ETV Bharat / state

ଚର୍ଚ୍ଚିତ ତୀରମରା ହତ୍ୟା ଘଟଣା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ - କେନ୍ଦ୍ରାପଡ଼ାରେ ଦୋଷୀକୁ ଆଜୀବନ ଜେଲ୍‌ଦଣ୍ଡ

କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବିରିବାଟୀ ଦଣ୍ଡା ବହୁଚର୍ଚ୍ଚିତ ଧନୁତୀର ମାରି ହତ୍ୟା ଘଟଣାରେ ଆଜି ରାୟ ଶୁଣାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଦୌରା ଜଜ୍‌ କୋର୍ଟ । ହତ୍ୟା ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ଅଧିକ ପଢ଼ନ୍ତୁ

କେନ୍ଦ୍ରାପଡ଼ା ତୀରମାରା ହତ୍ୟା ଘଟଣାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

author img

By

Published : Mar 25, 2022, 7:17 PM IST

କେନ୍ଦ୍ରାପଡା: ସଦର ଥାନା ଅନ୍ତର୍ଗତ ବିରିବାଟୀ ଦଣ୍ଡା ବହୁଚର୍ଚ୍ଚିତ ଧନୁତୀର ମାରି ହତ୍ୟା ଘଟଣାରେ ଆଜି ରାୟ ଶୁଣାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଦୌରା ଜଜ୍‌ କୋର୍ଟ । ହତ୍ୟା ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ତାସହ ୧ ହଜାର ଟଙ୍କା ଜୋରିମାନା ମଧ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

କେନ୍ଦ୍ରାପଡ଼ା ତୀରମାରା ହତ୍ୟା ଘଟଣାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ଅଭିଯୁକ୍ତ ବାୱା ମୁଣ୍ଡାର ପତ୍ନୀ ପାରିବାରିକ କଳହ କାରଣରୁ ସ୍ଥାନୀୟ ସୁନାକର ବାରିକଙ୍କ ଘରେ ଆଶ୍ରୟ ନେଇଥିଲେ । ଏହାକୁ ନେଇ ବାୱା ଏବଂ ସୁନାକରଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା । ୨୦୧୫ ମସିହା ନଭେମ୍ବର ୨୫ ତାରିଖ ଦିନ ମଧ୍ୟାହ୍ନରେ ଅଭିଯୁକ୍ତ ବାୱା, ସୁନାକରଙ୍କୁ ଏକ ଧନୁତୀର ମାରିଥିଲେ । ଏଥିରେ ସୁନାକରଙ୍କ ମୃତ୍ୟୁ ହୋଇଥିଲା ।

ଏହି ଘଟଣାକୁ ନେଇ କେନ୍ଦ୍ରାପଡ଼ା ସଦର ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବା ସହ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିଲା । ଏହି ମାମଲାରେ ମୋଟ ୨୫ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା । ଆଜି(ଶୁକ୍ରବାର) ଜିଲ୍ଲା ଦୌରାଜଜ୍ ଦୋଷୀକୁ ଆଜୀବନ ସଶ୍ରମ କାରାଦଣ୍ଡ ସହ ୧ ହଜାର ଟଙ୍କା ଜୋରିମାନା ଦେବାକୁ ରାୟ ଶୁଣାଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.