ETV Bharat / state

ବିତିଲା 20 ବର୍ଷ: ନେଲାନି ପୁଅ, ଭୋ ଭୋ କାନ୍ଦୁଛି ମାଆ

ପୁଅଟିଏ ଜନ୍ମ ଦେଇଥିଲା ମାଆ । ନିଜ ପେଟକୁ ମାରି ପୁଅ ପେଟରେ ଦାନା ଦେଇଥିଲା । ହେଲେ ଆଜି ଆଖିର ଲୁହକୁ ଓଠରେ ପିଇ ମାଆ ଭଗବାନକୁ ପ୍ରଶ୍ନ କରୁଛି, ହେ ଇଶ୍ବର ତୁମେ ବୁଝ ପୁଅ ଜନ୍ମ କରିବା କ'ଣ ପାପ ? ଜାଣନ୍ତୁ କାହିଁକି

ବିତିଲା 20 ବର୍ଷ: ନେଲାନି ପୁଅ, ଭୋ ଭୋ କାନ୍ଦୁଛି ମାଆ
ବିତିଲା 20 ବର୍ଷ: ନେଲାନି ପୁଅ, ଭୋ ଭୋ କାନ୍ଦୁଛି ମାଆ
author img

By

Published : Dec 30, 2021, 8:38 PM IST

କେନ୍ଦ୍ରାପଡା: ପୁଅଟିଏ ଜନ୍ମ ଦେଇଥିଲା ମାଆ । ନିଜ ପେଟକୁ ମାରି ପୁଅ ପେଟରେ ଦାନା ଦେଇଥିଲା । ସ୍ବାମୀକୁ ହରାଇବା ପରେ ପୁଅ ମୁହଁ ଚାହିଁ ଦିନ କାଟିବ ବୋଲି ଆଶା ରଖିଥିଲା । ହେଲେ ଆଜି ପୁଅଟିଏ ଜନ୍ମ କରୁଥିବାରୁ ନିଜକୁ ଧିକାର୍ କରୁଛି ମାଆ । ଆଖିର ଲୁହକୁ ଓଠରେ ପିଇ ଭଗବାନକୁ ପ୍ରଶ୍ନ କରୁଛି, ହେ ଇଶ୍ବର ତୁମେ ପୁଅ ଜନ୍ମ କରିବା କ'ଣ ପାପ ? କାରଣ ଜନ୍ମ କଲା ପୁଅ ସମ୍ପତ୍ତି ପାଇବା ପରେ ମାଆ ପ୍ରତି ନିଷ୍ଠୁର ସାଜିଲା । ଏପରି ଏକ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡାରୁ । ପୁଅ ବୋହୂଙ୍କ ନିର୍ଯ୍ୟାତନା ସହି ନ ପାରି ଜଣେ ୮୦ ବର୍ଷୀୟା ବୃଦ୍ଧା ୨୦ ବର୍ଷ ହେଲା ଝିଅ ଘରେ ରହୁଛନ୍ତି । ଏବେ ପୁଅ ନିର୍ଯ୍ୟାତନା ବିରୁଦ୍ଧରେ ନ୍ୟାୟ ପାଇଁ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ।

