ETV Bharat / state

ନ୍ୟାୟ ପାଇଁ ଟ୍ରଲିରେ ବୁହା ହେଲେ ୭୫ ବର୍ଷିୟ ବୃଦ୍ଧା

author img

By

Published : Oct 31, 2022, 9:07 PM IST

ଦୋଳି ଛିଣ୍ଡିବାକୁ ନେଇ ଗ୍ରାମରୁ ବାସନ୍ଦ ହେଲେ କେନ୍ଦ୍ରାପଡାର ବାରୋ ଗାଁର ଅଶୋକ ମଲ୍ଲିକଙ୍କ ପରିବାର । ନ୍ୟାୟ ପାଇଁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣାରେ ବସିଲେ ୭୫ ବର୍ଷିୟ ବୃଦ୍ଧା । ଅଧିକ ପଢନ୍ତୁ

ନ୍ୟାୟ ପାଇଁ ଟ୍ରଲିରେ ବୁହା ହେଲେ ୭୫ ବର୍ଷିୟ ବୃଦ୍ଧା
ନ୍ୟାୟ ପାଇଁ ଟ୍ରଲିରେ ବୁହା ହେଲେ ୭୫ ବର୍ଷିୟ ବୃଦ୍ଧା

କେନ୍ଦ୍ରାପଡା: ନ୍ୟାୟ ପାଇଁ ଧାରଣାରେ ୭୫ ବର୍ଷିୟ ବୃଦ୍ଧା । ଦୀର୍ଘ ୫ ମାସ ହେଲା ଗ୍ରାମରୁ ବାସନ୍ଦ ହୋଇଥିବା ବେଳେ ନ୍ୟାୟ ନପାଇ ଏବେ ବେଘର ହୋଇଯାଇଛନ୍ତି କେନ୍ଦ୍ରାପଡା ବାରୋ ଗାଁର ଅଶୋକ ମଲ୍ଲିକଙ୍କ ପରିବାର । ବାରମ୍ବାର ଅଭିଯୋଗ ପରେ ବି ନ୍ୟାୟ ନମିଳିବାରୁ ଆଜି ଧାରଣା ଦେଇଛନ୍ତି ଅଶୋକଙ୍କ ପରିବାର ସହ ତାଙ୍କ ୭୫ ବର୍ଷିୟ ବୃଦ୍ଧା ମାଆ । ବୃଦ୍ଧା ଜଣଙ୍କର ଚାଲିବାକୁ ବଳ ନଥିବାରୁ ଏକ ଟ୍ରଲି ସାହାଯ୍ୟରେ ତାଙ୍କୁ ଧାରଣା ସ୍ଥଳକୁ ଆଣିଥିଲେ ଅଶୋକ ।

ଗତ ଜୁନ ମାସରେ ଟିକି ମଲିକଙ୍କ ଝିଅ ଦୋଳି ଖେଳୁ ଥିବା ବେଳେ ଦୋଳିଟି ଛିଣ୍ଡି ପଡିଥିଲା । ଏହାକୁ ନେଇ ଗ୍ରାମବାସୀ ଟିକି ମଲିକଙ୍କ ପରିବାରକୁ ମାଡ ମାରିଥିଲେ । ଏନେଇ ଟିକି ମଲିକଙ୍କ ପରିବାର ଥାନାରେ ଅଭିଯୋଗ କରିବାରୁ ତଦନ୍ତ ପାଇଁ ଗ୍ରାମରେ ପହଞ୍ଚି ଥିଲା ପୋଲିସ । କିନ୍ତୁ ପୋଲିସ ସମ୍ମୁଖରେ ଟିକି ମଲିକଙ୍କ ପରିବାରକୁ ମାଡ ମାରିଥିଲେ ଗ୍ରାମବାସୀ । ଏହାପରେ ଟିକିଙ୍କ ପରିବାରକୁ ଗ୍ରାମରୁ ବାସନ୍ଦ କରାଯାଇଥିଲା । ଜୁନ ୨୦ ତାରିଖରୁ ବେଘର ହୋଇ ଅନ୍ୟ ଗ୍ରାମରେ ଆଜି ପର୍ଯ୍ୟନ୍ତ ଆଶ୍ରୟ ନେଇଛନ୍ତି ପୀଡିତ ପରିବାର । କିନ୍ତୁ ଏନେଇ ଥାନାରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ପୋଲିସ । ଫଳରେ ଗ୍ରାମକୁ ଫେରି ପାରୁନାହାନ୍ତି ଅଶୋକଙ୍କ ପରିବାର ।

ଏହା ମଧ୍ୟ ପଢନ୍ତୁ-ଧବଳେଶ୍ବର ପୀଠରେ ୧୪୪ ଧାରା, ଝୁଲା ପୋଲ ଦେଇ ଯାତାୟାତ ବନ୍ଦ

ଶେଷରେ ନ୍ୟାୟ ପାଇବା ପାଇଁ ଆଜି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ ଆଶୋକ ମଲ୍ଲିକଙ୍କ ପରିବାର । ଅଶୋକଙ୍କ ସ୍ତ୍ରୀ ଟିକି, ତାଙ୍କ ସାନଭାଇ କାହ୍ନୁ ଓ ଯାଆ ଧାରଣାରେ ବସିଥିବା ବେଳେ ୭୫ ବର୍ଷିୟ ବୃଦ୍ଧା ମାଆକୁ ଧାରଣା ସ୍ଥଳକୁ ଏକ ଟ୍ରଲି ସାହାଯ୍ୟରେ ଆଣିଥିଲେ ଅଶୋକ । ଶେଷରେ ନ୍ୟାୟ ପାଇଁ ୭୫ ବର୍ଷିୟ ବୃଦ୍ଧା ଧାରଣା ବସିଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ ଏଡିଏମ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଧାରଣାରୁ ହଟିବେ ନାହିଁ ବୋଲି କହିଛନ୍ତି ଆଶୋକ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.