ETV Bharat / state

ସ୍ୱାଧୀନତା ସଂଗ୍ରାମୀ ତଥା ବିପ୍ଲବୀ କବି ଆନନ୍ଦଚନ୍ଦ୍ରଙ୍କ ଜୀବନୀ ପୁସ୍ତକ ଉନ୍ମୋଚନ

author img

By

Published : Aug 10, 2022, 10:33 PM IST

ବିପ୍ଳବୀ କବି ତଥା ସ୍ବାଧୀନତା ସଂଗ୍ରାମୀଙ୍କ ଜୀବନି ଉପରେ "ଅଗ୍ନିପୁତ୍ର ବିପ୍ଲବୀ ଆନନ୍ଦଚନ୍ଦ୍ର"ପୁସ୍ତକ ଉନ୍ମୋଚନ କରିଛନ୍ତି ଗଣେଶୀ ଲାଲ । ଏଥିସହ ଆନନ୍ଦଚନ୍ଦ୍ରଙ୍କ ଜୀବନି ଉପରେ ଆଲୋଚନା କରିଥିଲେ । ଅଧିକ ପଢନ୍ତୁ

"AGNIPUTRA BIPLABI ANAND CHANDRA" BOOK LAUNCHED TODAY IN KENDRAPARA
ସ୍ୱାଧୀନତା ସଂଗ୍ରାମୀ ତଥା ବିପ୍ଲବୀ କବି ଆନନ୍ଦଚନ୍ଦ୍ରଙ୍କ ଜୀବନି ପୁସ୍ତକ ଉନ୍ମୋଚନ

କେନ୍ଦ୍ରାପଡା: "ଅଗ୍ନିପୁତ୍ର ବିପ୍ଲବୀ ଆନନ୍ଦଚନ୍ଦ୍ର" ପୁସ୍ତକ ଉନ୍ମୋଚିତ । ଏହି ପୁସ୍ତକ ଉନ୍ମୋଚନ କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ରାଜ୍ୟପାଳ ଗଣେଶୀ ଲାଲ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଆସି ସ୍ଥାନୀୟ ଟାଉନହଲରେ ଆୟୋଜିତ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗଦେଇ ଆନନ୍ଦଚନ୍ଦ୍ରଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ।

ଏଥିସହ ଏହି ସଭାରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ଅନ୍ୟ ନେତୃବୃନ୍ଦ ଯୋଗ ଦେଇଥିଲେ । ତେବେ କନିକା ରାଜାଙ୍କ ଶାସନ ସମୟରେ ପ୍ରଜା ମାନଙ୍କ ଉପରେ ବିଭିନ୍ନ ପ୍ରକାର କର ବସାଯାଇଥିଲା।ଏହାକୁ ବିରୋଧ କରି ପ୍ରଜା ଆନ୍ଦୋଳନ ଆରମ୍ଭ ହେବାରୁ କନିକା ରାଜା ଆନ୍ଦୋଳନକାରୀଙ୍କୁ ଜେଲ ଦଣ୍ଡ ଦେଇଥିଲେ। ଜେଲରେ ଥିବା ସମୟରେ ବିପ୍ଲବୀ ଆନନ୍ଦଚନ୍ଦ୍ର "ଦୁଃଖିନୀ କନିକା"ନାମକ ପୁସ୍ତକ ଲେଖି ସୁପ୍ତ ପ୍ରାୟ କନିକାବାସୀଙ୍କୁ ଏକତ୍ର କରି ରାଜାଙ୍କ ବିରୋଧରେ ଆନ୍ଦୋଳନ କରି ଗାଦିଚ୍ୟୁତ କରାଇ ଥିଲେ ।

ଆଜି ଏହି ବିପ୍ଳବୀ କବି ତଥା ସ୍ବାଧୀନତା ସଂଗ୍ରାମୀଙ୍କ ଜୀବନୀ ଉପରେ "ଅଗ୍ନିପୁତ୍ର ବିପ୍ଲବୀ ଆନନ୍ଦଚନ୍ଦ୍ର"ପୁସ୍ତକ ଉନ୍ମୋଚନ କରି ସ୍ବାଧୀନତା ସଂଗ୍ରାମର ଗାଥା ବହନ କରିଛନ୍ତି ରାଜ୍ୟପାଳ । ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ "ଚିତାଓଁ ପର ଲଗେଙ୍ଗେ ହର ବର୍ଷ ମେଲେ, ୱତନ ପର ମିଟନେ ୱାଲୋ କି ୟହି ନାମୋ ନିଶାନ ହୋଗା । ତେବେ ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଛାତ୍ରଛାତ୍ରୀ ଓ ଅନ୍ୟ ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.