କେନ୍ଦ୍ରାପଡା: ଜାଲରେ ପଡିଲା ବଉଳା କୁମ୍ଭୀର । ଗତକାଲି ବିଳମ୍ବିତ ରାତିରେ ମାଛ ଧରିବାକୁ ଯାଇଥିବା ସ୍ଥାନୀୟଲୋକେ କୁମ୍ଭୀରଟିକୁ ଉଦ୍ଧାର କରିଥିଲେ। ସୂଚନାଅନୁସାରେ, ପାଟକୁରା ଥାନା ଅଧିନ ଚିତ୍ରୋତ୍ପଳା ନଦୀର କୋରୁଆ କର୍ତ୍ତାକୁଦ ମଠ ନିକଟସ୍ଥ ନଦୀରେ ଜାଲ ପକାଇ ମାଛ ଧରୁଥିଲେ ।
ଏହି ସମୟରେ ଏକ ବଉଳା କୁମ୍ଭୀର ଜାଲରେ ପଡିଥିଲା। ଏହାକୁ ଦେଖିବା ପରେ ସେହି କୁମ୍ଭିରକୁ ଧରି ଗ୍ରାମବାସୀ କୂଳକୁ ଆଣିଥିଲେ । ସ୍ଥାନୀୟ ଲୋକମାନେ ଏହି କୁମ୍ଭୀରଟିକୁ କାବୁକରି ଉଦ୍ଧାର କରିବା ପରେ ବନ ବିଭାଗକୁ ଜଣାଇଥିଲେ । ତେବେ ଉଦ୍ଧାର ହୋଇଥିବା ବଉଳା କୁମ୍ଭିରର ଲମ୍ବ ୫ ଫୁଟ ବୋଲି ଜଣାପଡିଛି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