ବିତିଲା 20 ବର୍ଷ: ନେଲାନି ପୁଅ, ଭୋ ଭୋ କାନ୍ଦୁଛି ମାଆ

କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ଥାନା ଓଉଖଣ୍ଡ ଗାଁର 80 ବର୍ଷୀୟା ତାରିଣୀ ବେଦାନ୍ତଙ୍କ ଘର । ବୃଦ୍ଧାଙ୍କ ସ୍ବାମୀ ଆଜକୁ ୩୦ ବର୍ଷ ହେଲା ଆରପାରିରେ । ତିନି ତିନୋଟି ଝିଅ ପରେ ପୁଅଟିଏ ଜନ୍ମ ଦେଇଥିଲେ ତାରିଣୀ । ସବୁ ମାଆଙ୍କ ପରି ତାଙ୍କର ବି ଆଶା ଥିଲା, ପୁଅ ବଡ ହୋଇ ରୋଜଗାର କରିବ ଆଉ ବୃଦ୍ଧ କାଳରେ ପୋଷିବ । ତିନି ଝିଅଙ୍କୁ ହାତକୁ ଦି ହାତ କରିବା ପରେ ୨୦ ବର୍ଷ ତଳେ ପୁଅ ରବିନ୍ଦ୍ରଙ୍କ ବିବାହ କରିଥିଲେ । କିଛି ଦିନ ଯାଏଁ ସବୁ ଠିକାଠାକ୍ ଚାଲିଥିଲା । ପରେ ଗୋଟିଏ ବୋଲି ପୁଅ ନାଁରେ ବାପଘର ଏବଂ ଶାଶୁଘରର ସବୁ ସମ୍ପତ୍ତି ଲେଖି ଦେଇଥିଲେ ତାରିଣୀ । ସମ୍ପତ୍ତି ପାଇବା ମାତ୍ରେ ବୃଦ୍ଧା ମାଆ ଉପରେ ନିର୍ଯ୍ୟାତନା ଆରମ୍ଭ କରିଥିଲେ ପୁଅବୋହୂ । ଅତ୍ୟାଚାର ଏତେ ଅସହ୍ୟ ହେଲା ଯେ ଶେଷରେ ଜୀବନ ବଞ୍ଚାଇବାକୁ ଆଜକୁ ୨୦ ବର୍ଷ ହେଲା ସାନ ଝିଅ ଘରେ ରହିଆସୁଛନ୍ତି ତାରିଣୀ । ୨୦ ବର୍ଷ ଭିତରେ କୌଣସି ଶୁଦ୍ଧିକ୍ରିୟା କିମ୍ବା ଅନ୍ୟ କୌଣସି କାର୍ଯ୍ୟରେ ରବିନ୍ଦ୍ର ନିଜ ମାଆକୁ ଥରେ ବି ଖୋଜି ନାହାନ୍ତି । ସାନଝିଅ ଶାଶୁଘରର ଆର୍ଥିକ ଅବସ୍ଥା ଖୁବ୍ ଦୁର୍ବଳ ହୋଇଥିବା ଯୋଗୁଁ ପୁଅ ନିର୍ଯ୍ୟାତନା ବିରୁଦ୍ଧରେ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଉଛନ୍ତି ଏବଂ ପୁଅ ନାଁରେ କରିଥିବା ସମ୍ପତ୍ତି ଫେରି ପାଇବା ପାଇଁ ଦାବି କରିଛନ୍ତି ।

ସୁପ୍ରିମକୋର୍ଟ ଗାଇଡ଼ଲାଇନ ଅନୁଯାୟୀ, କୌଣସି ପୁଅ ଯଦି ତା'ର ବାପମାଆଙ୍କୁ ହତାଦାର କରେ କିମ୍ବା ପ୍ରତିପୋଷଣ ନ କରେ ତେବେ ଧାରା ୧୨୫ରେ ଅଭିଯୁକ୍ତ ପୁଅ ପାଇଁ ଦଣ୍ଡବିଧାନ ବ୍ୟବସ୍ଥା ରହିଛି । ଯେହେତୁ ତାରିଣୀ ସମସ୍ତ ସମ୍ପତ୍ତି ପୁଅ ରବୀନ୍ଦ୍ର ନାଁରେ କରିଦେଇଛନ୍ତି ସେହି ଦୃଷ୍ଟିରୁ ସେ ମା'କୁ ପୋଷିବା ପାଇଁ ବାଧ୍ୟ ବୋଲି କହିଛନ୍ତି ଆଇନଜୀବୀ । ଅନ୍ୟପଟେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ତାରିଣୀଙ୍କ ଠାରୁ ସମସ୍ତ ଦୁଃଖ ବୁଝିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ଓ ରବୀନ୍ଦ୍ର ଭଳି ପୁଅକୁ କଠୋରରୁ କଠୋର ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି ସମାଜସେବୀ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.