ETV Bharat / state

କୋରୋନାରୁ ସୁସ୍ଥ ହେବା ପରେ ଗାଁ ଲୋକଙ୍କ ସାମାଜିକ ବାସନ୍ଦ

ରୋଗୀ ନୁହେଁ ରୋଗକୁ ଘୃଣା କର ବୋଲି ସରକାରଙ୍କ ଠାରୁ ଆରମ୍ଭ କରି ସରପଞ୍ଚ ସମସ୍ତେ ବାଣ୍ଟୁଛନ୍ତି ବାର୍ତ୍ତା । କିନ୍ତୁ ଏହାର ସଂପୂର୍ଣ୍ଣ ବିପରୀତ ଏବଂ ଘୃଣ୍ୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଆଳି ଥାନା ଅନ୍ତର୍ଗତ ବୈଦିମାଳ ଗାଁରେ । ପରିସ୍ଥିତି ଏପରି ହୋଇଛି ଯେ, ସମଗ୍ର ପରିବାରକୁ ଗ୍ରାମର କିଛି ଲୋକେ ସାମାଜିକ ବାସନ୍ଦ କରିବା ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ..

କୋରୋନାରୁ ସୁସ୍ଥ ହେବା ପରେ ଗାଁ ଲୋକଙ୍କ ସାମାଜିକ ବାସନ୍ଦ
କୋରୋନାରୁ ସୁସ୍ଥ ହେବା ପରେ ଗାଁ ଲୋକଙ୍କ ସାମାଜିକ ବାସନ୍ଦ
author img

By

Published : Jul 7, 2020, 2:03 AM IST

କେନ୍ଦ୍ରାପଡ଼ା: ସାମାଜିକ ଗଣମାଧ୍ୟମ ଠାରୁ ଆରମ୍ଭ କରି ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମ । ସବୁଥିରେ ଦିଆଯାଉଛି ଘନ ଘନ କୋରୋନା ସଚେତନତାର ବାର୍ତ୍ତା । ଏମିତିକି ଫୋନ କଲେ ମଧ୍ୟ ରିଙ୍ଗ ଟୋନ କରାଉଛି ସଚେତନ । ରୋଗୀ ନୁହେଁ ରୋଗକୁ ଘୃଣା କର ବୋଲି ସରକାରଙ୍କ ଠାରୁ ଆରମ୍ଭ କରି ସରପଞ୍ଚ ସମସ୍ତେ ବାଣ୍ଟୁଛନ୍ତି ବାର୍ତ୍ତା । କିନ୍ତୁ ଏହାର ସଂପୂର୍ଣ୍ଣ ବିପରୀତ ଏବଂ ଘୃଣ୍ୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଆଳି ଥାନା ଅନ୍ତର୍ଗତ ବୈଦିମାଳ ଗାଁରେ । ଜନୈକ ଯୁବକ ଜଣଙ୍କ ମହାମାରୀ କୋରୋନାରୁ ମୁକୁଳି ସୁସ୍ଥ ହୋଇଥିବା ବେଳେ ଗ୍ରାମବାସୀଙ୍କ ନିଷ୍ଠୁର ନିର୍ଯାତନାରେ ଫସିଯାଇଛିନ୍ତି । ପରିସ୍ଥିତି ଏପରି ହୋଇଛି ଯେ, ସମଗ୍ର ପରିବାରକୁ ଗ୍ରାମର କିଛି ଲୋକେ ସାମାଜିକ ବାସନ୍ଦ କରିବା ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।

କୋରୋନାରୁ ସୁସ୍ଥ ହେବା ପରେ ଗାଁ ଲୋକଙ୍କ ସାମାଜିକ ବାସନ୍ଦ
ସୂଚନା ଅନୁଯାୟୀ, ଉକ୍ତ ଗ୍ରାମର ୩୦ବର୍ଷ ବୟସ୍କ ଯୁବକ ଦେବେନ୍ଦ୍ର ପଣ୍ଡା ବେଙ୍ଗାଲୁରୁରୁ ଫେରି ରାଜ୍ୟ ସରକାରଙ୍କ ନିୟମ ମୁତାବକ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ । 12 ଦିନ ପରେ ଦେବେନ୍ଦ୍ରଙ୍କ ଠାରେ କୋଭିଡ଼ ପଜିଟିଭ ଚିହ୍ନଟ କରାଯାଇଥିଲା । ପରେ ଯୁବକଙ୍କୁ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ 8 ଦିନ ଚିକିତ୍ସା ପରେ ଦେବେନ୍ଦ୍ର ସୁସ୍ଥ ହୋଇଥିଲେ । କେବଳ ଏତିକି ନୁହେଁ ତାଙ୍କୁ ଆରୋଗ୍ୟ ପ୍ରମାଣପତ୍ର ଦିଆଯିବା ସହ ହୋମ କ୍ବାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ହେଲେ ଗତ ପାଞ୍ଚ ଦିନ ହେବ ଦେବେନ୍ଦ୍ର ଗୃହ ସଙ୍ଗରୋଧରେ ରହୁଥିବାବେଳେ ପରିବାର ଲୋକେ ଭୋଗୁଛନ୍ତି ସାମାଜିକ ବାସନ୍ଦର ଦଣ୍ଡ । ଗୋଟେପଟେ ଗାଁ ଦୋକାନରୁ ରାସନ ଦିଆଯାଉନାହିଁ ଏବଂ ଅନ୍ୟପଟେ ନଳକୂପରୁ ମିଳୁନାହିଁ ପିଇବା ପାଣି । କେବଳ ଏତିକିରେ ସରିନାହିଁ ଅକଥନୀୟ ଦୁର୍ଦଶା । ପଡୋଶୀଙ୍କ ନିର୍ଯାତନା ତାଙ୍କୁ ଏବଂ ପରିବାର ସଦସ୍ୟଙ୍କୁ ମାନସିକ ଯନ୍ତ୍ରଣା ଦେଉଥିବା ଅଭିଯୋଗ କରିଛନ୍ତି ଦେବେନ୍ଦ୍ର । ସେପଟେ ଘଟଣା ବିଷୟରେ ଅବଗତ ଥିବା ସହ ଆଳି ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଉକ୍ତ ଗ୍ରାମକୁ ପଠାଇଥିବା କହିଛନ୍ତି ଜିଲ୍ଲାପାଳ ।ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସଚେତନତା ବାର୍ତ୍ତା ବୈଦିମାଳ ଗାଁ ଲୋକଙ୍କ ପାଖରେ ମୂଲ୍ୟହୀନ ହୋଇଥିବା ବେଳେ ସାମାଜିକ ବାସନ୍ଦ ନିଷ୍ପତ୍ତି କେତେଦୂର ଠିକ୍ । ଆଇନକୁ ଅଣଦେଖା କରି ଏହି ଘୃଣ୍ୟ ପ୍ରଥାକୁ ପରିଚାଳିତ କରିଥିବା ବ୍ୟକ୍ତି ମାନଙ୍କ ବିରୋଧରେ ପ୍ରଶାସନର କଣ ରହୁଛି ପଦକ୍ଷେପ ତାହା ଦେଖିବାକୁ ରହିଲା ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.