୋଇଥିବା ସିଡିପିଓଙ୍କ ବିରୁଦ୍ଧରେ ପୁନର୍ବାର ଦୁର୍ନୀତି ଅଭିଯୋଗ ହୋଇଛି । ଅଙ୍ଗନବାଡି କର୍ମୀଙ୍କୁ ଆଖି ଦେଖାଇ ସେ ସରକାରୀ ଟଙ୍କା ଉଠାଇ ନିମ୍ନମାନର ସାମଗ୍ରୀ ଯୋଗାଇ ଦେଉଥିବା ସାଙ୍ଘାତିକ ଅଭିଯୋଗ ଆସିଛି । ଏପରିକି ଏହି ଦୁର୍ନୀତି ବିରୁଦ୍ଧରେ ମୁହଁ ଖୋଲିଲେ ଚାକିରି ପଳାଇ ଯିବାର ଭୟ ଥିବାରୁ ଅଙ୍ଗନବାଡି କର୍ମୀମାନେ ଚୁପ୍ ରହୁଥିବାର ମଧ୍ୟ କୁହାଯାଇଛି ।

ସୂଚନାଯୋଗ୍ୟ, ଡେରାବିଶ୍ ବ୍ଲକ ଅଧିନରେ ୩୭୪ଟି ଅଙ୍ଗନବାଡି କେନ୍ଦ୍ର ରହିଛି । ଚଳିତ ବର୍ଷ ସରକାରୀ ତହବିଲରୁ ସମସ୍ତ ଅଙ୍ଗନାବାଡି କେନ୍ଦ୍ରର କର୍ମୀଙ୍କ ଆକାଉଣ୍ଟକୁ ମେଡିକାଲ ଫାଷ୍ଟଏଡ଼ କିଟ ପାଇଁ ୧୫୦୦ ଟଙ୍କା ଓ ଖେଳଣା ସାମଗ୍ରୀ ବାବଦରେ ୫୦୦୦ ଟଙ୍କା ଆସିଛି । ଅଭିଯୋଗ ଅନୁଯାୟୀ, ଅଙ୍ଗନବାଡି କର୍ମୀଙ୍କ ଦ୍ବାରା ଏହି ଟଙ୍କା ଉଠାଣ କରାଯାଇ ସିଡିପିଓଙ୍କୁ ଦେବା ପାଇଁ ନାଲିଆଖି ଦେଖାଯାଇଥିଲା । ଫଳରେ କୌଣସି ଉପାୟ ନ ପାଇ କର୍ମୀମାନେ ଟଙ୍କା ଉଠାଣ କରି ସିଡିପିଓଙ୍କୁ ଦେଇଥିଲେ । ସିଡିପିଓ ଏହି ଟଙ୍କାରେ ନିମ୍ନମାନର ସାମଗ୍ରୀ ଯୋଗାଇ ବଳକା ଟଙ୍କା ନିଜେ ରଖିଥିବା ଡେରାବିଶ୍ ବ୍ଲକ ଛାଞ୍ଚୁଣିଆ(କ)ର ଅଙ୍ଗନବାଡି କର୍ମୀ ତଥା ବ୍ଲକ ବିଜୁ ଶ୍ରମିକ ସାମ୍ମୁଖ୍ୟର ସଭାନେତ୍ରୀ ବଉଳ ସେଠୀ ଅଭିଯୋଗ ଆଣିଛନ୍ତି ।

ସେହିପରି ଷ୍ଟିଙ୍ଗ ହୋଇଥିବା ଅନ୍ୟ ଏକ ଅଙ୍ଗନବାଡି କେନ୍ଦ୍ରର କର୍ମୀଙ୍କ କହିବା ଅନୁଯାୟୀ, ''ଟଙ୍କା ଉଠାଣ କରି ସିଡିପିଓ ନିଜ ଡ୍ରାଇଭର ଏବଂ ମଧ୍ୟସ୍ଥିଙ୍କ ଜରିଆରେ ଜିନିଷ ଦେଉଥିବା ବେଳେ ଏନେଇ ଅଭିଯୋଗ କଲେ ଚାକିରୀ ପଳାଇ ଯିବାର ଭୟ ରହିଛି । ସେଥିପାଇଁ ସମସ୍ତେ ପାଟି ଚୁପ କରି ସିଡିପିଓଙ୍କ କଥା ମାନି ନେଉଥିବା ଯୋଗୁଁ ସେ ମଧ୍ୟ ମାନିବାକୁ ବାଧ୍ୟ ବୋଲି କହିଛନ୍ତି ।'' ତେବେ ୧୫୦୦ ଟଙ୍କାର ମେଡିକାଲ କିଟ ମଧ୍ୟରେ କ'ଣ ସବୁ ସାମଗ୍ରୀ ରହିଛି ସେ କଥା ଏହାର ଦୃଶ୍ୟ ବୟାନ କରୁଛି । କିଣା ଯାଇଥିବା ଫାଷ୍ଟଏଡ଼ ସାମଗ୍ରୀର ସର୍ବୋଚ୍ଚ ମୂଲ୍ୟ ୫୦୦ରୁ ୬୦୦ ଟଙ୍କା ହେବ । ଅନ୍ୟ ବଳକା ଅର୍ଥ ସିଡ଼ିପିଓ ରଖିବେ । ଏହି ଦୁର୍ନୀତି ବିରୁଦ୍ଧରେ ମୁହଁ ଖୋଲିଲେ ଚାକିରୀ ପଳାଇବାର ଭୟ ଥିବାରୁ ଅନ୍ୟ କର୍ମୀମାନେ ଚୁପ୍ ରହିଥିବା ଅଭିଯୋଗ ହୋଇଛି ।

