ETV Bharat / state

ପଟ୍ଟାମୁଣ୍ଡାଇରୁ ପୁଣି ବ୍ରାଉନସୁଗାର ଜବତ, ମହିଳା ଗିରଫ

ପଟ୍ଟାମୁଣ୍ଡାଇରୁ 18ଗ୍ରାମ ଧଳାଜହର ଜବତ ସହ ଜଣେ ମହିଳା ବ୍ୟବସାୟୀଙ୍କୁ ଗିରଫ କଲା ଅବକାରୀ ବିଭାଗ । ଅଧିକ ପଢନ୍ତୁ...

author img

By

Published : Sep 1, 2021, 10:50 AM IST

Updated : Sep 1, 2021, 2:42 PM IST

ପଟ୍ଟାମୁଣ୍ଡାଇରୁ ପୁଣି ୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ

କେନ୍ଦ୍ରାପଡ଼ା: ଜିଲ୍ଲା ଅବକାରୀ ବିଭାଗ ହାତରେ ପୁଣି ଧଳାଜହର । ପଟ୍ଟାମୁଣ୍ଡାଇ କୋର୍ଟ ପଛପାଖରୁ 18ଗ୍ରାମ ଧଳାଜହର ଜବତ କଲା ଅବକାରୀ ବିଭାଗ । ଏହାସହ ଏହି ଘଟଣାରେ ସ୍ଥାନୀୟ ଦକ୍ଷିଣଦିଆ ଗ୍ରାମରେ ଜଣେ ମହିଳା ମିନତୀ ନାୟକଙ୍କୁ ମଧ୍ୟ ଅବକାରୀ ବିଭାଗ ଗିରଫ କରିଛି । ତେବେ ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ ଲକ୍ଷ ୮୦ ହଜାର ଟଙ୍କା ହୋଇଥିବା ସୂଚନା । ଚଢ଼ାଉ ବେଳେ ସମ୍ପୃକ୍ତ ମହିଳାଙ୍କ ଠାରୁ ୪୮ ହଜାର ଟଙ୍କା ମଧ୍ୟ ଜବତ ହୋଇଥିବା ପଟାମୁଣ୍ଡାଇ ଅବକାରୀ ରେଞ୍ଜ ନିରୀକ୍ଷକ କମଳଲୋଚନ ପାଇକରାୟ ସୂଚନା ଦେଇଛନ୍ତି ।

ଏପଟେ ଗତ ଅଗଷ୍ଟ ୩୧ ତାରିଖରେ କେନ୍ଦ୍ରାପଡା ଗରାପୁର ଅଞ୍ଚଳରୁ ୧୫ ଗ୍ରାମ ବ୍ରାଉନ ସୁଗାର ଜବତ ହେବା ସହିତ ଜଣକୁ ଗିରଫ କରାଯାଇଥିଲା । ତେବେ ଏହି ଜହର କେଉଁଠୁ ଆସୁଛି ଓ କିଏ ଦେଉଛି, ସେନେଇ ଅଧିକ ତଦନ୍ତ ଚଳାଇଛି ବିଭାଗ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Sep 1, 2021, 2:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.