ETV Bharat / state

ମାସକରେ ୩ ଜଣଙ୍କୁ ଦରମରା କଲେଣି ମାର୍ଶାଘାଇ IIC, ହେଲେ କାର୍ଯ୍ୟାନୁଷ୍ଠାନ ଶୂନ୍ୟ

author img

By

Published : Jul 25, 2023, 10:58 AM IST

Updated : Jul 25, 2023, 2:26 PM IST

ପୁଣି ମାର୍ଶାଘାଇ ଆଇଆଇସିଙ୍କ ଜୁଲୁମ ଅଭିଯୋଗ । ମାସକରେ ୩ ଜଣଙ୍କୁ ମାଡ଼ ମାରି ଦରମରା କଲେଣି ଆଇଆଇସି ବାବୁ । ଅଧିକ ପଢନ୍ତୁ

ମାର୍ଶାଘାଇ ଆଇଆଇସିଙ୍କ ଜୁଲୁମ ଅଭିଯୋଗ
ମାର୍ଶାଘାଇ ଆଇଆଇସିଙ୍କ ଜୁଲୁମ ଅଭିଯୋଗ
ମାର୍ଶାଘାଇ ଆଇଆଇସିଙ୍କ ଜୁଲୁମ ଅଭିଯୋଗ

କେନ୍ଦ୍ରାପଡା: ଅହସ୍ୟ ହେଉଛି ଥାନା ବାବୁଙ୍କ ଜୁଲୁମ । ଥାନାକୁ ଡାକି ମାଡ ମାରି ଦରମରା କରିଦେଉଛନ୍ତି ଆଇଆଇସି । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅଧିକାରୀ(IIC) ଜ୍ୟୋତି ରଞ୍ଜନ ସାମନ୍ତରାୟଙ୍କ ଅମାନୁଷିକତା ନେଇ ଅଭିଯୋଗର ଫର୍ଦ୍ଦ ଲମ୍ବିବାରେ ଲାଗିଛି । ଗୋଟିଏ ମାସରେ ତାଙ୍କ ବିରୋଧରେ ତୃତୀୟ ଥର ଅଭିଯୋଗ ଆସିଛି । ମାସକରେ ସେ ତିନି ଜଣଙ୍କୁ ମାଡ ମାରି ଦରମରା କରିଥିବା ଅଭିଯୋଗ ହୋଇଥିଲେ ହେଁ ଆଇଆଇସିଙ୍କ ବିରୋଧରେ ଏଯାବତ୍ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇନି । ତାଙ୍କର ଏଭଳି ବର୍ବରତା ପ୍ରତି କେନ୍ଦ୍ରପଡ଼ା ଏସ୍‌ପି ଆଖି ବୁଜି ଦେଇଥିବା ବେଳେ ଏହାକୁ ନେଇ ଜିଲ୍ଲାରେ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

ଆଇଆଇସି ପଦବୀରୁ ପଦୋନ୍ନତି ପାଇଥିଲେ ସୁଦ୍ଧା ଥାନାଧିକାରୀ ଦାୟିତ୍ବ ତୁଲାଉଥିବା ଜ୍ୟୋତି ରଞ୍ଜନ ସାମନ୍ତରାୟଙ୍କ ବିରୋଧରେ ନୂଆ ଅଭିଯୋଗ ଯୋଡ଼ି ହୋଇଛି । ଅଭିଯୋଗ ଅନୁସାରେ, ପାରିବାରିକ କଳହ ମାମଲାରେ ଜଣେ ଯୁବକଙ୍କ ଥାନାକୁ ଡାକି ସେ ନିର୍ଦ୍ଧୁମ ପିଟିଛନ୍ତି । ଦୁଇ ଜଣ ପୋଲିସ କର୍ମଚାରୀଙ୍କୁ ଯୁବକଙ୍କ ଦୁଇ ହାତକୁ ଧରିବା ପାଇଁ କହିଥିଲେ ଏବଂ ଏକ PVC ପାଇପରେ ନିସ୍ତୁକ ମାଡ଼ ମାରିଥିଲେ । ଯାହାପରେ ସମ୍ପୃକ୍ତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଅଧିକ ସଂକଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ତାଙ୍କର ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ସମାଜସେବୀଙ୍କୁ ମାଡ ମାରି ଲହୁଲୁହାଣ କଲେ IIC ! ହସ୍ପିଟାଲରେ ଭର୍ତ୍ତି; ଦୁଇ ମାସରେ ଅଧିକାରୀଙ୍କ ବିରୋଧରେ ୫ ଅଭିଯୋଗ