ଗୋଟିଏ ଲୁଡୋପାଲିର ଦାମ କେତେ ହୋଇପାରେ ସେ କଥା ସମସ୍ତେ ଜାଣନ୍ତି । କିନ୍ତୁ ଅଙ୍ଗନବାଡି କେନ୍ଦ୍ରକୁ ଯୋଗାଇ ଦିଆଯାଇଥିବା ଲୁଡୋପାଲିର ଦାମ୍ ୫୦୦ ଟଙ୍କା ପଡିଛି । ଯାହାକି ଯୋଗାଣକାରୀ ସଂସ୍ଥା ବିକେ ଟ୍ରେଡର୍ସ ବିଲ୍‌ରେ ଦେଖାଯାଇଛି । ଛାଞ୍ଚୁଣିଆ(କ) ଅଙ୍ଗନବାଡି କେନ୍ଦ୍ରର ଚଟାଣ ମାର୍ବଲ ପଡିଥିବା ଯୋଗୁଁ ଏଠାରେ ଫ୍ଲୋର ପେଣ୍ଟି ହୋଇପାରି ନଥିଲା । ଏହା ପ୍ରତି ବଦଳରେ ଏକ ଫ୍ଲୋର ପେଣ୍ଟିଂ ଷ୍ଟିକର ଯୋଗାଇବାକୁ ନିର୍ଦ୍ଦେଶ ଥିଲା । ହେଲେ ଷ୍ଟିକର ବଦଳରେ ଏକ ଲୁଡୋ ପାଲି ଦିଆଯାଇ ଏହା ବାବଦକୁ ୫୦୦ ଟଙ୍କା ନିଆଯାଇଛି । କେବଳ ସେତିକି ନୁହେଁ, ଅଙ୍ଗନବାଡି ପିଲାମାନେ ଖେଳିବା ପାଇଁ ୩୫୦୦ ଟଙ୍କାରେ ନିର୍ମିତ ଦୋଳିରେ ଅତି ନିମ୍ନମାନର ୫ ଖଣ୍ଡ ଜିଆଇ ପାଇପ ଯୋଡ଼ା ଯାଇ ଉଚ୍ଚ ଝୁଲା ଲଗାଯାଇଛି । କିନ୍ତୁ ଏଥିପାଇଁ ୩୫୦୦ ଟଙ୍କା ଖର୍ଚ୍ଚ ହୋଇଥିବା ବିଲ୍‌ରେ ଉଲ୍ଲେଖ ଅଛି । ତେବେ ଏହି ବିଲ୍‌ରେ ଜିଏସଟି ନମ୍ବର ନଥିବା ବେଳେ ଏଭଳି ଦୋକାନରୁ କାହିଁକି ଜିନିଷପତ୍ର କିଣାଗଲା, ସେନେଇ ମଧ୍ୟ ଏବେ ପ୍ରଶ୍ନ ଉଠୁଛି ।

ତେବେ ସିଡିପିଓଙ୍କ ଏଭଳି ଆଖିବୁଜା ଦୁର୍ନୀତି ସମ୍ପର୍କରେ କିଛି କର୍ମୀ ଗତ ଜୁଲାଇ ୧୮ ତାରିଖରେ ଡେରାବିଶ୍ ବ୍ଲକରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଜନ ଶୁଣାଣୀରେ ଅଭିଯୋଗ କରିଥିଲେ । ମାତ୍ର ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ତେଣୁ ଏହି ଖେଳଣା ଏବଂ ମେଡିକାଲ କିଟ୍ କିଣାରେ ହୋଇଥିବା ଦୁର୍ନୀତିରେ ପ୍ରଶାସନିକ ସହଯୋଗ ରହିଥିବା କଥା ସନ୍ଦେହ କରାଯାଉଛି । ତେବେ ସିଡ଼ିପିଓଙ୍କ ବିରୋଧରେ ଆସିଥିବା ଏହି ଦୁର୍ନୀତି ଅଭିଯୋଗ ସମ୍ପର୍କରେ ମତାମତ ଆଣିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଗଣମାଧ୍ୟମ ଦେଖି ଚିହିଁକି ଉଠିବା ବିଭାଗକୁ ଅନେକ ଅଡ଼ୁଆ ସୂତା ଭିତରକୁ ଟାଣି ନେଇଛି । ଏ ସମ୍ପର୍କରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଇଟିଭି ଭାରତ ଦ୍ୱାରା ତାଙ୍କ ନଜରକୁ ଆସିଥିବା ଏହି ଘଟଣା ଉପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ଯେଉଁ କର୍ମୀମାନେ ସିଡିପିଓଙ୍କ ଏହି ଦୁର୍ନୀତି ସମ୍ପର୍କରେ ମୁହଁ ଖୋଲିଛନ୍ତି ସେମାନଙ୍କୁ ବିଭିନ୍ନ ବାଟରେ ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି । ତେବେ ଏ ଦିଗରେ ଜିଲ୍ଲା ପ୍ରଶାସନର ଜିରୋ ଟଲରାନ୍ସ ଟୁ କରପସନ ନୀତି କିପରି କାର୍ଯ୍ୟ କରୁଛି ତାହା ସମୟ କହିବ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.