ETV Bharat / state

ପଟ୍ଟାମୁଣ୍ଡାଇ ନାବାଳିକା ଗଣଦୁଷ୍କର୍ମ ମାମଲା, ୭ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବେଙ୍ଗାଲୁରୁରୁ ଗିରଫ

author img

By

Published : Aug 10, 2021, 11:00 AM IST

ପଟ୍ଟାମୁଣ୍ଡାଇ ନାବାଳିକା ଗଣଦୁଷ୍କର୍ମ ମାମଲା । ଫେରାର ଥିବା ଅଭିଯୁକ୍ତଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତକୁ ୭ବର୍ଷ ପରେ ବେଙ୍ଗାଲୁରୁରୁ କାବୁ କଲା ପଟ୍ଟାମୁଣ୍ଡାଇ ପୋଲିସ । ଅଧିକ ପଢନ୍ତୁ...

ପଟ୍ଟାମୁଣ୍ଡାଇ ନାବାଳିକାକୁ ଗଣଦୁଷ୍କର୍ମ ମାମଲା, ୭ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇ ନାବାଳିକାକୁ ଗଣଦୁଷ୍କର୍ମ ମାମଲା । ଫେରାର ଥିବା ଅଭିଯୁକ୍ତଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତକୁ ୭ବର୍ଷ ପରେ ବେଙ୍ଗାଲୁରୁରୁ କାବୁ କଲା ପଟ୍ଟାମୁଣ୍ଡାଇ ପୋଲିସ । ସୂଚନା ଅନୁଯାଇ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅଳପୁଆ ଅଞ୍ଚଳର ଦୁଷ୍ମନ୍ତ ମହାନ୍ତିଙ୍କ ସମେତ କିଛି ଯୁବକ ଏକ ନାବାଳିକାକୁ ଦୁଷ୍କର୍ମ ପରେ ଅନ୍ତଃସତ୍ତ୍ଵା କରି ଫେରାର ହୋଇଯାଇଥିଲେ । ଏନେଇ ପୀଡିତା ଯୁବତୀଙ୍କ ବାପା ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଥିଲେ ।

ପଟ୍ଟାମୁଣ୍ଡାଇ ପୋଲିସ ୨୦୧୪ମସିହାରେ କେଶ ନମ୍ବର ୨୫୭ ମାମଲା ରୁଜୁ କରିବା ସହ ଭାରତୀୟ ଦଣ୍ଡ ବିଧାନ ଆଇନର ୩୭୬, ୩୭୬ ଡି, ୨୯୪, ୫୦୬, ୩୪/୪/୧୪ ପୋସ୍କୋ ଆକ୍ଟରେ ଦଫା ଲଗାଇ ଘଟଣାର ସଂଶ୍ଲିଷ୍ଟ ଅଭିଯୁକ୍ତମାନଙ୍କୁ ଖୋଜି ଆସୁଥିଲା । କିନ୍ତୁ ଅଭିଯୁକ୍ତମାନେ କଲିକତା, ଦିଲ୍ଲୀ, ବେଙ୍ଗାଲୁରୁ ଭଳି ଓଡିଶା ବାହାରେ ବାରମ୍ବାର ଲୋକେସନ ବଦଳାଇବାରୁ ପୋଲିସ ସେମାନଙ୍କୁ ଧରିବାରେ ଅସମର୍ଥ ହୋଇଥିଲା । ଶେଷରେ ପଟ୍ଟାମୁଣ୍ଡାଇ IIC ରାକେଶ ତ୍ରିପାଠୀ ନିଜେ ଏକ ଟିମ ନେଇ ମୁଖ୍ୟ ଅଭିଯୁକ୍ତଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଥିବା ଜଣାପଡିଛି ।

ଏନେଇ ପଟ୍ଟାମୁଣ୍ଡାଇ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଡକାଇ କେନ୍ଦ୍ରାପଡ଼ା ଏସପି ମଦକର ସନ୍ଦୀପ ସମ୍ପତ ସୂଚନା ଦେବା ସହ ପଟ୍ଟାମୁଣ୍ଡାଇ IIC ରାକେଶ ତ୍ରିପାଠୀ ଓ ତାଙ୍କ ଟିମକୁ ପ୍ରଶଂସା କରିଛନ୍ତି । ତେବେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ପଟ୍ଟାମୁଣ୍ଡାଇ sdpo ସନ୍ଧ୍ୟାରାଣୀ ବେହୁରିଆ ଉପସ୍ଥିତ ରହିଥିବା ନଜର ଆସିଥିଲା ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.