ଯାହା ସୂଚନା ମିଳିଛି, ମାର୍ଶାଘାଇ ଥାନା ଅଧିକାରୀ ତଥା ଡ଼ିଏସପି ପଦୋନ୍ନତି ପାଇଥିବା ଜ୍ୟୋତି ରଞ୍ଜନ ସାମନ୍ତରାୟ ଆଶ୍ରମ ବାଲିକୁଦା ଗାଁର ପବିତ୍ର ନାଥଙ୍କ ପୁଅ ଆକାଶ ନାଥଙ୍କ ନାମରେ ପାରିବାରିକ କଳହ ନେଇ ଅଭିଯୋଗ ପାଇବା ପରେ ତାଙ୍କୁ ଥାନାକୁ ଡକାଇଥିଲେ । ଆକାଶଙ୍କ ସହିତ ତାଙ୍କ ବାପା ପବିତ୍ର ଏବଂ ମାଆ ଭାରତୀ ଥାନାକୁ ଆସିଥିଲେ ।

ଏନେଇ ବାପାମାଆ ଦୁହେଁ କାନ୍ଦି କାନ୍ଦି ଅଭିଯୋଗ କରିଛନ୍ତି ଯେ, ଆକାଶଙ୍କ ବିରୋଧରେ ତାଙ୍କର ପତ୍ନୀ ଥାନାରେ ଅଭିଯୋଗ କରିଥିଲେ । ପୁଅ ଥାନାରେ ପହଞ୍ଚିବା ପରେ ଆଇଆଇସି ଜ୍ୟୋତି ରଞ୍ଜନ କିଛି ଆଲୋଚନା ନକରି ତାଙ୍କରି ଆଖି ସାମ୍ନାରେ ୩୦ରୁ ୪୦ ପାହାର ମାଡ଼ ମାରିଥିଲେ ଏବଂ ଅତି ଅମାନୁଷିକ ଭାବେ ଛାତିକୁ ଗୋଇଠା ପକାଇଥିଲେ ।

ଅଭିଯୋଗ ଆଧାରରେ ମାମଲା ରୁଜୁ ନକରି ଯୁବକଙ୍କ ଉପରେ ବିନା କାରଣରେ ଥାନା ଅଧିକାରୀ ଥାର୍ଡ ଡିଗ୍ରୀ ପ୍ରୟୋଗ କରିଥିବା ବେଳେ ପୁଅ ପାଇଁ ନ୍ୟାୟ ମାଗିଛନ୍ତି ପୀଡ଼ିତ ଯୁବକଙ୍କ ବାପାମାଆ । କିଛି ଦିନ ପୂର୍ବରୁ ସମ୍ପର୍କୀୟ ଭଉଣୀଙ୍କୁ ନେଇ ମାର୍ଶାଘାଇ ଥାନାକୁ ଯାଇଥିବା ଜଣେ ବ୍ୟକ୍ତିଙ୍କୁ ଥାର୍ଡ ଡିଗ୍ରୀ ଏବଂ ଜଣେ ମହିଳାଙ୍କୁ ଅମାନୁଷିକ ଭାବେ ମାଡ଼ ମାରିଥିବା ନେଇ ଆଇଆଇସିଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଏଭଳି ଅମାନବୀୟ କାର୍ଯ୍ୟ ପାଇଁ ଥାନା ଅଧିକାରୀ ତଥା ଡ଼ିଏସପି ଜ୍ୟୋତିରଞ୍ଜନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ଥିବାବେଳେ ଏସବୁ ଘଟଣାରେ ମାମଲାଟିଏ ନହେବା ଜିଲ୍ଲା ଏସପିଙ୍କ ଉପରେ ଆଙ୍ଗୁଳି ଉଠାଇଛି । ଜିଲ୍ଲାର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନିର୍ବାଚନ ମଣ୍ଡଳୀ ଅଧିନର ଏହି ଘଟଣା ଅନେକଙ୍କୁ ବିସ୍ମିତ କରିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Jul 25, 2023, 2:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.