ETV Bharat / state

ଅଧାଗଢା ଘରେ ମଞ୍ଜୁଳାଙ୍କୁ ମୃତ୍ୟୁଭୟ, ସହାୟତା ପ୍ରତିଶୃତି ଦେଲେ ଉପଜିଲ୍ଲାପାଳ

author img

By

Published : Oct 11, 2020, 7:19 PM IST

ଝାଟି ମାଟିର ଅଧା ଗଢା ଘରୁ ଅନବରତ ଝଡି ଚାଲିଛି ଛପର । ଘର ସାରା କାଦୁଅ ସରସର । କେତେବେଳେ ଯେ ଘରଟି ଭୁଷୁଡିଯିବ ତାହାର କିଛି ଠିକଣା ନାହିଁ । ଆଉ ଏଇ ବିପଦସଙ୍କୁଳ ଘରେ ବିତୁଛି 70 ବର୍ଷୀୟା ଅସହାୟ ମଞ୍ଜୁଳା ସ୍ବାଇଁଙ୍କ ଦିନ । ଘଟଣାଟି ହେଉଛି କେନ୍ଦ୍ରାପଡା ଚାରିଗାଁ ପୋଲସାହିର । ଅଧିକ ପଢନ୍ତୁ...

ଅଧା ଗଢା ଘରେ ମଞ୍ଜୁଳାଙ୍କ ସ୍ବପ୍ନ, ଅପେକ୍ଷା ସରକାରୀ ସାହାଯ୍ୟ

କେନ୍ଦ୍ରାପଡା: ଝାଟି ମାଟିର ଅଧା ଗଢା ଘରୁ ଅନବରତ ଝଡି ଚାଲିଛି ଛପର । ଘର ସାରା କାଦୁଅ ସରସର । କେତେବେଳେ ଯେ ଘରଟି ଭୁଷୁଡିଯିବ ତାହାର କିଛି ଠିକଣା ନାହିଁ । ଆଉ ଏଇ ବିପଦସଙ୍କୁଳ ଘରେ ବିତୁଛି 70 ବର୍ଷୀୟା ଅସହାୟ ମଞ୍ଜୁଳା ସ୍ବାଇଁଙ୍କ ଦିନ । କି ଦିନ କି ରାତି, ପ୍ରତି ମୁହୂର୍ତ୍ତରେ ଏହି ଘରେ ରହିଛି ମୃତ୍ୟୁର ଭୟ । ହେଲେ ଉପାୟଶୂନ୍ୟ ହୋଇ ସରକାରୀ ଯୋଜନାରେ ମିଳିଥିବା ଏହି ଘରକୁ ଆଦରି ପଡି ରହିଛନ୍ତି ସେ । ଘଟଣାଟି ହେଉଛି କେନ୍ଦ୍ରାପଡା ଚାରିଗାଁ ପୋଲସାହିର ।

1999 ମସିହା ବାତ୍ୟାରେ ମଞ୍ଜୁଳାଙ୍କ ଘର ଭାଙ୍ଗି ଯିବା ପରେ ଇନ୍ଦିରା ଆବାସ ଯୋଜନାରେ ମିଳିଥିଲା ସାହାଯ୍ୟ । ହେଲେ ଶେଷ କିସ୍ତି ମିଳିବା ଆଗରୁ ଆଖି ବୁଜିଥିଲେ ସ୍ବାମୀ ମଧୁସୂଦନ ସ୍ବାଇଁ । ସେବେଠାରୁ ଅଧା ଗଢା ହୋଇ ରହିଗଲା ମଞ୍ଜୁଳାଙ୍କ ସ୍ବପ୍ନର ଘର ।

ସାହାରା ବୋଲି କହିଲେ ଅଛନ୍ତି ମଞ୍ଜୁଳାଙ୍କ ଏକମାତ୍ର ପୁଅ । ଯିଏ ବାହାର ରାଜ୍ୟରେ ଦାଦନ ଶ୍ରମିକ । ସ୍ବଳ୍ପ ରୋଜଗାର ସାଙ୍ଗକୁ ପୁଅ ବାହାରେ ରହୁଥିବା ବେଳେ ବଇରୀ ସାଜିଛି ଏହି ଅଧା ଗଢା ଇନ୍ଦିରା ଆବାସ । ଆଉ ସେଥିରେ ଦାଉ ସାଜିଛି ଲଗାଣ ବର୍ଷା । ଘରଟି ବର୍ତ୍ତମାନ ଏତେ ଖରାପ ସ୍ଥିତିରେ ପହଞ୍ଚିଛି କି କାନ୍ଥ କହିଲେ କେବଳ ଇଟା ରହିଛି । ସେ ବି କେବେ ଗଳିବ ତାହାର ଠିକଣା ନାହିଁ । ଘରଟି ସମ୍ପୂର୍ଣ୍ଣ କରିବା ପାଇଁ ପରିଣତ ବୟସରେ ଆବଶ୍ୟକୀୟ କାଗଜପତ୍ର ଧରି ସରପଞ୍ଚଙ୍କ ପାଖକୁ ଦୌଡି ଦୌଡି ଥକିଲେଣି ମଞ୍ଜୁଳା । ହେଲେ କାହାରି ଆଖିକୁ ଦିଶୁନି ତାଙ୍କ ଦୁଃଖ । ଅପରପକ୍ଷରେ ବିଡିଓଙ୍କ ଜରିଆରେ ଘଟଣାର ତଦନ୍ତ କରି ଆବଶ୍ୟକୀୟ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ଉପଜିଲ୍ଲାପାଳ ।

20 ବର୍ଷ ଧରି ଗୋଟିଏ ଘରର ନିର୍ମାଣ କାମ ପାଇଁ ଧାଉଁଛନ୍ତି ଅସହାୟ ମଞ୍ଜୁଳା । ଏମିତିରେ ସରକାରୀ ବାବୁ କେବେ ତାଙ୍କ ସମସ୍ୟାକୁ ହୃଦବୋଧ କରି ତାଙ୍କୁ ଉଚିତ୍‌ ନ୍ୟାୟ ଦେଉଛନ୍ତି ତାହା ଦେଖିବା ବାକି ରହିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.