ETV Bharat / state

ଡିଲରଙ୍କ କାରନାମା, ମାର୍ଚ୍ଚ ମାସରେ ଫିଙ୍ଗର ପ୍ରିଣ୍ଟ୍ ନେଇ ଦେଲେନି ରାସନ

author img

By

Published : Apr 30, 2021, 8:18 PM IST

ଖାଉଟିଙ୍କୁ ପିଡ଼ିଏସ ସାମଗ୍ରୀ ଯୋଗାଣରେ ଅନିୟମିତତା । ମାର୍ଚ୍ଚ ମାସରେ ଆଖି ଓ ଆଙ୍ଗୁଳି ଛାପ ନିଆଯାଇଥିଲେ ମଧ୍ୟ ଏପ୍ରିଲ ମାସ ଶେଷ ପର୍ଯ୍ୟନ୍ତ ହିତାଧିକାରୀ ପାଇ ପାରିନାହାନ୍ତି ରାସନ କାର୍ଡ ସାମଗ୍ରୀ । ଅଧିକ ପଢନ୍ତୁ...

ଡିଲରଙ୍କ କାରନାମା, ମାର୍ଚ୍ଚ ମାସରେ ଫିଙ୍ଗରପ୍ରିଣ୍ଟ ନେଇ ଦେଲେନି ରାସନ ସାମଗ୍ରୀ

କେନ୍ଦ୍ରାପଡା: ଖାଉଟିଙ୍କୁ ପିଡ଼ିଏସ ସାମଗ୍ରୀ ଯୋଗାଣରେ ଅନିୟମିତତା । ମାର୍ଚ୍ଚ ମାସରେ ଆଖି ଓ ଆଙ୍ଗୁଳି ଛାପ ନିଆଯାଇଥିଲେ ମଧ୍ୟ ଏପ୍ରିଲ ମାସ ଶେଷ ପର୍ଯ୍ୟନ୍ତ ହିତାଧିକାରୀ ପାଇ ପାରିନାହାନ୍ତି ରାସନ କାର୍ଡ ସାମଗ୍ରୀ । ଡିଲର ପ୍ରିଣ୍ଟ ନେଇ ଚୁପ ବସିଯାଇ ଥିବାରୁ ଯୋଗାଣ ନିରୀକ୍ଷିକ ଓ ବିଭାଗର କାର୍ଯ୍ୟକାରିତା ଉପରେ ଉଠୁଛି ଅନେକ ପ୍ରଶ୍ନ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ୍ ବ୍ଲକ ଗୁଆଳସିଂ ପଞ୍ଚାୟତ ଅଧିନ ଛାଞ୍ଚୁଣିଆ ଗ୍ରାମର NFSA ଓ SFSA ହିତାଧିକାରୀଙ୍କୁ ଗତ ମାର୍ଚ୍ଚ ମାସର ରାସନ ସାମଗ୍ରୀ ଯଥା ଚାଉଳ ଓ ଗହମ ମିଳିନଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ୨୦୧୫ ମସିହାରେ ଛାଞ୍ଚୁଣିଆ ଗ୍ରାମର ଡିଲର ନଟବର ସାହୁଙ୍କ ମୃତ୍ୟୁପରେ ସ୍ଥାନୀୟ ବାଜିପଡା ଗ୍ରାମର ଅନ୍ୟଜଣେ ତ୍ରିଲୋଚନ ସାହୁଙ୍କୁ ଡିଲର ଦାୟିତ୍ବ ଦିଆଯାଇଥିଲା । ମାତ୍ର ହିତାଧିକାରୀ ତ୍ରିଲୋଚନଙ୍କ ବିରୋଧରେ ବାରମ୍ବାର ଅନିୟମିତତା ଅଭିଯୋଗ କରିଥିଲେ ମଧ୍ୟ ଏଯାଏଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନହିଁ ।

ସେହିପରି ଜଣେ ହିତାଧିକାରୀଙ୍କ ଆଖି ଓ ଆଙ୍ଗୁଳିଛାପ ଆସୁନଥିବା ଦର୍ଶାଇ ଦୀର୍ଘ ବର୍ଷେ ହେବ ତାଙ୍କୁ ଅନ୍ତର୍ଦୋୟ ଚାଉଳ ଯୋଗାଇ ଦିଆଯାଉନଥିବା ଅଭିଯୋଗ ହୋଇଛି । ତେବେ ଏନେଇ ଡିଲରଙ୍କୁ ପଚାରିବାରୁ ସେ ଡେରାବିଶ ଯୋଗାଣ ନିରୀକ୍ଷକ ଦାୟିତ୍ବରେ ଥିବା ଅତିରିକ୍ତ ବେସାମରିକ ଯୋଗାଣ ଅଧିକାରୀଣିଙ୍କୁ ସୂଚନା ଦେଇଛନ୍ତି କହିବା ସହ ତାଙ୍କ ପାଖରେ ମାମଲାକୁ ନେଇ କୌଣସି ଲିଖିତ ନିର୍ଦ୍ଦେଶାନାମା ନଥିବା କହିଛନ୍ତି । ଏଥିସହ ମାର୍ଚ୍ଚ ମାସରେ ଦେହ ଖରାପ ରହିଥିଲା ତେଣୁ ସାମଗ୍ରୀ ବଣ୍ଟନରେ ଅସୁବିଧା ହୋଇଥିଲା ଏବେ ଏପ୍ରିଲ ମାସରେ ଲୋକମାନଙ୍କୁ ସାମଗ୍ରୀ ଦିଆଯାଉଛି ବୋଲି ତ୍ରିଲୋଚନ କହିଛନ୍ତି । ତେବେ ମାର୍ଚ୍ଚ ମାସରେ ହିତାଧିକାରୀଙ୍କ ଆଖି ଓ ଆଙ୍ଗୁଳିଛାପ କେଉଁଥିପାଇଁ ନେଇଥିଲେ ସେନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି ।

ସେପଟେ ମାର୍ଚ୍ଚ ମାସର ଚାଉଳ ଏପର୍ଯ୍ୟନ୍ତ ବଣ୍ଟନ ନହୋଇ ରହି ଥିବାବେଳେ ତ୍ରିଲୋଚନ ଗତ ଶନିବାର ମେ ଓ ଜୁନ ମାସର ୨୦୦ ପ୍ୟାକେଟ ଚାଉଳ କିପରି ଉଠାଇଲେ ଓ ସେହି ଚାଉଳ ଏବେ କେଉଁଠାରେ ଅଛି ଏନେଇ ତଦନ୍ତ ହେଲେ ସ୍ପଷ୍ଟ ହେବ ବୋଲି କହିଛନ୍ତି ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.